ସହର ଫେରନ୍ତାଙ୍କୁ ନେଇ ଚିନ୍ତା

ଭୁବନ, ୬ା୪(ସ୍ବ.ପ୍ର.):କରୋନା ସଂକ୍ରମଣର ହଟ୍‌ଜୋନ୍‌ ପାଲଟିଛି ଭୁବନେଶ୍ୱର। ସ୍ମାର୍ଟସିଟିରେ କଟକଣା ଜୋର୍‌ଦାର କରାଯିବା ପରେ ଏବେ ଗ୍ରାମାଞ୍ଚଳ ମୁହଁ। ହୋଇଛନ୍ତି ଅନେକେ। ଲକ୍‌ଡାଉନ୍‌ ସତ୍ତ୍ୱେ ସେମାନେ ବିଭିନ୍ନ ଉପାୟରେ ଘରକୁ ଫେରିବା ଆରମ୍ଭ କରିଛନ୍ତି। ଫଳରେ ଗ୍ରାମାଞ୍ଚଳରେ ଏବେ ସଂକ୍ରମଣକୁ ନେଇ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଭୁବନରେ। ସୋମବାର କେତେଜଣ ପରିବାର ଭୁବନେଶ୍ୱରରୁ ପଳାଇ ଆସିଛନ୍ତି। ଏ ନେଇ ଅଞ୍ଚଳବାସୀ ପୋଲିସ ପ୍ରଶାସନକୁ ଅବଗତ କରିଛନ୍ତି। ଅନ୍ୟପଟେ ପୋଲିସ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରହିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏ ନେଇ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ କୁହନ୍ତି, ଅଭିଯୋଗ ପାଇବା ପରେ ଭୁବନେଶ୍ବରରୁ ଆସିଥିବା ଲୋକଙ୍କୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରଖାଯିବା ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଆଇସୋଲେଶନରେ ରଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ: ବିନା କାମରେ ବାହାରେ ବୁଲୁଥିବା ଲୋକଙ୍କ ବାଇକ୍‌ ଜବତ କଲା ପୋଲିସ

ବ୍ରହ୍ମପୁର ଅଫିସ, ୨୮।୩: କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ଜାରି ରହିଛି। ତେବେ ଲକ୍‌ ଡାଉନର ୬ ଦିନ...

ନିର୍ବାଚନ ପ୍ରଚାରରେ ରାଲି ବନ୍ଦ ପାଇଁ ୪୧ ପ୍ରତିଶତଙ୍କ ସମର୍ଥନ…

ନୂଆଦିଲ୍ଲୀ, ୯।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ମଧ୍ୟରେ ୫ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନରେ ରାଲି ନ କରିବାକୁ...

ସାଇକୃପାରେ ଶତ ପ୍ରତିଶତ ରେଜଲ୍ଟ

ଢେଙ୍କାନାଳ ଅଫିସ, ୨୯।୭ ଢେଙ୍କାନାଳ ସହର କୁଞ୍ଜକାନ୍ତସ୍ଥିତ ସାଇକୃପା ଯୁକ୍ତ ୨ ବିଜ୍ଞାନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଜଲ୍ଟ ଶତ ପ୍ରତିଶତ ହୋଇଛି। ପରୀକ୍ଷା...

ଆଜି ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୭୭କୁ ବୃଦ୍ଧି

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଶୁକବ୍ରାର ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭୭କୁ ବୃଦ୍ଧି ପାଇଥିବା ରାଜ୍ୟ...

ଭିଡିଓ କଲ୍‌ରେ ବାହାଘର

ପାଟନା, ୨୫।୩: କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ୫ଶହ ଟପିଥିବା ବେଳେ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସକୁ ଗୁରୁତ୍ୱ...

୧୮ ସପ୍ତାହରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୯୦ ହଜାର ଟପିଲା

ନୂଆଦିଲ୍ଲୀ,୧।୬: ଭାରତରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦେଶରେ ଗତ ୧୮ ସପ୍ତାହ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ...

କରୋନା ଟେଷ୍ଟ କଲେ ମୁଖ୍ୟମନ୍ତ୍ରୀ

ଅମରାବତୀ,୧୭।୪: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନମୋହନ ରେଡ୍ଡୀ ଶୁକ୍ରବାର ତାଙ୍କର କୋଭିଡ-୧୯ ଟେଷ୍ଟ କରାଇଛନ୍ତି। ତେବେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ରାପିଡ ଟେଷ୍ଟ...

ଟାର୍ଗେଟରେ ମଦ ଦୋକାନ

ଭୁବନ, ୨୮।୫(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ରାଜପଥରେ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଥିବାବେଳେ ବାଇକ୍‌ ଆରୋହୀ ଛିନ୍‌ତାଇ ଗୋଷ୍ଠୀ...

Advertisement
Archives

Model This Week