Posted inଜାତୀୟ

ସାଇବାବାଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ

ଶିରିଡି,୧୯।୧: ଆଜି ଶିରିଡି ବନ୍ଦ ଥିବା ବେଳେ ସାଇବାବାଙ୍କ ମନ୍ଦିର କିନ୍ତୁ ଖୋଲା ରହିଛି। ସକାଳୁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ମନ୍ଦିରରେ ଧାଡିରେ ଠିଆ ହୋଇଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିରିଡି ସାଇବାବାଙ୍କ ଜନ୍ମସ୍ଥାନ ନୁହେଁ ବୋଲି କହିବା ପରେ ବିବାଦ ଉପୁଜିଥିଲା। ଶନିବାର ଶୁଣିବାକୁ ମିଳିଥିଲା କି ସାଇବାବାଙ୍କ ମନ୍ଦିର ରବିବାରଠାରୁ ବନ୍ଦ ରହିବ। ଏହାକୁ କିନ୍ତୁ ମନ୍ଦିର ପ୍ରଶାସନ ପକ୍ଷରୁ ଖଣ୍ଡନ କରାଯାଇଥିଲା। ଏହା ଗୁଜବ ବୋଲି କହିଥିଲା ମନ୍ଦିର ପ୍ରଶାସନ। ତେଣୁ ରବିବାର ଶିରିଡି ବନ୍ଦ ଥିଲେ ମଧ୍ୟ ବାବାଙ୍କ ଦର୍ଶନ କରିବାରେ କୌଣସି ଅବସୁବିଧା ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପୀୟ ସଂସଦରେ ସିଏଏକୁ ବିରୋଧ ପ୍ରସ୍ତାବ

ନୂଆଦିଲ୍ଲୀ/ବ୍ରୁସେଲସ୍ସ,୨୭।୧: ୟୁରୋପୀୟ ସଂସଦରେ ସୋସିଆଲିଷ୍ଟ ଓ ଡେମୋକ୍ରାଟସ୍‌ ଗ୍ରୁପ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ‘ଭେଦଭାବପୁର୍ଣ୍ଣ’ ଓ ‘ମାରାତ୍ମକ ରୂପରେ ବିଭାଜନକାରୀ’ ଦର୍ଶାଇ ଏକ ପ୍ରସ୍ତାବ ଉପସ୍ଥାପନ...

ପୁଲଓ୍ବାମାରେ ପୁଣି ଥରେ ପଡ଼ିଲା ରକ୍ତ ଛିଟା

ଶ୍ରୀନଗର,୬।୬ : ପୁଣି ଥରେ ପୁଲଓ୍ବାମାରେ ପଡ଼ିଛି ରକ୍ତ ଛିଟା। ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଗ୍ରେନେଡ୍‌ ବିସ୍ଫୋରଣ ଘଟିଛି। ଘଟଣାରେ ଅତିକମ୍‌ରେ ୮ ଜଣ ଆହତ...

କରୋନାରେ ହାରିଗଲେ ପୂର୍ବତନ ଏନ୍‌ଏସ୍‌ଜି ମୁଖ୍ୟ

ନୂଆଦିଲ୍ଲୀ, ୨୦।୫: ଏନ୍‌ଏସ୍‌ଜିର ପୂର୍ବତନ ମୁଖ୍ୟ ଜେ.କେ. ଦତ୍ତଙ୍କର ବୁଧବାର କରୋନାରେ ମୃତ୍ୟୁ ଘଟିଛି। ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ...

୨୨ ବର୍ଷ ପରେ ଘର ବାହୁଡ଼ିବେ ଭଗବାନ ମହାଦେବ…

ଜୟପୁର, ୩୦।୭: ରାଜସ୍ଥାନରେ ୨୨ ବର୍ଷ ପରେ ଭଗବାନ ମହାଦେବ ଘରକୁ ବାହୁଡ଼ିବେ। ୧୯୯୮ରେ ରାଜ୍ୟର ଚିତୋରଗଡ଼ସ୍ଥିତ ବରୋଲିର ଘାଟଶ୍ୱର ମନ୍ଦିରରୁ ମହାଦେବଙ୍କ ନବମ ଶତାବ୍ଦୀର...

ତୃତୀୟ ସନ୍ତାନ ଝିଅ ହେଲା ବୋଲି ମା’ ନେଲେ ଏମିତି ନିଷ୍ପତ୍ତି

ପୁନେ, ୩୦।୧୧: ନିଜ ସନ୍ତାନକୁ ମା’ କେବେ ହତାଦର କରିପାରନ୍ତି ନାହିଁ। ସେ ପୁଅ ହେଉ ଅବା ଝିଅ ମା’ଙ୍କ ଆଗରେ ସମସ୍ତେ ସମାନ। କିନ୍ତୁ...

କରୋନାର ଦ୍ୱିତୀୟ ଲହରରେ କମୁଛି ସୁସ୍ଥତା ହାର: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୯।୪: ଦେଶରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଛି। କରୋନା ସହ ଜଡିତ ଏକ ବୈଠକରେ ଦେଶର ସୁସ୍ଥତା ହାର ହ୍ରାସ ପାଇଥିବାବେଳେ ଟିକାକରଣର...

ଅଯୋଧ୍ୟା ଶୁଣାଣି ପୂର୍ବରୁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୭।୧୧: ଅଯୋଧ୍ୟା ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ଅଯୋଧ୍ୟା ପ୍ରଶାସନ ପକ୍ଷରୁ ଗୁରୁବାର ସହରରେ ହାଇ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ...

ମାଗଣାରେ ଜମି ନେଇଛ, ଚିକିତ୍ସା ପାଇଁ ଟଙ୍କା ମାଗୁଛ

ନୂଆଦିଲ୍ଲୀ,୨୮ା୫(ପି.ଟି.): ସରକାରଙ୍କଠାରୁ ମାଗଣାରେ ଜମି ନେଇ ପ୍ରତିଷ୍ଠା କରାଯାଇଥିବା ଘରୋଇ ହସ୍ପିଟାଲଗୁଡ଼ିକରେ କରୋନା ରୋଗୀଙ୍କୁ କାହିଁକି ମାଗଣାରେ ଚିକିତ୍ସା କରାଯିବ ନାହିଁ। ଦେଶରେ କୋଭିଡ୍‌-୧୯ ସଂକ୍ରମଣ...

Advertisement


Archives

Model This Week