ବାଲେଶ୍ୱର ଅଫିସ,୧୧।୧୦-ଦୁର୍ଘଟଣା ହ୍ରାସ ଏବଂ ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ବାଲେଶ୍ୱର ସହରର କେତେକ ବ୍ୟସ୍ତବହୁଳ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ମୋଟର ଯାନ ଅଧିନିୟମ ୧୯୮୮ର ଧାରା ୧୧୫ ଏବଂ ଓଡ଼ିଶା ମୋଟର ଯାନ ନିୟମ ୯୩ ଅନୁଯାୟୀ କ୍ଷମତା ପ୍ରୟୋଗ କରି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏହି କଟକଣା ଜାରି କରିଛନ୍ତି। ପୂର୍ବାହ୍ନ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସହରର କିଛି ପ୍ରମୁଖ ରାସ୍ତାରେ କୌଣସି ପ୍ରକାର ମାଲ ବୋଝେଇ ଚାରିଚକିଆ ବା ତଦୂର୍ଦ୍ଧ୍ୱ ଭାରୀଯାନ ଚଳାଚଳ ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଏକ ପ୍ରେସ୍ ବିବୃତିିରେ ସୂଚନା ଦିଆଯାଇଛି।
ସହରର ଆଇଟିଆଇ ଛକଠାରୁ ସୁରଜ ହୋଟେଲ ଛକ ଭାୟା ବସ୍ଷ୍ଟାଣ୍ଡ-ଫକୀରମୋହନ ଗୋଲେଇ, ପୋଲିସ ଲାଇନ୍ ଛକଠାରୁ ହେମକାପଦା ଛକ ଭାୟା ଫକୀରମୋହନ କଲେଜ, ଫକୀରମୋହନ ଗୋଲେଇରୁ ଟାଉନ ଥାନା ଭାୟା ଫାଣ୍ଡି ଛକ, ଚିଡ଼ିଆପୋଲ, ଜିଲା ମୁଖ୍ୟ ଚିକିତ୍ସାଳୟ, ସିନେମା ଛକ ଓ ମୋତିଗଞ୍ଜ ବଜାର, ଷ୍ଟେଶନ ଛକରୁ ପାଣିଟାଙ୍କି ଛକ ଭାୟା ଏଡ଼ିଏମ ଛକ-ଜିଲା ସ୍କୁଲ, ମିର୍ଜାପୋଖରୀରୁ ଛୁଆଳିଆ ମହାଦେବ ଛକ ଭାୟା ମାଣିଖମ୍ବ-ବାରବାଟୀ, ମିର୍ଜାପୋଖରୀରୁ ବାବିଲୋନ ଛକ ଭାୟା ଟାଉନହଲ-ସିନେମା ଛକ, ଟେକ୍ନିକାଲ ସ୍କୁଲ ଛକଠାରୁ ନାରୀସଂଘ ଭାୟା ଏଡିଏମ ଛକ-ରାଜାବଗିଚା, ଷ୍ଟେଶନ ଛକଠାରୁ ପଢୁଆଁପଦା ଛକ ଭାୟା ନାରୀସଂଘ ରୁଟ୍ରେ ଏହି କଟକଣା ଏକ ମାସ (୧ ଅକ୍ଟୋବର ୨୦୧୯ରୁ ୩୦ ଅକ୍ଟୋବର ୨୦୧୯) ପର୍ଯ୍ୟନ୍ତ ବଳବତ୍ତର ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆବଶ୍ୟକତା ଅନୁଯାୟୀ ଏହି କଟକଣାକୁ ବୃଦ୍ଧି କରାଯାଇପାରେ ବୋଲି ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି। ଜାରି କରାଯାଇଥିବା କଟକଣାକୁ ସମସ୍ତେ ମାନିବା ସହିତ ଟ୍ରାଫିକ ନିୟନ୍ତ୍ରଣରେ ସହଯୋଗ କରିବା ପାଇଁ ଜିଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।
Posted inଆମ ଜିଲା ଖବର, ବାଲେଶ୍ୱର View All

କଟକରେ ୨ ନର୍ସ କରୋନା ପଜିଟିଭ ଚିହ୍ନଟ: ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଲା
କଟକ ଅଫିସ,୨୯।୬: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୩୭ରେ ପହଞ୍ଚିଛି। ରବିବାର ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନର ୨ ଜଣ...

ଆଜି ଧାମନଗର ଏନ୍ଏସିର ୬ଟି ବୁଥ୍ରେ ହେବ ମତଦାନ
ଭଦ୍ରକ ଅଫିସ,୫।୪: ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ଓ୍ବାର୍ଡର ୬ଟି ବୁଥ୍ରେ ମଙ୍ଗଳବାର ସାନି ମତଦାନ ହେବ । ଏହି ମତଦାନ...

ଭାଲୁ ଆକ୍ରମଣରେ ଜଣେ ଗୁରୁତର
ଛେଣ୍ଡିପଦା,୩୧।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ମାରୁଢିପ ଗାଁରେ ଭାଲୁ ଆକ୍ରମଣରେ ଗୁରୁବାର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣକ...

ଅଦିନିଆ ଇସ୍କନ ରଥଯାତ୍ରାକୁ ବ୍ରହ୍ମକ୍ଷେତ୍ରରେ ପ୍ରତିବାଦ
ନିଶ୍ଚିନ୍ତକୋଇଲି, ୯।୨ (ସ୍ବ.ପ୍ର.): ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ବଳଦେବଜୀଉ ପୀଠରେ ରବିବାର ପ୍ରତିବାଦ କରାଯାଇଛି। ବଳଦେବଜୀଉ...

ଗ୍ୟାସ ଟାଙ୍କିରୁ ଅଗ୍ନିକାଣ୍ଡ, ଜଳିଗଲା ଆଜବେଷ୍ଟ ଘର
ପରଜଙ୍ଗ,୩୦।୯(ଡି.ଏନ.ଏ)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ସରାଙ୍ଗ ସୁବର୍ଣ୍ଣ ପାଟଣା ସାହିର ଲକ୍ଷ୍ମୀଧର ବେଜଙ୍କ ଘରେ ଥିବା ଗ୍ୟାସ ଟାଙ୍କିରୁ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି।...

ବ୍ରାହ୍ମଣୀ ନଦୀକୂଳରେ ପଡ଼ିଛି ଯୁବତୀଙ୍କ ନଗ୍ନ ମୃତଦେହ
ଯାଜପୁର ଅଫିସ/ବରୀ,୧୮ା୨(ଡି.ଏନ୍.ଏ.): ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ୱ ଅନ୍ୟାସୀପୁର ଠାରେ ଶୁକ୍ରବାର ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବତୀଙ୍କ ବୟସ ୨୦/୨୧ ହେବ...

ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ଅଭିଯୁକ୍ତ ବାପ ପୁଅ ଗିରଫ
ଭଦ୍ରକ ଅଫିସ, ୨୬।୯ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାଉତରାଗଡିଆ ପାଟଣାରେ ବିଜୟ ବେହେରା ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ...

ଉଦ୍ଧାର ହେଲା ଗଛରେ ଚଢ଼ିଥିବା ଭାଲୁ
ଉମରକୋଟ, ୨୫।୧(ସ୍ବ.ପ୍ର.): ଦୀର୍ଘ ୩୨ ଘଣ୍ଟା ପରେ ଜଙ୍ଗଲୀ ଭାଲୁକୁ ଗଛ ଉପରୁ ତଳକୁ ଆଣିଲା ବନ ବିଭାଗ। ଭାଲୁଟିକୁ ଟ୍ରାଙ୍କୁଲାଇଜ୍ କରି ତଳକୁ ଓହ୍ଲାଯାଇଛି।...