Advertisement

ସହାୟତା ଦାବି କଲା କଳାକାର ସଂଘ

କଣ୍ଟାବାଞ୍ଜି, ୨୦ା୧୦(ଡି.ଏନ.ଏ.)
ବଲାଙ୍ଗୀର ଜିଲା କଣ୍ଟାବାଞ୍ଜ ଏନଏସି ସହରାଞ୍ଚଳରେ ଥିବା କଳାକାରଙ୍କୁ ଚିହ୍ନଟ କରାଯାଇ ନାହିଁ। ଏଥିଯୋଗୁ ସେମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି। କଳାକାର ଭତ୍ତା ନ ପାଇ ସେମାନେ ହାହୁତାଶ ମଧ୍ୟଦେଇ ଗତି କରୁଛନ୍ତି। ଏ ନେଇ ସୋମବାର କଳାକାର ସଂଘ ପକ୍ଷରୁ ୫ଦଫା ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝୀ ଓ ଏନଏସି ନିର୍ବାହୀ ଅଧିକାରୀ ସାମ୍ମି ରେଡ୍ଡି ଜୟଶ୍ରୀଙ୍କୁ ପ୍ରଦାନ କରାଯାଇଛି। ଏନଏସି ପକ୍ଷରୁ ସହରରେ ଥିବା ବିଭିନ୍ନ କଳାକାରଙ୍କୁ ନେଇ ଏକ କଳାକାର ସଂଘ ଗଠନ ସହ ପଞ୍ଜୀକରଣ କରିବା, କରୋନା ମହାମାରୀ ଯୋଗୁଁ ଦୁର୍ବିସହ ଜୀବନ ଜୀଉଁଥିବା କଳାକାରଙ୍କ ପରିବାର ପ୍ରତିପୋଷଣ ଲାଗି ସରକାରୀ ସହାୟତା, ସରକାରୀ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରମାନଙ୍କୁ ସାମିଲ କରିବା ଆଦି ଦାବି ନେଇ ଏକ ସ୍ମାରକପତ୍ର ଦିଆଯାଇଛି ା ସଂଘ ସଭାପତି ଅମରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଅଶୋକ କୁମ୍ଭାର, ତୁଲେଶ୍ୱର ସୁନା, ସୁମିତ୍ରା ଛତ୍ରିଆ, ଗିରିଧାର ନାଏକ, ଶିବାଶିଷ ବାଗ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨ରୁ ଭିତରକନିକାରେ ପକ୍ଷୀ ଗଣନା

କେନ୍ଦ୍ରାପଡା ଅଫିସ,୧୧।୧: ଭିତରକନିକାରେ ପକ୍ଷୀ ଗଣନା ବୁଧବାର ଠାରୁ ଆରମ୍ଭ ହେବ । ଏଥିପାଇଁ ୧୬ଟି ଟିମ୍‌ ନିୟୋଜିତ ହେବେ। ପ୍ରତିଟି ଟିମ୍‌ରେ ୪ ରୁ...

ଜଙ୍କ୍‌ସନରେ ଯାଉଛି ଜୀବନ, ମାସକରେ ରିପୋର୍ଟ ଦିଅ: ୨୦୨୦ରେ ଦୁର୍ଘଟଣାରେ ଯାଇଛି ୧୧୬୪ ଜୀବନ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବା ଦ୍ୱାରା ଅନେକଙ୍କ ଜୀବନ ଚାଲିଯାଉଛି। ଏହାକୁ ରୋକିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ସତ୍ତ୍ୱେ ସେତେଟା ସୁଫଳ ମିଳୁନାହିଁ।...

ରାଜ୍ୟ ସରକାର ଦେଲେ ଅନୁମତି: ରବିବାରଠାରୁ ଅନ୍‌ଲାଇନ୍‌ରେ ମିଳିବ ମଦ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରବିବାରଠାରୁ ଅନ୍‌ଲାଇନ୍‌ରେ ମିଳିବ ମଦ। ଏଥିନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଅନ୍‌ ଓ ଅଫ୍‌ ଲାଇସେନ୍ସ ପ୍ରାପ୍ତ ଦୋକାନୀ ହୋମ୍‌ ଡେଲିଭରି କରିପାରିବେ।...

ଲୋକେ ପିଉଛନ୍ତି ଗୋଳିଆ ପାଣି

ଗଣିଆ, ୧୧।୮(ଡି.ଏନ.ଏ.)-ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାରଙ୍କ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି।...

ଏକଦିବସୀୟ କ୍ରିକେଟ: ପୁଲସଖଣ୍ଡ ଚାମ୍ପିୟନ

ଦେଓଗାଁ,୧୪ା୧୨(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ନେହେରୁ ଖେଳ ପଡିଆରେ ରବିବାର ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ା ଶିରିଶ ଓ...

ମହାପ୍ରଭୁଙ୍କ ଜମି ହାତେଇବାକୁ ମସୁଧା

ପୁରୀ ଅଫିସ, ୧୫।୯: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ୬୦ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ରହିଛି। ଏହି ଜମି କେବଳ ପୁରୀ କିମ୍ବା ଓଡ଼ିଶାରେ ନୁହେଁ...

ବ୍ୟାଘ୍ର ପ୍ରକଳ୍ପରୁ ବିସ୍ଥାପିତ ହେବ କଟରଙ୍ଗ

ବନ୍ତଳା, ୧୯।୪ (ଦିନେଶ ଦେହୁରୀ) ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ କୋର୍‌ ଅଞ୍ଚଳରେ ଥିବା ଗ୍ରାମଗୁଡିକୁ ବିସ୍ଥାପିତ କରିବା ପାଇଁ ସରକାର ପଦକ୍ଷେପ...

୫-ଟି ସଚିବଙ୍କ ଅଚାନକ କୋଣାର୍କ ପରିଦର୍ଶନ

କୋଣାର୍କ,୯।୧(ଡି.ଏନ୍‌.ଏ.)- ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ପାରିପାଶର୍‌ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ...

Advertisement
Archives

Model This Week