ସର୍ଭିକାଲ ମ୍ୟୁକସ୍‌ ଓ ଅପ୍ରଜନନତା

‘ଏକ ସାଧାରଣ ଚକ୍ରରେ, ସର୍ଭିକ୍ସ ଡିମ୍ବାଣୁ ସୃଷ୍ଟି ପାଇଁ ଦରକାରୀ ଜଳୀୟ ମ୍ୟୁକସ୍‌ ସୃଷ୍ଟି କରିଥାଏ। ସାଧାରଣତଃ ଏହି ମ୍ୟୁକସ୍‌ ବାହ୍ୟ ପଦାର୍ଥ ଆକ୍ରମଣରୁ ମହିଳାଙ୍କ ପ୍ରଜନନ ବ୍ୟବସ୍ଥାକୁ ସୁରକ୍ଷା ପ୍ରଦାନ କରିଥାଏ। ଡିମ୍ବାଣୁ ସୃଷ୍ଟି ସମୟରେ ମ୍ୟୁକସ୍‌ ଏକ ସୁରକ୍ଷିତ ମାର୍ଗରେ ପରିଣତ ହୋଇଥାଏ, ଯାହା ଦେଇ ଶୁକ୍ରାଣୁ ସୁରକ୍ଷିତ ଭାବରେ ଯାତ୍ରା କରିଥାଏ।“

ସର୍ଭିକାଲ ମ୍ୟୁକସ୍‌ର ପ୍ରାଥମିକ କାର୍ଯ୍ୟ ହେଉଛି ଫାଲୋପିଆନ୍‌ ନଳୀକୁ ଶୁକ୍ରାଣୁ ଯିବାବେଳେ ତାହାକୁ ସୁରକ୍ଷା ପ୍ରଦାନ କରିବା ଏବଂ ଭାଜିନାରେ ଥିବା ପ୍ରାକୃତିକ ଅମ୍ଳୀୟ ପରିବେଶଠାରୁ ସେମାନଙ୍କୁ ରକ୍ଷାକରିବା। ଏହା ସୁରକ୍ଷିତ ଭାବରେ ଶୁକ୍ରାଣୁକୁ ଡିମ୍ବାଣୁ ପାଖରେ ପହଞ୍ଚାଇଥାଏ, ଯାହା ଯୋଗୁ ଗର୍ଭଧାରଣ ହୋଇଥାଏ ଓ ଜଣେ ମହିଳା ଗର୍ଭଧାରଣ କରିଥାନ୍ତି। ଯଦିଓ ଏହାକୁ ମାତ୍ର ୧୫-୨୦ ପ୍ରତିଶତ ଭାବେ ଗଣନା କରାଯାଏ, ହଷ୍ଟାଇଲ ସର୍ଭିକାଲ ମ୍ୟୁକସ୍‌ ହେଉଛି ମହିଳାଙ୍କ ଅପ୍ରଜନନତାର କାରଣଗୁଡ଼ିକ ମଧ୍ୟରୁ ଗୋଟିଏ।
ସର୍ଭିକାଲ ମ୍ୟୁକସ୍‌ ସାଧାରଣତଃ କ’ଣ କରିଥାଏ : ଏକ ସାଧାରଣ ଚକ୍ରରେ, ସର୍ଭିକ୍ସ ଡିମ୍ବାଣୁ ସୃଷ୍ଟି ପାଇଁ ଦରକାରୀ ଜଳୀୟ ମ୍ୟୁକସ୍‌ ସୃଷ୍ଟି କରିଥାଏ। ସାଧାରଣତଃ ଏହି ମ୍ୟୁକସ୍‌ ବାହ୍ୟ ପଦାର୍ଥଗୁଡ଼ିକ ଆକ୍ରମଣରୁ ମହିଳାଙ୍କ ପ୍ରଜନନ ବ୍ୟବସ୍ଥାକୁ ସୁରକ୍ଷା ପ୍ରଦାନ କରିଥାଏ। ଡିମ୍ବାଣୁ ସୃଷ୍ଟି ସମୟରେ ମ୍ୟୁକସ୍‌ ଏକ ସୁରକ୍ଷିତ ମାର୍ଗରେ ପରିଣତ ହୋଇଥାଏ, ଯାହା ଦେଇ ଶୁକ୍ରାଣୁ ସୁରକ୍ଷିତ ଭାବରେ ଯାତ୍ରା କରିଥାଏ। ଏହାଛଡ଼ା ଇଷ୍ଟ୍ରୋଜେନ୍‌ ପ୍ରଭାବରେ ମୋଟା ଓ ଅଠାଳିଆ ମ୍ୟୁକସ୍‌ ପରିଷ୍କାର ଓ ତନ୍ତୁମୟ ହୋଇଯାଏ।
