ସର୍ବ ପ୍ରଥମେ କାହିଁକି ଗଣେଶଙ୍କୁ ପୂଜା କରାଯାଏ

ହିନ୍ଦୁ ଧର୍ମରେ ଯେ କୌଣସି ଶୁଭ କାର୍ଯ୍ୟରେ ପ୍ରଥମେ ଗଣେଶଙ୍କୁ ପୁଜା କରିବାର ବିଧି ରହିଛି। କାରଣ ଗଣେଶଙ୍କର ଅନ୍ୟନାମ ହେଉଛି ବିଘ୍ନବିନାଶକ। ଅର୍ଥାତ୍‌ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଯଦି ଗଣେଶଙ୍କର ପୂଜା କରାଯାଏ ତେବେ ସମସ୍ତ ବିଘ୍ନ ବିନାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶିବ ପୁରାଣରେ ବି ଏହାକୁ ନେଇ ବର୍ଣ୍ଣନା ରହିଛି। ଏହି ପୁରାଣ ଅନୁଯାୟୀ ଥରେ ସମସ୍ତ ଦେବତା ଭଗବାନ ଶିବଙ୍କ ପାଖକୁ ଆସି ଗୁହାରି କରିଥିଲେ କି ଦେବତାଙ୍କ ମଧ୍ୟରେ ଜଣଙ୍କୁ ମୁଖିଆ ଭାବେ ଚୟନ କରାଯାଉ। ଶିବ ମଧ୍ୟ ଦେବତାଗଣଙ୍କ ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ। ଶିବ କହିଥିଲେ ଯିଏ ସର୍ବ ପ୍ରଥମେ ପୃଥିବୀକୁ ୩ଥର ପରିକ୍ରମା କରିବେ ସେହି ଦେବତାଙ୍କୁ ସର୍ବ ପ୍ରଥମେ ପୂଜା କରାଯିବା ସହ ତାଙ୍କୁ ଦେବତାଙ୍କର ସ୍ବାମୀ ଭାବେ ପରିଗଣିତ କରାଯିବ। ତେବେ ଗଣେଶଙ୍କ ବାହନ ମୂଷିକ ହୋଇଥିବା ବେଳେ ସେ ବହୁ ଧୀର ବେଗରେ ଗତି କରିଥାଏ। ତେଣୁ ଗଣେଶ କେବେବି ଶୀଘ୍ର ପୃଥିବୀ ପରିକ୍ରମା କରିବାରିବେ ନାହିଁ ବୋଲି ଭାବିଥିଲେ। ଏତିକିବେଳେ ସେ ତାଙ୍କର ବୁଦ୍ଧି ଖଟାଇ ମାତା ପାର୍ବତୀ ଓ ପିତା ମହାଦେବଙ୍କ ଚାରିପଟେ ୩ ଥର ବୁଲି ଆସି ହାତଯୋଡି ଦେବତାମାନଙ୍କ ଆଗରେ ଠିଆ ହୋଇ ଯାଇଥିଲେ। ଆଉ ଏହା ଦେଖିବା ପରେ ଶିବ କହିଥିଲେ ତୁମଠାରୁ ଚତୁର ବା ବୁଦ୍ଧିମାନ ଏହି ସଂସାରରେ ଆଉ କେହି ନାହିଁ। ମାତାପିତାଙ୍କୁ ପରିକ୍ରମା କରିବାର ଅର୍ଥ ହେଉଛି ତିନି ଲୋକଙ୍କୁ ପରିକ୍ରମା କରିବା। ତେଣୁ ଆଜିଠାରୁ ମନୁଷ୍ୟ ତା’ର ସମସ୍ତ ଶୁଭ କାର୍ଯ୍ୟର ଆରମ୍ଭରେ ତୁମର ହିଁ ପୂଜା କରିବ। ଆଉ ସେବେଠାରୁ ଗଣେଶଙ୍କୁ ଆଦ୍ୟ ପୂଜ୍ୟ ଦେବତା କୁହାଯିବା ସହ ସବୁ ଶୁଭ କାମରେ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିବେ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲ୍‌ଫା’ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଜବରଦସ୍ତ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ ଶର୍ବରୀ ଓ୍ବାଘ୍‌ ଆକ୍ସନ ଭୂମିକାରେ ଅଭିନୟ କରିଛନ୍ତି।…

ଭାଜପାରେ ସାମିଲ ହେଲେ ମଣ୍ଡଳ ଦମ୍ପତି, ତାଙ୍କ ସହିତ…

ଭୁବନେଶ୍ୱର,୧ା୭: ଭାଜପାରେ ବୁଧବାର ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ। ଶଙ୍ଖ ଛାଡ଼ି ଏହି ଦମ୍ପତି ଏବେ…

ବଡ଼ ଘୋଷଣା କଲେ ସରକାର; ଏତିକି ମାସ ଯାଏ WFH କରିବେ ୫୦% କର୍ମଚାରୀ, ଗାଡ଼ି ପାର୍କିଂ…

ନୂଆଦିଲ୍ଲୀ,୧।୭: ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ନଭେମ୍ବର ୧ ରୁ ଫେବୃଆରୀ ୨୮…

ସଚେତନ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା: ଗୋବିନ୍ଦ ବନଛୋରନ ସଭାପତି, ଉପସଭାପତି ହେଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂଆ କମିଟି ଆର୍‌ଏମ୍‌ସିର ସଭାଗୃହରେ ପୂର୍ବତନ ସଭାପତି ଚିତ୍ତରଞ୍ଜନ ଭୋଇଙ୍କ ସଭାପତିତ୍ୱରେ ସଭା…

ଡାକ୍ତର ଦିବସ; କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବା ଠପ୍, ରୋଗୀ ହନ୍ତସନ୍ତ

ଭବାନୀପାଟଣା,୧।୭(ଉତ୍ତମ କୁମାର ଦାଶ): ଜାତୀୟ ଡାକ୍ତର ଦିବସରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବୁଧବାର ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ…

ଚାଇନାର କୃତିମ ସୂର୍ଯ୍ୟ! ବିଶ୍ୱର ସବୁଠାରୁ ବଡ଼ ଚୁମ୍ୱକ ଦେଖି ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧।୭: ଚୀନ୍ ନିଜର ‘କମ୍ପ୍ରିହେନ୍‌ସିଭ୍ ରିସର୍ଚ୍ଚ ଫାସିଲିଟି ଫର୍ ଫ୍ୟୁଜନ୍ ଟେକ୍ନୋଲୋଜି’ (CRAFT) ପାଇଁ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ମ୍ୟାଗ୍ନେଟ୍ (ଚୁମ୍ବକ) ପ୍ରସ୍ତୁତ କରିଛି ଏବଂ ଏହାର…

WhatsAppର ନୂଆ ଫିଚର୍ସରୁ ବଢ଼ୁଛି ସାଇବର ଠକେଇ! ରୋକିବାକୁ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ,୧।୭:  ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ଘଟଣା ଉପରେ ରୋକ ​​ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର…

ମନ୍ତ୍ରୀଙ୍କ ହାଇ ଆଲର୍ଟ, ଜରୁରୀ ପରିସ୍ଥିତିରେ ସଜାଗ ରହିବାକୁ ୟୁଏଲ୍‌ବିକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୭: ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri