ସହାୟତା ମିଳିବ କହି ନେଇଗଲେ ୨ ହଜାର

ଅନୁଗୋଳ ଅଫିସ, ୧।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଶନିବାର ଜଣେ ଦଲାଲ ୨ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ପାଲଲହଡା ବନ୍ଧାଭୂଇଁ ପଞ୍ଚାୟତ ସିଆରିଆ ଗ୍ରାମର ସିଙ୍ଗା ମୁଣ୍ଡା(୩୦) ଅସୁସ୍ଥ ଥିବାରୁ ତାଙ୍କୁ ଧରି ସ୍ତ୍ରୀ ଗୁରୁବାରୀ ମୁଣ୍ଡା ଚିକିତ୍ସାଳୟକୁ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ମେଡିସିନ ଓ୍ବାର୍ଡରେ ଭର୍ତ୍ତି କରାଇଥିଲେ। ସେଠାରେ ଜଣେ ଦଲାଲ ପହଞ୍ଚି ଉଭୟଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରିଥିଲେ। ଚିକିତ୍ସା ବାବଦକୁ ସରକାରୀ ସହାୟତା ରାଶି ଭାବେ ତାଙ୍କୁ ୧୨ ହଜାର ଟଙ୍କା ମିଳିପାରିବ ବୋଲି ଦଲାଲ ଜଣକ କହିଥିଲେ। ଏଥିସହ ଗୁରୁବାରୀଙ୍କୁ ଧରି ଦଲାଲ ଜଣକ ମେଡିକାଲ ବାହାରକୁ ଯାଇଥିଲେ। କିଛି ବାଟ ଗଲାପରେ ଗୁରୁବାରୀଙ୍କୁ ଅଭିଯୁକ୍ତ ୫ ଶହ ଟଙ୍କା ମାଗିଥିଲେ। ଟଙ୍କା ଦେଲେ ହିଁ ସରକାରୀ ସହାୟତା ମିଳିବ ବୋଲି ସେ କହିଥିଲେ। ହେଲେ ପାଖରେ ଟଙ୍କା ନ ଥିବା ଗୁରୁବାରୀ କହିବା ପରେ ତାଙ୍କୁ ସେଠାରେ ଛାଡି ଦଲାଲ ଜଣକ ସିଙ୍ଗାଙ୍କ ନିକଟରୁ ୨ ହଜାର ଟଙ୍କା ଆଣି ଫେରାର ହୋଇଯାଇଥିଲେ। ସେଠାରେ କିଛି ସମୟ ଅପେକ୍ଷା କରି ଗୁରୁବାରୀ ଡାକ୍ତରଖାନା ଫେରିବା ପରେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ଅନୁଗୋଳ ଥାନାରେ ସେ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀ କହିଛନ୍ତି, ଘଟଣା ସମ୍ପର୍କରେ ଜଣାନାହିଁ। ଏକ ଗଣ୍ଡଗୋଳକୁ ନେଇ ଥାନା ବାହାରେ ଅଛି। ଫେରିଲା ପରେ ଏହାର ଅନୁଧ୍ୟାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅନୁଗୋଳରେ ହାତୀ ଆତଙ୍କ: ବୃଦ୍ଧଙ୍କୁ କଚାଡ଼ି ମାରିଲା

ଅନୁଗୋଳ ଅଫିସ,୨୯।୪: ଅନୁଗୋଳରେ ପୁଣି ହାତୀ ଆତଙ୍କ ଦେଖାଦେଇଛି। ହାତୀ ଆକ୍ରମଣରେ ଶନିବାର ସକାଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନୁଗୋଳ ବନଖଣ୍ଡ...

‘ତ୍ରୁଟିପୂର୍ଣ୍ଣ ସାହିତ୍ୟ ଉତ୍ତର ପିଢ଼ି ପାଇଁ ଘାତକ’

ବଇଣ୍ଡା, ୭।୩(ଡି.ଏନ୍‌.ଏ.) – ତ୍ରୁଟିପୂର୍ଣ୍ଣ ସାହିତ୍ୟ ସର୍ଜନା ଉତ୍ତରପିଢ଼ି ପାଇଁ ଘାତକ। କେବଳ ଲୋକାଭିମୁଖୀ ରଚନା ଏବଂ ଶୁଦ୍ଧତା ସାହିତ୍ୟକୁ କାଳଜୟୀ କରିପାରିବ। ପାଠକଙ୍କୁ ଆକୃଷ୍ଟ...

ସଶକ୍ତ ହେଉନି ସଡ଼କ

ବଇଣ୍ଡା,୩୧ା୭ ଗାଁ ରେ ମିଳୁନି ମୌଳିକ ସୁବିଧା। ବିଶେଷକରି ରାସ୍ତାକୁ ନେଇ ଦୂର ହେଉନି ଅସୁବିଧା। ବର୍ଷା ହେଲେ କାଦୁଅ ପଚ ପଚ ପଥ ଦେଇ...

ସାନଭାଇ ଟାଙ୍ଗିଆ ଚୋଟରେ ବଡ଼ଭାଇଙ୍କ ଜୀବନଗଲା

କଣିହାଁ,୨୩ା୮(ଡି.ଏନ୍‌.ଏ.): ସାନ ଭାଇଙ୍କ ଟାଙ୍ଗିଆ ଚୋଟରେ ବଡ଼ ଭାଇଙ୍କ ଜୀବନ ଯାଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲା ସମଲ ଥାନା ଶିପୁର...

ସିଏସ୍‌ଆର୍‌ ପାଣ୍ଠିର ଉପଯୁକ୍ତ ବିନିଯୋଗ ହେଉନି

ଅନୁଗୋଳ ଅଫିସ,୧୬।୧୧: ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ମଙ୍ଗଳବାର ନାଲ୍‌କୋ ସିଏସ୍‌ଆର୍‌ ପାଣ୍ଠିର ଉପଯୁକ୍ତ ବିନିଯୋଗ ତଥା ପାରିପାଶର୍‌ବିକ ଗ୍ରାମଗୁଡ଼ିକର ଉନ୍ନତି ଓ ସ୍ଥାନୀୟ ନିଯୁକ୍ତିର ଏକ...

ପ୍ରଶାସନ ପାଣ୍ଠି ଦେଲେ ସମାଧାନ

ଅନୁଗୋଳ ଅଫିସ, ୨୦।୧୦ ଅନୁଗୋଳ ସହରରେ ବୁଲା ଗୋରୁଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସକାଳୁ ରାତିଯାଏ ଏମାନେ ବିଭିନ୍ନ ରାସ୍ତାକୁ କବ୍‌ଜା...

ଶ୍ରମ ଆଇନ ବିରୋଧରେ ନାଲ୍‌କୋରେ ବିକ୍ଷୋଭ

ବଅଁରପାଳ,୨୨ା୫(ଡି.ଏନ୍‌.ଏ.): ଶ୍ରମ ଆଇନ୍‌ ବିରୋଧରେ ଶୁକ୍ରବାର ନାଲ୍‌କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟ ସମ୍ମୁଖରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରମିକମାନଙ୍କ...

ଆର୍ମି ପରୀକ୍ଷା ହେଉ ନ ଥିବାରୁ ଅସନ୍ତୋଷ

ଅନୁଗୋଳ ଅଫିସ, ୮।୫: ଆର୍ମି ନିଯୁକ୍ତି ମେଳାରେ ଯୋଗଦେଇ ଶାରୀରିକ ଓ ଡାକ୍ତରୀ ପରୀକ୍ଷାରେ କୃତକାର୍ଯ୍ୟ ହେଲେ। କିନ୍ତୁ ଲିଖିତ ପରୀକ୍ଷା ଏଯାଏ ହେଉ ନ ଥିବାରୁ...

Advertisement
Archives

Model This Week