ସହଯୋଗ ହିଁ କରୋନାକୁ ରୋକିପାରିବ

ସନ୍ଦୀପ କୁମାର ପଟ୍ଟନାୟକ

କରୋନା ରୋଗ ପାଇଁ ସାରା ପୃଥିବୀରେ ଏକ ଅଭୂତପୂର୍ବ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି। ଏହାର କାରଣଗୁଡିକ ହେଲା କରୋନା ଭୂତାଣୁର ବହୁତ ଶୀଘ୍ର କାୟା ବିସ୍ତାର, ମୃତ୍ୟୁ ସଂଖ୍ୟାରେ ବୃଦ୍ଧି, ଉପଚାରର ଅଭାବ ଓ ଭୂତାଣୁ ବିସ୍ତାରର କାରଣ ଖୋଜିବା ପାଇଁ ଆବଶ୍ୟକୀୟ ଜ୍ଞାନର ଅଭାବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଏକ ମହାମାରୀ ବୋଲି ଘୋଷଣା କରିଛି। ଯେହେତୁ ଏହି ରୋଗର ଉପଚାର ନାହିଁ ତେଣୁ ଆମମାନଙ୍କୁ ପରିଚ୍ଛନ୍ନତା ଉପରେ ଅଧିକ ଧ୍ୟାନଦେବା ଆବଶ୍ୟକ। ଯେପରି କି ହାତକୁ ଭଲ ଭାବରେ ଧୋଇବା ତଥା ଥଣ୍ଡା ସଂକ୍ରମଣରୁ ଦୂରେଇ ରଖିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବା ଆବଶ୍ୟକ। ଗହଳି ସ୍ଥାନରୁ ନିଜକୁ ଦୂରେଇ ରଖିବା। ଗୁଜବ ଭଲ ବଦଳରେ ଭେଲ ହିଁ କରେ ତେଣୁ ବିଭିନ୍ନ ଭାବରେ ଘୂରିବୁଲୁଥିବା ଗୁଜବ ବିଷୟରେ ସଚେତନ ହୋଇ ରହିବା ଆବଶ୍ୟକ। ଆଶାକରାଯାଏ ଏହାଦ୍ୱାରା ସଂକ୍ରମଣକୁ କିଛି ମାତ୍ରାରେ ରୋକାଯାଇପାରିବ।
ଭାରତରେ କରୋନା ଯେମିତି ବ୍ୟାପକ ସଂକ୍ରମିତ ନ ହୁଏ, ତାକୁ ଦେଖିବାର ପ୍ରଥମ ଉତ୍ତରଦାୟିତ୍ୱ ସରକାରଙ୍କର। ତାଙ୍କୁ ନାଗରିକଭାବରେ ସହଯୋଗ କରିବା ଆମର କର୍ତ୍ତବ୍ୟ। ଓଡିଶା ସରକାର କରୋନା ମୁକାବିଲା ଲାଗି ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ଏହି ପଦକ୍ଷେପ ସ୍ବାଗତଯୋଗ୍ୟ।
ସବୁ ସତ୍ତ୍ୱେ ଯଦି ସଂକ୍ରମଣ ବୃଦ୍ଧି ପାଇଲା, ତେବେ ସରକାର ଏହି ରୋଗକୁ ରୋକିବା ପାଇଁ ସମର୍ଥ ତ? କାରଣ, କେବଳ କେରଳ ଭଳି କିଛି ରାଜ୍ୟକୁ ଛାଡିଦେଲେ ବର୍ତ୍ତମାନ ସରକାରୀ ସ୍ବାସ୍ଥ୍ୟାବସ୍ଥା ସବୁଠି ଦୁର୍ବଳ ସ୍ଥିତିରେ ଅଛି। ଘରୋଇ ଡାକ୍ତରଖାନା କାହାକୁ ଏବେ ଉତ୍ତରଦାୟୀ ନାହାନ୍ତି। ସେମାନେ ସ୍ବାସ୍ଥ୍ୟସେବା ଯୋଗାଇବା ନାମରେ ଅଧିକ ଲାଭର ଆଶା ରଖୁଛନ୍ତି। ବିଗତ ଦିନରେ ଆମ ଦେଶରେ ସ୍ବାସ୍ଥ୍ୟାବସ୍ଥାକୁ ବାରମ୍ବାର ଉପେକ୍ଷିତ କରାଯାଇଛି ଓ ସ୍ବାସ୍ଥ୍ୟାବସ୍ଥାକୁ ଘରୋଇକରଣ କରାଯାଇଛି।
ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏକ ସ୍ବଳ୍ପ, ମଧ୍ୟମ ଓ ଦୀର୍ଘସ୍ଥାୟୀ ଯୋଜନାର ଆବଶ୍ୟକତା ଅଛି। ଏହି ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ଆଗାମୀ ଦିନ ପାଇଁ ସରକାରୀ ସ୍ବାସ୍ଥ୍ୟାବସ୍ଥାକୁ, ବିଶେଷକରି ଡାକ୍ତରଖାନାଗୁଡିକୁ ଆବଶ୍ୟକୀୟ ସୁଦୃଢ କରାଯାଉ। ସରକାର ସାମାଜିକ ଦୂରତ୍ୱ ଭଳି ପଦକ୍ଷେପ ବ୍ୟତୀତ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ, ଜିଲା ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସୁଦୃଢୀକରଣର ଆବଶ୍ୟକତା ଅଛି। ଡାକ୍ତରଖାନାରେ ଆବଶ୍ୟକୀୟ ସଘନ ଚିକିତ୍ସା ବ୍ୟବସ୍ଥା ବା ଆଇସିୟୁ, ଚିକିତ୍ସା ପାଇଁ ସରଞ୍ଜାମ, ଅମ୍ଳଜାନ, ଔଷଧ ପର୍ଯ୍ୟାପ୍ତ ପରିମାଣରେ ରଖିବା ଆବଶ୍ୟକ। ଜ଼ିଲାସ୍ତରରେ ଥିବା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କୁ ଯେ କୌଣସି ପ୍ରକାରର ସମସ୍ୟା ସାମ୍ନା କରିବା ପାଇଁ ଆବଶ୍ୟକ ଆନୁଷ୍ଠାନିକ କ୍ଷମତା ଦିଆଯାଉ। ଏହାସହିତ ଘରୋଇ ଡାକ୍ତରଖାନା ବି ନିୟନ୍ତ୍ରଣ କରିବାର କ୍ଷମତା ଦିଆଯାଉ। ଚିକିତ୍ସା ଯୋଗାଉଥିବା ତଳରୁ ଉପର ପର୍ଯ୍ୟନ୍ତ କର୍ମଚାରୀ ଓ ସ୍ବେଛାସେବୀମାନଙ୍କୁ ନିରାପଦ କାର୍ଯ୍ୟକ୍ଷେତ୍ର ସହିତ ସରଞ୍ଜାମ ଯୋଗାଇ ଦିଆଯାଉ।
ବିଦ୍ୟାଳୟମାନଙ୍କୁ ବନ୍ଦ ରଖାଯାଇଛି। କିନ୍ତୁ ବନ୍ଦ କାରଣରୁ ତାଙ୍କୁ ମଧ୍ୟାହ୍ନଭୋଜନ ମିଳୁନାହିଁ। ପିଲାଙ୍କ ମଧ୍ୟାହ୍ନଭୋଜନ ବନ୍ଦ ହେବା ଉଚିତ ନୁହେଁ। କେରଳ ସରକାର ବିଦ୍ୟାଳୟ ବନ୍ଦ କରିଥିଲେ ମଧ୍ୟ ପିଲାଙ୍କୁ ମଧ୍ୟାହ୍ନଭୋଜନ ଯୋଗାଇବାର ନୂତନ ବ୍ୟବସ୍ଥା କରିଛନ୍ତି। ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଖାଦ୍ୟ ନିରାପତ୍ତା ଦେବା ପାଇଁ ଅଧିକ ଖର୍ଚ୍ଚ କରିବା ପ୍ରୟୋଜନ। ସରକାର ବିକଳ୍ପ ନ ଦେଇ ସବୁ ସୁବିଧାଗୁଡିକୁ ତତ୍‌କ୍ଷଣାତ ବନ୍ଦ କଲେ ଗରିବଙ୍କ ପାଇଁ ଅନ୍ୟାୟ ହେବ। ଗଣମାଧ୍ୟମ ତା’ର ଠିକ ତଥ୍ୟ ସହିତ ନିରପେକ୍ଷତା ବଜାୟରଖିବା ଆବଶ୍ୟକ, ଯାହାଫଳରେ ଲୋକମାନଙ୍କର ବିଶ୍ୱସନୀୟତା ବଜାୟ ରହିବ। ଏହାସହିତ ସରକାରଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଅଧିକ ଫଳପ୍ରଦ କରିବା ପାଇଁ ଗବେଷଣାର ଆବଶ୍ୟକତା ଅଛି।
କରୋନା ଭୂତାଣୁ ବିଶ୍ୱବ୍ୟାପୀ ସଂକ୍ରମଣରେ ସବୁଠୁ ବେଶି ସଙ୍କଟ ଅର୍ଥନୀତିରେ ସୃଷ୍ଟି ହୋଇଛି। ଦେଶର ଏକ ବଡ ଭାଗ ଜନସାଧାରଣଙ୍କ ପାଖରେ ସମ୍ବଳର ଅଭାବ ଅଛି। ସରକାରଙ୍କ ଦ୍ୱାରା କୁହାଯାଉଥିବା ଏହି ସାମାଜିକ ଦୂରତ୍ୱ ରଖିବାର ଫାଇଦା କିଛି ଦିନ ପାଇଁ। ଘରୁ ବାହାରକୁ ବାହାରିବା ଉପରେ କଟକଣା ଲଗାଯାଇଥିବାରୁ ଏହାଦ୍ବାରା ସାଧାରଣଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବ। ସରକାରୀ ଓ ବେସରକାରୀ କର୍ମଚାରୀ ଅପେକ୍ଷା ସାଧାରଣ ଶ୍ରମିକ, କୃଷକମାନଙ୍କ ନିଜର ଜୀବିକା ଉପରେ ସଙ୍କଟ ଦେଖାହେବ, ସେଥିପାଇଁ ସ୍ବଚ୍ଛଳ ବର୍ଗ ଅଧିକ ସମ୍ବେଦନତା ଦେଖାଇବା ସହିତ ପରସ୍ପରକୁ ସାହାଯ୍ୟ କରିବାର ସାମାଜିକ ଆବଶ୍ୟକତା ବି ରହିଛି। ଏହାସହିତ, ଲୋକମାନେ ପରିବେଶକୁ ପରିଚ୍ଛନ୍ନ କରିବା ସହିତ ସଂକ୍ରମିତ ହୋଇଥିବା ଲୋକମାନଙ୍କୁ ଉପଚାର ପାଇଁ ନିଜ ଭିତରେ ଭାଇଚାରା ରଖିବା ଆବଶ୍ୟକ। ଏହି ଅର୍ଥରେ ବୁଝିବାକୁ ପଡିବ ଯଦି ଜଣେ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି ତେବେ ତାହା କେବଳ ତାଙ୍କ ବା ତାଙ୍କ ପରିବାରର ସମସ୍ୟା ନୁହେଁ; ତାହା ସମାଜର ସମସ୍ୟା ଯାହାକୁ ମିଳିମିଶି ହଟାଇବାକୁ ହେବ। ଆଜିର ଦିନରେ ପ୍ରତିଟି ଦେଶ ଅନ୍ୟ ଦେଶ ଉପରେ ନିର୍ଭର କରୁଛି। ଆଜିର ଜଳବାୟୁ ପରିବର୍ତ୍ତନର ପୃଷ୍ଠଭୂମିରେ ଏହି ରୋଗକୁ ନିର୍ମୂଳକରିବା ପାଇଁ ନିଜ ନିଜ ଭିତରେ ପ୍ରତିଯୋଗିତା ନୁହେଁ ବରଂ ସହଯୋଗ ଜରୁରୀ। ଏହି ଘାତକ ଭୂତାଣୁକୁ ପ୍ରତିହତ କରିବାରେ ଚାଇନା ଅନେକାଂଶରେ ସଫଳ ହୋଇଛି ତେବେ ମଣିଷଜାତି ଏକଜୁଟ ହୋଇ ତାକୁ ପରାସ୍ତ ଓ ଲୋପ ପାଇଁ ପ୍ରୟାସ କରୁଛନ୍ତି, ଏହା ହିଁ ଆମ ପାଇଁ ବଡ ଆଶ୍ୱାସନା।
ଡିମିରିସେନା, ପୁରୀ
ମୋ-୦୯୯୩୮୦୬୩୨୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri