Posted inଜାତୀୟ

ସାଇକେଲ ସଜଡା ବିଳମ୍ବ ହେବାରୁ ପୋଲିସକୁ ପତ୍ର ଲେଖିଲେ ୧୦ ବର୍ଷର ବାଳକ

ଥିରୁଭାନନ୍ତପୁରମ,୩୦।୧୧: କେରଳର ୧୦ ବର୍ଷର ଜଣେ ବାଳକ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କୋଜିକୋଡେର ୫ମ ଶ୍ରେଣୀର ଛାତ୍ର ଅବିନ ନିଜର ଓ ତାଙ୍କ ଭାଇଙ୍କ ସାଇକେଲ କିଛିଦିନ ହେବ ସଜଡା ନ ହୋଇ ପାରିବାରୁ ପୋଲିସକୁ ଚିଠି ଲେଖି ସହାୟତା ମାଗିଥିଲେ। ଉକ୍ତ ପତ୍ରରେ ସେ ଲେଖିଥିଲେ ତାଙ୍କ ସାଇକେଲ ସଜଡା ହୋଇ ପାରୁନି। ଏମିତିକି ସେ ଯେଉଁ ଦୋକାନରେ ସାଇକେଲ ସଜାଡିବାକୁ ଦେଇଛନ୍ତି ତାହା ଏବେ ବନ୍ଦ ହୋଇଗଲାଣି। ସେପ୍ଟେମ୍ବର ୫ରୁ ଅବିନ ତାଙ୍କ ସାଇକେଲ ମରାମତି ପାଇଁ ଦେଇଥିବା ଉକ୍ତ ପତ୍ରରେ ପ୍ରକାଶ କରିଥିଲେ। ମେପାୟୁର ପୋଲିସ ଷ୍ଟେଶନକୁ ଅବିନ ଲେଖିଥିବା ଏହି ପତ୍ରଟି ଦେଖିବା ପରେ ସେଠାରେ ଦାୟିତ୍ୱରେ ଥିବା ଅଧିକାରୀ ରାଧିକା ଏନ୍‌ପି ଏହାକୁ ଗୁରୁତର ସହ ନେଇଥିଲେ। ଏହାପରେ ସେ ତୁରନ୍ତ ଉକ୍ତ ସାଇକେଲ ମରାମତି ଦୋକାନକୁ ଯାଇ ଏହାର କାରଣ ପଚାରି ବୁଝିଥିଲେ। ଦୋକନୀ ଦେହ ଖରାପ ଓ ପୁଅ ବାହାଘର ଦର୍ଶାଇ କାମରେ ବିଳମ୍ବ ହୋଇଥିବା କହିଥିଲେ। ହେଲେ ଏଥର କାମ ଶୀଘ୍ର ହୋଇଯିବ ବୋଲି ସେ ରାଧିକାଙ୍କୁ କଥା ଦେଇଥିଲେ ଓ କାମ ମଧ୍ୟ କରି ଦେଇଥିଲେ। ତେବେ ପୋଲିସ ଅଧିକାରୀ ରାଧିକା ୫ମ ଶ୍ରେଣୀ ଛାତ୍ର ଅବିନଙ୍କ ପତ୍ର ଓ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏହାକୁ ସମସ୍ତେ ବେଶ୍‌ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ ହିଂସା ବିରୋଧରେ ଆସିବ ବିଲ୍‌: ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କରାଦଣ୍ଡ

କୋଲକାତା,୩୦।୮: ପଶ୍ଚିମ ବଙ୍ଗର ବିଧାନସଭାରେ ଭିଡ଼ ହିଂସା ବିରୋଧରେ ଶୁକ୍ରବାର ଏକ ବିଲ୍‌ ଉପସ୍ଥାପନ କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର...

୫୭୨ ଦିନ ପରେ ଆଜି ସବୁଠୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୦।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

ପଶ୍ଚିମବଙ୍ଗ ଭାଜପାରେ ଘରକଳି ପଦାରେ, ଶାହାଙ୍କ ଗସ୍ତ ପୂର୍ବରୁ ୧୫ ପଦାଧିକାରୀଙ୍କ ଇସ୍ତଫା…

କୋଲକାତା, ୨।୫ : ପଶ୍ଚିମବଙ୍ଗ ଭାଜପାରେ ଘରକଳି ବଢ଼ିବାରେ ଲାଗିଛି। ଏବେ ଏହା ପଦାରେ ପଡ଼ିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜେ ବଙ୍ଗଳାରେ ଦଳର ମତଭେଦ...

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଉତ୍ତରାଧିକାରୀ ହେବେ କିଏ, ମୁକେଶ ଅମ୍ବାନୀ ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୯।୧୨: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜର ଉତ୍ତରାଧିକାରକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ରିଲାଏନ୍ସ ପ୍ରତିଷ୍ଠା...

୬ ବର୍ଷରେ ୩୨୬ ରାଜଦ୍ରୋହ ମାମଲା, ୬ ଜଣଙ୍କୁ ଦଣ୍ଡାଦେଶ…

ନୂଆଦିଲ୍ଲୀ,୧୯।୭: ଭାରତୀୟ ଦଣ୍ଡ ସଂହିତା(ଆଇପିସି) ଅନ୍ତର୍ଗତ ଧାରା ‘୧୨୪-ଏ’ ରାଜଦ୍ରୋହ ଉପରେ ପର୍ଯ୍ୟବେସିତ। ଏହି ଧାରରାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଟିପ୍ପଣୀ ପରେ ଏବେ ଚର୍ଚ୍ଚା ଆରମ୍ଭ...

ବଢ଼ୁଛି କରୋନା କଷଣ

ନୂଆଦିଲ୍ଲୀ, ୧୦।୫: ଦେଶରେ ଭୟଙ୍କର ସ୍ଥିତିରେ କରୋନା। ଶନିବାର ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨, ୫୪୭କୁ ବୃଦ୍ଧି ପାଇଥିବା ବେଳେ ୨,୦୯୨ ଜଣଙ୍କ...

ଆନ୍ଧ୍ର କ୍ୟାବିନେଟ :୫ ଉପମୁଖ୍ୟମନ୍ତ୍ରୀଙ୍କ ସହ ୨୫ ଶପଥ ନେଲେ

ଅମରାବତୀ, ୯ା୬(ପି.ଟି.): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀଙ୍କ ମନ୍ତ୍ରିମଣ୍ଡଳରେ ଶନିବାର ୫ ଉପମୁଖ୍ୟମନ୍ତ୍ରୀଙ୍କ ସହ ୨୫ ମନ୍ତ୍ରୀ ସାମିଲ ହୋଇଛନ୍ତି। ୫ ଉପମୁଖ୍ୟମନ୍ତ୍ରୀ ହେଲେ ପାମୁଲା...

ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ଏସସିଓ ପାଇଁ ଏକ ଚ୍ୟାଲେଞ୍ଜ: ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ବୈଠକରେ ଯୋଗ ଦେଇଛନ୍ତି। ତାଙ୍କ ଅଭିଭାଷଣରେ ସେ...

Advertisement
Archives

Model This Week