କିନ୍ତୁ ବେଳେବେଳେ ସର୍ଭିକାଲ ମ୍ୟୁକସ୍‌ ଭଲଠାରୁ ଅଧିକ କ୍ଷତି କରିଥାଏ, ତେଣୁ ଗର୍ଭଧାରଣ ସମୟରେ ଶୁକ୍ରାଣୁକୁ ସୁରକ୍ଷା ପ୍ରଦାନ କରିବା ପରିବର୍ତ୍ତେ ଏହା ପ୍ରତିକୂଳ ଓ ବିପଦପୂର୍ଣ୍ଣ ହୋଇଥାଏ। ଏହାଛଡ଼ା ବେଳେ ବେଳେ ସର୍ଭିକାଲ ମ୍ୟୁକସ୍‌ରେ ଆଣ୍ଟିସ୍ପର୍ମ ଆଣ୍ଟିବଡି ଉପସ୍ଥିତ ଥାଆନ୍ତି, ଯେଉଁ କାରଣରୁ ଶୁକ୍ରାଣୁକୁ ଏକ ବାହ୍ୟ ଆକ୍ରମକ ପାଇଁ ଇମ୍ୟୁନୋ ବ୍ୟବସ୍ଥା ଭୁଲ୍‌ କରିଥାଏ। ତେଣୁ ଏହା ଶୁକ୍ରାଣୁର ପ୍ରବାହକୁ ବନ୍ଦ କରିଦେଇଥାଏ ଅଥବା ଶୁକ୍ରାଣୁକୁ ଅନେକାଂଶରେ ନଷ୍ଟ କରିଦେଇଥାଏ, ଯାହା ଦ୍ୱାରା ସେମାନେ ଅଧିକ ସମୟ କାର୍ଯ୍ୟ କରିପାରନ୍ତି ନାହିଁ। ପ୍ରତିକୂଳ ସର୍ଭିକାଲ ମ୍ୟୁକସ୍‌ ମାଧ୍ୟମିକ ଅପ୍ରଜନନତାର କାରଣ ହୋଇପାରେ କିମ୍ବା ପୂର୍ବର ସଫଳତାର ସହିତ ଗର୍ଭଧାରଣ ପରେ ଗର୍ଭଧାରଣ କରିବାକୁ ଅକ୍ଷମତା ପ୍ରକାଶ କରିଥାଏ।
ସର୍ଭିକାଲ ମ୍ୟୁକସ୍‌ ପ୍ରତିକୂଳ ହେବାର କାରଣ କ’ଣ
ପ୍ରତିକୂଳ ସର୍ଭିକାଲ ମ୍ୟୁକସ୍‌ ପାଇଁ ଅନେକ କାରଣ ଦାୟୀ । ଏହାର ନିମ୍ନୋକ୍ତ କାରଣ ରହିଛି।
ନିମ୍ନମାନର ଖାଦ୍ୟ: ଏହା ପ୍ରତିକୂଳ ସର୍ଭିକାଲ ମ୍ୟୁକସ୍‌ ହେବାର ପ୍ରମୁଖ କାରଣଗୁଡ଼ିକ ମଧ୍ୟରୁ ଗୋଟିିଏ। ଜଣେ ମହିଳାଙ୍କ ପାଇଁ ସନ୍ତୁଳିତ, ପୋଷକଯୁକ୍ତ ଖାଦ୍ୟ ଗ୍ରହଣ ଓ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖିବା ପାଇଁ ପ୍ରତିଦିନ ପ୍ରଚୁର ପାଣି ପିଇବା ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଅତ୍ୟଧିକ ଦୁଗ୍ଧଜାତ ଉପତ୍ାଦ ଖାଉଛନ୍ତି ତେବେ ଆପଣଙ୍କ ସର୍ଭିକାଲ ମ୍ୟୁକସ୍‌ ଅତ୍ୟଧିକ ମୋଟା ହୋଇଯିବ।
ଚିକିତ୍ସା: ପ୍ରତିକୂଳ ସର୍ଭିକାଲ ମ୍ୟୁକସ୍‌ର ଅନ୍ୟ ଏକ କାରଣ ହେଉଛି କେତେକ ବିଶେଷ ଗ୍ରୁପ୍‌ର ଚିକିତ୍ସା। ଉଦାହରଣ ସ୍ବରୂପ, ଆଣ୍ଟିହିଜ୍‌ନାମିନ୍ସ ଅନେକ ମହିଳାଙ୍କ କ୍ଷେତ୍ରରେ ପ୍ରତିକୂଳ ସର୍ଭିକାଲ ମ୍ୟୁକସ୍‌ ସୃଷ୍ଟିର କାରଣ ହୋଇଥାଏ।
ପ୍ରତିକୂଳ ସର୍ଭିକାଲ ମ୍ୟୁକସ୍‌କୁ କିପରି ଦୂର କରିପାରିବେ: ପୋଷ୍ଟକୋସିଆଲ୍‌ ପରୀକ୍ଷା ହେଉଛି ଶୁକ୍ରାଣୁ-ମ୍ୟୁକସ୍‌ ମଧ୍ୟରେ ସମ୍ବନ୍ଧ ସୃଷ୍ଟି କରିବା ପାଇଁ ପ୍ରାଥମିକ ଉପକରଣ। ବିଶେଷଭାବେ ଯଦି ଅନ୍ୟାନ୍ୟ ପରୀକ୍ଷା ସାଧାରଣ ହୋଇଥାଏ ଓ ଅପ୍ରଜନନତାର ଅବିଶ୍ଳେଷଣୀୟ କାରଣକୁ ଦୃଢ଼ କରିଥାଆନ୍ତି, ତେବେ ଏହା ହେଉଛି ସର୍ଭିକାଲ ମ୍ୟୁକସ୍‌ ଅସୁବିଧାକୁ ଦୂର କରିବା ନିମନ୍ତେ ଏକ ପରୀକ୍ଷା। ଏହି ପରୀକ୍ଷା ଦର୍ଶାଏ ଯେ, ଯଦି ମ୍ୟୁକସ୍‌ର ରାସାୟନିକ ପଦାର୍ଥ ଶୁକ୍ରାଣୁ ବଞ୍ଚତ୍ ରହିବା ପାଇଁ ଉପଯୁକ୍ତ ଏବଂ କୌଣସି ମୃତ କିମ୍ବା ଧୀରେ ଯାଉଥିବା ଶୁକ୍ରାଣୁର ସନ୍ଧାନ ମିଳେ, ତେବେ ଏହା ମ୍ୟୁକସ୍‌ର ପ୍ରତିକୂଳତାକୁ ସୂଚାଇଥାଏ।
-ଯଦି ସର୍ଭିକ୍ସକୁ ଯାଇଥିବା ଶୁକ୍ରାଣୁ ଉତ୍ତମ ମାନର କିମ୍ବା ପରିମାଣର ହୋଇଥାଏ।
-ଯଦି ମ୍ୟୁକସ୍‌ ମଧ୍ୟରେ ଶୁକ୍ରାଣୁର ଗତିଶୀଳତା ବଳିଷ୍ଠ ହୋଇଥାଏ।
-ଯଦି କୌଣସି ଅଂଶୀଦାରଙ୍କଠାରେ କୌଣସି ପ୍ରକାରର ସଂକ୍ରମଣର ସୂଚନା ମିଳୁଛି ଏବଂ ଯଦି ପରୀକ୍ଷାର ଫଳ ପ୍ରତିକୂଳ ମ୍ୟୁକସ୍‌ର ଉପସ୍ଥିତିକୁ ସୂଚାଏ, ତେବେ ଗର୍ଭଧାରଣର ସଫଳତା ହାର ଇଣ୍ଟ୍ରାୟୁଟେରିନ୍‌ ଇନ୍‌ସେପ୍ସନ୍‌ (ଆଇୟୁ ଆଇ) ମାଧ୍ୟମରେ ବୃଦ୍ଧି ହୋଇପାରିବ।
ଚିକିତ୍ସା : ସାଧାରଣ ପ୍ରଜନନ ଲାଗି ,
ଶୁକ୍ରାଣୁ ସର୍ଭିକାଲ ମ୍ୟୁକସ୍‌ ମଧ୍ୟରେ ଦୁଇଦିନ ମୁକ୍ତ ଭାବରେ ବଞ୍ଚତ୍ରହିପାରୁଥିବା ଦରକାର। କିନ୍ତୁ ଠିକ୍‌ ସମୟରେ ସର୍ଭିକାଲ ମ୍ୟୁକସ୍‌ ଅସାଧାରଣ ଅମ୍ଳୀୟ ହୋଇଯାଏ ଏବଂ ପିଏଚ୍‌ରେ ଏହି ପରିବର୍ତ୍ତନ ଅନେକ ସମୟରେ ଶୁକ୍ରାଣୁର ବଞ୍ଚତ୍ ରହିବାକୁ କ୍ଷୀଣ କରିଥାଏ। ଯଦି ସର୍ଭିକ୍‌ କାରଣରୁ ହେଉଥିବା ରୋଗ ଏକମାତ୍ର କାରଣ ହୋଇଥାଏ, ତେବେ ପ୍ରଥମ ଚିକିତ୍ସା ଭାବେ ଇଣ୍ଟ୍ରାୟୁଟେରିନ୍‌ ଇନ୍‌ସେପ୍ସନ୍‌ (ଆଇୟୁଆଇ)କୁ ସର୍ବଦା ପ୍ରାଥମିକତା ଦିଆଯାଏ। ଚିକିତ୍ସା ସମୟରେ ମହିଳାଙ୍କ ୟୁଟେରସ୍‌ ମଧ୍ୟରେ ସର୍ଭିକାଲ ମ୍ୟୁକସ୍‌ ଉପରେ ସ୍ଥାନିତ କରାଯାଇପାରେ ଏବଂ ପ୍ରଜନନତାକୁ ବୃଦ୍ଧି କରିବା ପାଇଁ ଫାଲୋପିଆନ ନଳୀ ପାଖକୁ ଆସିଥାଏ। ଏହା ହେଉଛି ଶସ୍ତା ଓ ସମୟ ରକ୍ଷା କରୁଥିବା ଚିକିତ୍ସା ଏବଂ ଆଇୟୁଆଇର କାର୍ଯ୍ୟ ହେଉଛି ଏହା ଫାଲୋପିଆନ୍‌ ନଳୀରେ ପହଞ୍ଚୁଥିବା ଶୁକ୍ରାଣୁର ସଂଖ୍ୟାକୁ କ୍ରମାଗତ ଭାବେ ବୃଦ୍ଧି କରିଥାଏ। ଆଇୟୁଆଇ ଓଭୁଲେସନ୍‌ ସମ୍ବନ୍ଧିତ ଔଷଧ ସହିତ ସର୍ବଦା ଜଡ଼ିତ ରହିଥାଏ, ଯେପରିକି ଫଲିକିଲ୍‌ ତ୍ୱରାନ୍ବିତ କରୁଥିବା ହର୍ମୋନ୍‌, ଯାହା ସଫଳତା ହାରକୁ ଆହୁରି ବଢ଼ାଇଥାଏ।
କୌଣସି କାରଣରୁ ସକାରାମତ୍କ ଫଳାଫଳ ଦେଖାଇବା ପାଇଁ ଆଇୟୁଆଇ ଚିକିତ୍ସା ଅସଫଳ ହୁଏ, ତେବେ ଦମ୍ପତିଙ୍କୁ ଭିଟ୍ରୋ ପ୍ରଜନନ କରାଇବା ପାଇଁ ସ୍ଥିର କରାଯାଏ। ଏଥିରେ ଏକ ପରୀକ୍ଷାଗାରରେ ଶୁକ୍ରାଣୁ ସହିତ ଡିମ୍ବାଣୁକୁ ପ୍ରଜନନ କରାଯାଏ। ଏହାପରେ ଭ୍ରୂଣ ଗୁଣବତ୍ତାବିଶିଷ୍ଟ ହେବା ପରେ ଏହାକୁ ସର୍ଭିକ୍ସ ମାଧ୍ୟମରେ ଗର୍ଭାଶୟ ମଧ୍ୟରେ ସ୍ଥାନିତ କରାଯାଏ। ମ୍ୟୁକସ୍‌ର ଗୁଣବତ୍ତାକୁ ଉନ୍ନତ କରିବା ପାଇଁ ଅନ୍ୟାନ୍ୟ ଚିକିତ୍ସା ମଧ୍ୟରେ ଇଷ୍ଟ୍ରୋଜେନ ଥେରାପି ରହିପାରେ।

ଉଦ୍ଦେଶ୍ୟ

ପ୍ରଜନନତାର ଉଦ୍ଦେଶ୍ୟ ହେଉଛି ମ୍ୟୁକସ୍‌ର ଗୁଣବତ୍ତାକୁ ପୁନଃ ସଂରକ୍ଷିତ କରିବା, ଯାହା ଏହିପରି ହୋଇପାରେ:
-ମାସର ଉପଯୁକ୍ତ ସମୟରେ ଶୁକ୍ରାଣୁ ପରିବହନକୁ ସୁଗମ କରିବା।
-ଅମ୍ଳୀୟ ଭାଜିନାଲ ପରିବେଶ ଠାରୁ ଶୁକ୍ରାଣୁକୁ ରକ୍ଷା କରିବା।
-ସର୍ଭିକାଲ କେନାଲରେ ଶୁକ୍ରାଣୁକୁ ସଂରକ୍ଷିତ ରଖିବା ଓ ଏକ ନିର୍ଦ୍ଦିଷ୍ଟ ସମୟରେ ସ୍ଥିର ସ୍ରୋତରେ ଏହାକୁ ନିଷ୍କାସନ କରିବା।
-ଅସାଧାରଣ ଓ ଅସୁସ୍ଥ ଶୁକ୍ରାଣୁଗୁଡ଼ିକୁ ଛାଣି ବାହାର କରିବା।
-ଶ୍ୱେତ ରକ୍ତକଣିକାଠାରୁ ଶୁକ୍ରାଣୁକୁ ରକ୍ଷା କରିବା, ଯାହା ଏହାକୁ ନଷ୍ଟ କରିପାରେ।
-ଶୁକ୍ରାଣୁକୁ ପୋଷକ ଯୋଗାଇଦେବା।
-ଗର୍ଭାଶୟକୁ ବୀଜାଣୁମାନଙ୍କ ସୃଷ୍ଟିଠାରୁ ଦୂରେଇ ରଖିବା।
-ଆଇଭିଏଫ୍‌ ବିଶେଷଜ୍ଞ, ଇନ୍ଦିରା ଆଇଭିଏଫ୍‌, ଭୁବନେଶ୍ୱର
ମୋ:୯୪୩୮୧୭୫୧୦୮

ଡା. ଲିପ୍‌ସା ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri