ସହକାରୀ ଆର୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ: ୪ ଗିରଫ

ସଜନାଗଡ଼, ୮।୩(ଡି.ଏନ.ଏ.)-ନୀଳଗିରି ତହସିଲ ବେଗୁନିଆ ପଞ୍ଚାୟତ ଅଧୀନ ଡୁମଗଣ୍ଡିରା ଗ୍ରାମରୁ ଦିନରାତି ହଜାର ହଜାର ଟ୍ରିପ ବାଲି ଚୋରାରେ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଗତ ୬ ତାରିଖ ଅପରାହ୍ନ ୧ଟା ୪୦ ମିନିଟ୍‌ରେ ମିତ୍ରପୁର ସହକାରୀ ରାଜସ୍ବ ନିରୀକ୍ଷକ ମୁକ୍ତିକାନ୍ତ ପ୍ରଧାନ ଉକ୍ତ ଗ୍ରାମରେ ପହଞ୍ଚତ୍ ୩ଟି ଟ୍ରାକ୍ଟର ବାଲି ବୋଝେଇ କରୁଥିବା ଦେଖି ବାରଣ କରିଥିଲେ। ସହକାରୀ ଆର୍‌ଆଇ ନିଜ ମୋବାଇଲରେ ଟ୍ରାକ୍ଟରଗୁଡ଼ିକର ଫଟୋ ଉଠାଇ ଫେରୁଥିବାବେଳେ ଅଧା ରାସ୍ତାରେ ୭ଜଣ ଯୁବକ ତାଙ୍କୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଟଣାଓଟରା କରିଥିଲେ। ଏପରିକି ତାଙ୍କ ମୋବାଇଲକୁ ଛଡ଼ାଇ ନେଇ ଉଠାଇଥିବା ସମସ୍ତ ଫଟୋକୁ ଡିଲିଟ୍‌ କରିଥିଲେ। ଉକ୍ତ ଯୁବକମାନେ ସହକାରୀ ରାଜସ୍ବ ନିରୀକ୍ଷକ ପ୍ରଧାନଙ୍କ ତଣ୍ଟିକୁ ଚିପିବା ସହିତ ଏକ ବେଲଚାରେ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ। ଏନେଇ ସେ ନୀଳଗିରି ଥାନାରେ ଅଭିଯୋଗ ହୋଇଛି। ଥାନାରେ ଏକ ମାମଲା (ନଂ. ୭୫/୨୦) ରୁଜୁ ହୋଇଛି। ପୋଲିସ ଡୁମଗଣ୍ଡିରା ଗ୍ରାମର ମଳୟ ବେହେରା, ସନାତନ ଦାସ, ସୁଶାନ୍ତ ଦାସ, ଅଜୟ ଦାସ, ରନତ୍ାକର ଭୂୟାଁ, ଉତ୍ତମ କୁମାର ଭୂୟାଁ, ଅଜୟ କୁମାର ପାତ୍ରଙ୍କ ନାମରେ ମାମଲା ରୁଜୁ କରିଛି। ନୀଳଗିରି ଥାନା ପକ୍ଷରୁ ରାତିରେ ଚଢ଼ାଉ କରାଯାଇ ଅଜୟ କୁମାର ପାତ୍ର, ଅଜୟ ଦାସ, ସୁଶାନ୍ତ ଦାସ ଓ ମଳୟ ବେହେରାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଶିପାଳ ଗ୍ରାମରେ ଅଘଟଣ: ମଦ କାରବାରକୁ ନେଇ ବଚସା, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀ ମୃତ

ଝୁମ୍ପୁରା,୨୨।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ କାଶିପାଳ ଗ୍ରାମରେ ବୁଧବାର ଏକ ଅଘଟଣ ଘଟିଛି। ମଦ କାରବାରକୁ ନେଇ ବଚସା ହେବାରୁ ସ୍ବାମୀଙ୍କ ମାଡ଼ରେ...

ବାଲି ପରିବହନକାରୀ-ଗ୍ରାମବାସୀଙ୍କ ସଂଘର୍ଷ

ଜଳେଶ୍ୱର,୧୬।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଶିଖରପୁର ପଞ୍ଚାୟତ ଅନ୍ତର୍ଗତ କଲୋନୀସାହି ନିକଟସ୍ଥ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଅହୋରାତ୍ର ଶତାଧିକ ଟ୍ରାକ୍ଟର ଓ ଡମ୍ପର ଯୋଗେ...

ମାଣତ୍ରୀରେ ୧୪୦ ଫୁଟ୍‌ ଲମ୍ବର ଡଙ୍ଗା

ସୋର, ୧୩।୧୧(ଡି.ଏନ.ଏ.)-କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସୋର ବ୍ଲକ ମାଣତ୍ରୀ ଗ୍ରାମରେ ଯୁବକମାନେ ୧୪୦ ଫୁଟ୍‌ ଲମ୍ବର ଡଙ୍ଗା ପ୍ରସ୍ତୁତ କରି ଗ୍ରାମ ପୋଖରୀରେ ଭସାଇଛନ୍ତି। ଗ୍ରାମର...

କଂକ୍ରିଟ ରାସ୍ତା ଫାଟି ଆଁ

ବାଲେଶ୍ୱର ଅଫିସ, ୨ ।୪ ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ୬୦ନଂ. ଜାତୀୟ ରାଜପଥଠାରୁ ମଧୁପୁରା ପର୍ଯ୍ୟନ୍ତ ୨୦୧୬ରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ...

ଜୁନିୟର ମଡେଲ ପ୍ରତ୍ୟାଶା: ଲକ୍ଷ୍ୟ ଆଇଆଇଟି ଇଞ୍ଜିନିୟର, ସଫଳ ମଡେଲ

ବାଲେଶ୍ୱର ଅଫିସ- ବାଲେଶ୍ୱର ସହରର ଝିଅ ପ୍ରତ୍ୟାଶା ପରିଜା। ମାତ୍ର ୧୨ବର୍ଷ ବୟସରୁ ସେ ପାଇସାରିଲେଣି ୭୦ରୁ ଊର୍ଦ୍ଧ୍ୱ ପୁରସ୍କାର। ମଡେଲିଂ ହେଉ କି ଡ୍ୟାନ୍ସ,...

୬ ଖଣି ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ ସାର୍ଟିଫିକେଟ ମାମଲାରେ ଓ୍ବାରେଣ୍ଟ ଜାରି

କେନ୍ଦୁଝର, ୨୩ା୬ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ବିପୁଳ ଖଣିଜ ସମ୍ପଦ ଲୁଟ କରିଥିବା ୩୧ ଖଣିର ୨୩ ଲିଜଧାରୀଙ୍କଠାରୁ ୬୩୫୦ କୋଟି ଟଙ୍କା ଜରିମାନା ଆଦାୟ ଲାଗି...

ସରସ୍ବତୀ ମୂର୍ତ୍ତି ଭସାଣି ବେଳେ ଗଣ୍ଡଗୋଳ, ୪ ଆହତ

ସୋର, ୪।୨(ଡି.ଏନ.ଏ.)-ସରସ୍ବତୀଙ୍କ ମୂର୍ତ୍ତି ଭସାଣକୁ କେନ୍ଦ୍ର କରି ସୋର ଥାନା ଅଧୀନ ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଈଶ୍ୱରପୁର ଓ ମାଟିଆପଲା ଗ୍ରାମର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ...

ଚିଙ୍ଗୁଡି ମାଫିଆଙ୍କ କବଳରେ ଶତାଧିକ ଏକର ସରକାରୀ ଜମି

ବାଲିଆପାଳ, ୨୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ତହସିଲ ଅନ୍ତର୍ଗତ ଜମ୍ଭୀରାଇ, ପଞ୍ଚୁପାଲି ଓ ବୋଳଂ ଆଦି ପଞ୍ଚାୟତର ଶହ ଶହ ଏକର ସରକାରୀ ଗୋଚର ଚାରଣ ଜମି,...

Advertisement
Archives

Model This Week