Posted inଖେଳ

ସର୍ତ୍ତ ସହ ସାଲିସ କରିବାକୁ ରାଜି ନୁହନ୍ତି ହରେନ୍ଦ୍ର

ନୂଆଦିଲ୍ଲୀ,୧୨।୮(ପିଟି)- ହରେନ୍ଦ୍ର ସିଂ ଏବେ ମଧ୍ୟ ଭାରତୀୟ ଜୁନିୟର ହକି ଦଳର କୋଚ୍‌ ପଦ ଲାଗି ଇଚ୍ଛୁକ ଅଛନ୍ତି। କିନ୍ତୁ ନିଜ ଆଡ଼ୁ ରଖିଥିବା ସର୍ତ୍ତ ସହ କୌଣସି ସାଲିସ କରିବାକୁ ସେ ପ୍ରସ୍ତୁତ ନୁହନ୍ତି। ୨୦୧୬ ଜୁନିୟର ବିଶ୍ୱକପ୍‌ ଚାମ୍ପିୟନ ଦଳର କୋଚ ଏହି ପଦ ଲାଗି ଆବେଦନ କରିଛନ୍ତି। ହେଲେ ବିଦେଶୀ କୋଚ୍‌ଙ୍କ ଭଳି ସୁବିଧା ଓ ଦରମା ପ୍ରଦାନ କରାଯିବା ନେଇ ସର୍ତ୍ତ ରଖିଛନ୍ତି। ଦୀର୍ଘଦିନ ତଳେ ମୁଁ ପଦ ଲାଗି ଆବେଦନ କରିଥିଲି। ମୁଁ ଏବେ ମଧ୍ୟ ଫ୍ରି ଅଛି। କିନ୍ତୁ ମୁଁ ଯେଉଁ ସର୍ତ୍ତ ରଖିଛି, ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆମେ କାହିଁକି ବିଦେଶୀ କୋଚ୍‌ଙ୍କ ଭଳି ଦରମା ପାଇବୁ ନାହିଁ ବୋଲି ହରେନ୍ଦ୍ର କହିଛନ୍ତି। ଜୁନିୟର ଦଳର ସଫଳତା ପରେ ସିନିୟର ଦଳର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ହେଲେ ଗତବର୍ଷ ବିଶ୍ୱକପ୍‌ରେ ଭାରତୀୟ ଦଳର ବିