ସହାୟତା ପାଇଁ ରାସ୍ତାରେ ଅଟୋ ଚାଳକ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଲକଡାଉନ୍‌ ପାଇଁ ଲୋକଙ୍କ ଜୀବନ ଜୀବିକା ଗୁରୁତର ପ୍ରଭାବିତ ହୋଇଛି। ବିଶେଷ କରି ଅଟୋ ଚଲାଇ ପରିବାର ଭରଣପୋଷଣ କରୁଥିବା ଚାଳକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅଧିକାଂଶ ଅଟୋ ଚାଳକ ଋଣରେ ଅଟୋ କିଣିଛନ୍ତି। ଗୋଟିଏ ପଟେ ଋଣ ସୁଝିବା ପାଇଁ ଚିନ୍ତା ରହିଥିବାବେଳେ ଅନ୍ୟପଟେ ପରିବାର ବୋଝ ସେମାନଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ସରକାରୀ ସ୍ତରରେ ଅନ୍ୟମାନଙ୍କ ସାହାଯ୍ୟ ସହଯୋଗ ମିଳୁଥିବାବେଳେ ଓଡିଶାରେ ପରିବହନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଉଥିବା ଓ ନାନା ଦୁର୍ଦ୍ଦଶାରେ କାଳାତିପାତ କରୁଥିବା ଅଟୋ ଚାଳକ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟୋ ଚାଳକମାନେ ବୁଧବାର ରାସ୍ତାକୁ ଓହ୍ଲାଇ ଥିଲେ। ଭୁବନେଶ୍ୱର ଅଟୋ ମହାସଂଘ ତରଫରୁ ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମହାସଂଘର କାର୍ଯ୍ୟକାରୀ ସଭାପତି ନବକିଶୋର ମହାନ୍ତି, ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ, ସମ୍ପାଦକ ସୁର ଜେନା, ବିଜୟ କୁମାର ପଟ୍ଟନାୟକ ଓ ପ୍ରଶାନ୍ତ ରାଉତ ପ୍ରମୁଖ ଯୋଗଦେଇ ସରକାର ଦୁର୍ଦ୍ଦିନରେ ଥିବା ଅଟୋ ଚାଳକଙ୍କୁ ମାସିକ ଅତିକମ୍‌ରେ ୫ ହଜାର ଟଙ୍କା ପ୍ରଦାନ କରିବା ସହ ବ୍ୟାଙ୍କ ଋଣରେ ସୁଧ ନ ନେବା, ଗାଡି କାଗଜପତ୍ର ପାଇଁ ସମୟ ୬ ମାସ ବୃଦ୍ଧି କରିବା ଏବଂ ବୀମା ରାଶି ଛାଡ କରିବାକୁ ଦାବି ଜଣାଇଛନ୍ତି। ଭୁବନେଶ୍ୱରର ବିଭିନ୍ନ ସଂଘର କର୍ମକର୍ତ୍ତା ଯୋଗଦେଇ ସାମାଜିକ ଦୂରତା ରକ୍ଷା କରିବା ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ନିଜ ଗୋରୁ ନେଇ ଯାଉଥିବା ଲୋକଙ୍କୁ ଆଣ୍ଠେଇ ଆଣ୍ଠେଇ ରାସ୍ତାରେ ଚଲାଇବା ଘଟଣା: ଥାନା ଘେରାଉ କଲେ ଯାଦବ ସମାଜ, ପୂରା ଘଟଣା ଜାଣିଲେ…

ଚନ୍ଦାହାଣ୍ଡି,୨୭।୫(ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରୁ ରାଇଘର ଅଞ୍ଚଳକୁ ନିଜ ଗାଈ ଗୋରୁ, ବଳଦକୁ ନେଇ ଯାଉଥିବା କିଛି ଲୋକଙ୍କୁ ବେଆଇନ ଭାବେ ଗୋଚାଲାଣ…

ସୌଜନ୍ୟତା ଭୁଲିଗଲେ ଜିଲାପାଳ: ପୂର୍ବତନ ଏମ୍‌ପିଙ୍କୁ ଚୌକି ଦେଲେନାହିଁ, ଠିଆ ହୋଇ କହିଲେ

ବଲାଙ୍ଗୀର/ଲୋଇସିଂହା,୨୭ା୫(ବୀରେନ୍ଦ୍ର କୁମାର ଝାଙ୍କର/ ସୁଶାନ୍ତ ବାରିକ):ପୂର୍ବତନ ଏମପି ତଥା ବର୍ଷୀୟାନ ରାଜନେତା ବାଳଗୋପାଳ ମିଶ୍ରଙ୍କୁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଅସମ୍ମାନ କରାଯାଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର…

୫ ସୁଦ୍ଧା ଦିଲ୍ଲୀ ଜିମ୍‌ଖାନା ପରିସର ଦଖଲକୁ ନିଆଯିବ ନାହିଁ

ନୂଆଦିଲ୍ଲୀ,୨୭ା୫: ଔପନିବେଶୀୟ ଯୁଗରୁ ରହିଆସିଥିବା ଦିଲ୍ଲୀ ଜିମ୍‌ଖାନା ପରିସରକୁ କେନ୍ଦ୍ର ସରକାର ଜୁନ୍‌ ୫ ସୁଦ୍ଧା ବଳପୂର୍ବକ ଦଖଲକୁ ନେବେ ନାହିଁ ବୋଲି ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ…

ପରାଜୟ ପରେ ମମତାଙ୍କୁଠୁ ଦୂରୋଉଛନ୍ତି କର୍ମୀ, ଇସ୍ତଫା ଦେଲେ ୧୦୦ କାଉନସିଲର

କୋଲକାତା,୨୭ା୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପରାଜୟ ପରେ ନେତା ଓ କର୍ମୀମାନେ ଦଳରୁ ଦୂରେଇବା ଆରମ୍ଭ କରିଛନ୍ତି। ଏମ୍‌ପି କାକୋଲି…

OAS ପରୀକ୍ଷାରେ କମାଲ୍‌ କଲେ ଦେବଗଡର ପିୟୁଷ: ଦ୍ୱିତୀୟ ପ୍ରଚେଷ୍ଟାରେ ହାସଲ କଲେ ସଫଳତା

ଦେବଗଡ଼, ୨୭।୫(ଶଶାଙ୍କ ଶେଖର ଝାଙ୍କର): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓସିଏସ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଦେବଗଡ ସହରର ପିୟୁଷ ସାହୁ ୪୦…

ଜୁନ୍‌ ୧ରୁ ଅଗ୍ନିପଥ ଯୋଜନା:ଜାଣନ୍ତୁ କେମିତି କରିବେ ଆବେଦନ

କଟକ,୨୭।୫(କାର୍ତ୍ତିକ ସାହୁ):ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡ୍‌ର ଅନ୍‌ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ…

ଏପିଆର କନଷ୍ଟେବଳଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ହାଟଡିହୀ/ଛେନାପଦୀ,୨୭l୫(ଶୁଭକାନ୍ତ ନାୟକ/ନିରାକାର ପରିଡା): ଗତ ମାର୍ଚ୍ଚ ମାସ ୩୦ ତାରିଖ ବିଳମ୍ବିତ ରାତିରେ କେନ୍ଦୁଝର ଜିଲା ନନ୍ଦିପଦା ଥାନାର ଜଣେ କାର୍ଯ୍ୟରତ ଏପିଆର କନଷ୍ଟେବଳଙ୍କୁ ଆକ୍ରମଣ ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri