ସହରରେ ମାତିଲେ ଡକାୟତ: ଆକ୍ରମଣରେ ୪ ଫାଇନାନ୍ସ କର୍ମଚାରୀ ଗୁରୁତର

ଢେଙ୍କାନାଳ ଅଫିସ, ୫।୧ – ଢେଙ୍କାନାଳ ସହରର ଅନ୍ୟତମ ଜନବହୁଳପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ କୁଞ୍ଜକାନ୍ତ ଲଳିତ ନଗରରେ ଶନିବାର ରାତି ୯ଟାରେ ସଶସ୍ତ୍ର ଡକାୟତି ହୋଇଛି। କଳାମୁଖା ଏବଂ ହେଲ୍‌ମେଟ ପିନ୍ଧିଥିବା ୭ଜଣ ଦୁର୍ବୃତ୍ତ ସେଣ୍ଟ୍ରମ୍‌ ମାଇକ୍ରୋ କ୍ରେଡିଟ୍‌ ଫାଇନାନ୍ସ କାର୍ଯ୍ୟାଳୟରେ ପଶି ଆତଙ୍କରାଜ ସୃଷ୍ଟି କରିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଛନ୍ତି କାର୍ଯ୍ୟାଳୟ ପରିଚାଳକ ତଥା ଭଞ୍ଜନଗରର ସୁନେଶ ପ୍ରଧାନ (୩୭), ଭଦ୍ରକ ଅଞ୍ଚଳର ସହକାରୀ ପରିଚାଳକ ପ୍ରକାଶ କୁମାର ପାଢ଼ୀ (୨୬), କର୍ମଚାରୀ ଜଗମୋହନ ଦାସ (୨୪) ଏବଂ ନିର୍ମଳ ରାଉତ (୨୧)। ଜଗମୋହନଙ୍କ ଘର ପୁରୀ ଏବଂ ନିର୍ମଳଙ୍କ ଭଦ୍ରକରେ ବୋଲି ଜଣାପଡ଼ିଛି।
ସୁନେଶଙ୍କ କହିବା କଥା, ରାତି ପ୍ରାୟ ୯ଟାରେ ୭ଜଣ ଅଭିଯୁକ୍ତ ମୁଣ୍ଡରେ ହେଲମେଟ୍‌ ଏବଂ ମୁହଁରେ କଳାକପଡ଼ା ପିନ୍ଧି ହଠାତ୍‌ କାର୍ଯ୍ୟାଳୟକୁ ପଶିଥିଲେ। କଟୁରି ଏବଂ ଜିଆଇ ପାଇପ୍‌ରେ ସେମାନେ ଅତର୍କିତ ଆକ୍ରମଣ କରିବା ସହ ନିସ୍ତୁକ ପିଟିଥିଲେ। ଏହାପରେ କର୍ମଚାରୀଙ୍କଠାରୁ ୨ଟି ଲାପଟପ୍‌, ୬ଟି ମୋବାଇଲ, ୬ଟି ହାତ ଘଣ୍ଟା, ନଗଦ ୫ ହଜାର ଟଙ୍କା ସହ ସୁନାମୁଦି, କାନଫୁଲ ଏବଂ ମଙ୍ଗଳସୂତ୍ର ଲୁଟି ନେଇଥିଲେ। ଯିବା ପୂର୍ବରୁ ବାହାରପଟୁ କବାଟ ବନ୍ଦ କରିଦେଇଥିଲେ। ବହୁକଷ୍ଟରେ କର୍ମଚାରୀମାନେ କବାଟ ଭାଙ୍ଗି ପଦାକୁ ଆସିବା ପରେ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।
ସହରର ଜନଗହଳିପୂର୍ଣ୍ଣ ସ୍ଥାନରୁ ଏପରି ଡକାୟତି ସାଧାରଣରେ ଆତଙ୍କ ସୃଷ୍ଟି କରିଛି। ଏଥିରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କ ହାତ ଥିବା ସନ୍ଦେହ କରାଯାଉଛି। ପୋଲିସ କର୍ମଚାରୀଙ୍କୁ ପଚରାଉଚୁରା କରିବା ସହ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଜୀବନ ଗଲା

ପରଜଙ୍ଗ, ୨୭।୪(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇ ଗ୍ରାମ ନିକଟବର୍ତ୍ତୀ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ବୁଧବାର ଜବତ କରାଯାଇଛି। ମୃତକ...

ଦୁଃଖ ଆଣିଛି ଦୁଇ କି.ମି. ରାସ୍ତା

ଭୁବନ, ୩୦।୭(ଡି.ଏନ.ଏ.): ଗାଁର ଛାତିଚିରି ଆଗକୁ ମାଡ଼ିଯାଇଛି ଜାତୀୟ ରାଜପଥ ୫୩। ଦୁଇଭାଗ ହୋଇଯାଇଛି ଗ୍ରାମ। ଉଭୟ ପଟରେ ଗଢ଼ିଉଠିଛି ଜନବସତି। ରହିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ।...

କ୍ରୀଡ଼ାରେ କରୋନା ବେଡ଼ି

ଢେଙ୍କାନାଳ ଅଫିସ, ୧୨।୮ –  କରୋନା ମାଡ଼ରେ ଦୋହଲିଯାଇଛି ସମଗ୍ର କ୍ରୀଡ଼ାଜଗତ। ଦୀର୍ଘ ୫ମାସ ହେଲା ଷ୍ଟାଡିୟମ ଶୂନଶାନ। ସଂକ୍ରମଣ ଆଶଙ୍କାରେ ବନ୍ଦ ହୋଇଯାଇଛି ସମସ୍ତ...

ବଜ୍ରପାତରେ ଚାଲିଗଲା ୨ ମହିଳାଙ୍କ ଜୀବନ

ଭାପୁର/ବନ୍ତଳା,୮।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା ସଦର ଥାନା ବାଲିଅମ୍ବା ପଞ୍ଚାୟତ ରାଇଡିହି ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ନିର୍ମଳା ସାହୁଙ୍କ ମୃତ୍ୟୁ ହୋଇଛି। ନିର୍ମଳା ଘର ନିକଟ...

ଦେଢ଼ମାସ ହେଲା ନଳକୂପ ଅଚଳ

ପରଜଙ୍ଗ, ୭।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମାଣିକମରା ପଞ୍ଚାୟତ ଅଧୀନ ସରକିଶୋରପାଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନଳକୂପ ଦେଢ଼ମାସ ହେଲା ଅଚଳ...

ପର୍ଯ୍ୟଟନରେ ପୂର୍ଣ୍ଣଚ୍ଛେଦ

ଢେଙ୍କାନାଳ ଅଫିସ, ୫।୩: ସାତକୋଶିଆ ବ୍ୟାଘ୍ର କରିଡରରେ ସାମିଲ କରାଯିବା ପରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ‘ନନ୍ଦିନିଆ’ ପର୍ଯ୍ୟଟନସ୍ଥଳୀ ମାନ୍ୟତାରୁ ବାଦ୍‌ ପଡ଼ିଛି। ବିବିଧ ବନ୍ୟଜୀବନରେ...

ଆଲୋକମାଳାରେ ଝଲସୁଛି ବଇଣ୍ଡା ପୂଜା ମଣ୍ଡପ

ବଇଣ୍ଡା,୬ା୧୦(ଡି.ଏନ.ଏ)-କିଶୋରନଗର ବ୍ଲକ ବଇଣ୍ଡା ହାଇସ୍କୁଲ ରୋଡ ଓ ଡେବେରାପାଲି ଗ୍ରାମରେ ଶନିବାରଠାରୁ ଦୁର୍ଗାପୂଜା ଆରମ୍ଭ ହୋଇଛି। ଏଥିପାଇଁ ଗାଁ ଦାଣ୍ଡ ଉତ୍ସବ ମୁଖର ହୋଇପଡ଼ିଛି। ଶୁକ୍ରବାର...

ହାତୀପଲ ପାଇଁ ଅଟକିଲା ଟ୍ରେନ୍‌

ଢେଙ୍କାନାଳ ଅଫିସ, ୭।୮: ହାତୀପଲ ପାଇଁ ଅଟକିଲା ବଲାଙ୍ଗୀର-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍‌। ଢେଙ୍କାନାଳ ଜିଲା ସଦର ରେଞ୍ଜ ମୋଟଙ୍ଗା ଥାନା ଅଧୀନ ମେରାମଣ୍ଡଳୀ ରେଳଷ୍ଟେଶନ ଏବଂ...

Advertisement
Archives

Model This Week