ସର୍ବକନିଷ୍ଠା ପ୍ରଧାନମନ୍ତ୍ରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ପ୍ରଜ୍ଞାର ପ୍ରତିଶବ୍ଦ ପୋଖତ କୁହାଯାଇପାରିବ ନାହିଁ। ସାଧାରଣରେ କୁହାଯାଇଥାଏ ଯେ, ରାଜନୀତିରେ ପୁରୁଖା ବ୍ୟକ୍ତିମାନେ ଉତ୍ତମ ଶାସନ ଦେଇଥାଆନ୍ତି। ସମ୍ଭବତଃ ଯୁବବର୍ଗଙ୍କୁ ଶୀର୍ଷକୁ ଛାଡ଼ିବାରେ କୁଣ୍ଠିତ କିଛି ପ୍ରବୀଣ ବ୍ୟକ୍ତିଙ୍କ ଏଭଳି ଚିନ୍ତାଧାରା ପିଢ଼ି ପରେ ପିଢ଼ି ଗଢ଼ି ଚାଲିଛି। କିନ୍ତୁ ଅତୀତକୁ ଦେଖିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଥିଓଡର ରୁଜ୍‌ଭେଲ୍ଟ, ଓ୍ବିଲିୟମ ମାକ୍‌ନଲେ, ଜନ୍‌ ଏଫ୍‌. କେନେଡିଙ୍କ ଭଳି ଯୁବ ନେତୃତ୍ୱ ସେଠାରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଥିଲେ। ତେବେ ସେମାନଙ୍କଠାରୁ ଆହୁରି କମ୍‌ ବୟସରେ ଦେଶର ଶାସନ ମୁଖ୍ୟ ହେବାରେ ମହିଳାମାନେ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ସଦ୍ୟ ଯାହାଙ୍କ ନାମ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚାରେ ରହିଛି, ସେ ହେଉଛନ୍ତି ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସାନା ମରିନ୍‌। ମାତ୍ର ୩୪ ବର୍ଷ ବୟସରେ ସେ ନିଜ ଦେଶ ତଥା ବିଶ୍ୱର ସର୍ବକନିଷ୍ଠା ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ସୋସିଆଲ ଡେମୋକ୍ରାଟ୍‌ ସାନା ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜସିଣ୍ଡା ଆଡର୍ନ(୩୯) ଏବଂ ୟୁକ୍ରେନ ପ୍ରଧାନମନ୍ତ୍ରୀ ଓଲେକ୍ସି ହଙ୍କାରୁକ୍‌ (୩୫)ଙ୍କ ଯୁବ ଶାସକ କ୍ଲବରେ ସାମିଲ ହେବା ସହ ନିଜକୁ ଆଉ ପାଦେ ଆଗେଇ ନେଇପାରିଛନ୍ତି। ସର୍ବକନିଷ୍ଠା ପ୍ରଧାନମନ୍ତ୍ରୀ ହୋଇ ସାନା କେବଳ ନିଜ ପାଇଁ ନୁହେଁ, ଯୁବବର୍ଗଙ୍କୁ ଯୁବାବସ୍ଥାରେ ନେତୃତ୍ୱ ନେବା ପାଇଁ ଆହ୍ବାନ ଦେଇ ପୃଥିବୀବ୍ୟାପୀ ଚହଳ ପକାଇଛନ୍ତି।
ସମାନତା ଓ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଥିବା ସାନା ୨୦୧୨ରେ ଫିନ୍‌ଲାଣ୍ଡ ରାଜନୀତିରେ ସକ୍ରିୟ ପଦାର୍ପଣ କରିଥିଲେ। ସେ ୧୦ ଡିସେମ୍ବର ୨୦୧୯ରେ ଫିନ୍‌ଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଦେଶର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ମଧ୍ୟ ଲାଭ କରିଛନ୍ତି। ଫିନ୍‌ଲାଣ୍ଡର ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି (ଏସ୍‌ଡିପି)ର ଏହି ନେତ୍ରୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେଠାକାର ପରିବହନ ଓ ଯୋଗାଯୋଗ ମନ୍ତ୍ରୀ ଦାୟିତ୍ୱରେ ଥିଲେ। ପୋଷ୍ଟାଲ ଷ୍ଟ୍ରାଇକ୍‌କୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହେବା ପରେ ପ୍ରଧାନମନ୍ତ୍ରୀ ଥିବା ଏଣ୍ଟି ରିନି ତାଙ୍କ ସହଯୋଗୀ ସେଣ୍ଟର ପାର୍ଟିର ବିଶ୍ୱାସ ହରାଇବା ପରେ ପଦରୁ ଇସ୍ତଫା ଦେଇଥିଲେ। ପରେ ସାନାଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଛି।
ସାନା ୨୦୦୬ରେ ସୋସିଆଲ ଡେମୋକ୍ରାଟିକ ୟୁଥ୍‌ରେ ଯୋଗଦେଇ ୨୦୧୦ରୁ ୨୦୧୨ ଯାଏ ଏହାର ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୦୮ରେ ସେ ପ୍ରଥମେ ମ୍ୟୁନିସିପାଲିଟି ନିର୍ବାଚନ ଲଢ଼ି ହାରି ଯାଇଥିଲେ। କିନ୍ତୁ ୨୦୧୨ରେ ସେ ସିଟି କାଉନସିଲ ଅଫ୍‌ ଟାମ୍ପେରେକୁ ୨୭ ବର୍ଷ ବୟସରେ ନିର୍ବାଚିତ ହୋଇ ତାଙ୍କ ରାଜନୈତିକ ଜୀବନରେ ସଫଳ କ୍ୟାରିୟରର ଅୟମାରମ୍ଭ କରିଥିଲେ। ସେ ୨୦୧୩ ରୁ ୨୦୧୭ ଯାଏ ସିଟି କାଉନ୍‌ସିଲର ଅଧ୍ୟକ୍ଷା ରହିଥିଲେ। ସେ କାଉନସିଲ ଅଫ୍‌ ଟାମ୍ପେରେ ରିଜିଅନ ଆସେମ୍ବ୍ଲିର ସଦସ୍ୟ ରହିଛନ୍ତି। ୨୦୧୩ରୁ ୨୦୧୬ ଯାଏ ସାନା ପିରକ୍କାନମ୍ମା ରିଜିଓନାଲ କାଉନ୍‌ସିଲର ସଦସ୍ୟ ରହିଥିଲେ। ୨୦୧୪ରେ ସୋସିଆଲ ଡେମୋକ୍ରାଟିକ ପାର୍ଟିର ଦ୍ୱିତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୫ରେ ୩୦ ବର୍ଷ ବୟସରେ ଫିନ୍‌ଲାଣ୍ଡର ସାଂସଦ ଓ ଏହାର ଚାରି ବର୍ଷ ପରେ ସେ ପୁଣି ନିର୍ବାଚିତ ହୋଇ ୬ ଜୁନ୍‌ ୨୦୧୯ରେ ସେଠାକାର ପରିବହନ ଏବଂ ଯୋଗାଯୋଗ ମନ୍ତ୍ରୀ ହୋଇପାରିଥିଲେ। ସାନା ୫ ଦଳିଆ ମେଣ୍ଟ ସରକାରର ନେତୃତ୍ୱ ନେଉଛନ୍ତିି। ତାଙ୍କ କ୍ୟାବିନେଟ୍‌ରେ ୧୯ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୨ ଜଣ ମହିଳା।
୧୬ ନଭେମ୍ବର ୧୯୮୫ରେ ଜନ୍ମିତ ସାନା ଟାମ୍ପେରେକୁ ଆସିବା ପୂର୍ବରୁ ଏସ୍‌ପୋ ଓ ପିର୍‌କ୍କଲ୍ଲାରେ ରହୁଥିଲେ। କିଶୋରୀ ବୟସରେ ତାଙ୍କ ପିତାମାତାଙ୍କର ବିଚ୍ଛେଦ ହୋଇଯାଇଥିଲା। ପରେ ତାଙ୍କ ପରିବାରକୁ ଆର୍ଥିକ ସମସ୍ୟା ଘୋଟିି ଆସିଥିଲା। ପିତା ଓ ମାତାଙ୍କ ବିଚ୍ଛେଦ ପରେ ସାନା ତାଙ୍କ ମା’ ଓ ମା’ଙ୍କ ନୂଆ ଫିମେଲ ପାର୍ଟନରଙ୍କ ପାଖରେ ବଢ଼ିଥିଲେ। ସେ ୨୦୦୪ରେ ପିର୍‌କ୍କଲ୍ଲା ହାଇସ୍କୁଲ ଶିକ୍ଷା ଓ ୨୦୧୭ରେ ଟାମ୍ପେରେ ବିଶ୍ୱବିଦ୍ୟାଳୟରୁ ଆଡ୍‌ମିନିଷ୍ଟ୍ରେଟିଭ ସାଇନ୍ସରେ ସ୍ନାତକୋତ୍ତର ହାସଲ କରିଥିଲେ। ସେ ହେଉଛନ୍ତି ତାଙ୍କ ପରିବାରର ପ୍ରଥମ ମହିଳା, ଯିଏକି ପ୍ରଥମେ ବିଶ୍ୱବିଦ୍ୟାଳୟ ମାଟି ମାଡ଼ିଥିଲେ। ଏକ ରେନ୍‌ବୋ ଫ୍ୟାମିଲିରୁ ଆସିଥିବା ସାନାଙ୍କ ସଂସାର କହିଲେ ସ୍ବାମୀ ମାର୍କୁସ୍‌ ରିକ୍ୟୁନେନ୍‌ ଓ କନ୍ୟା ଏମ୍ମା।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri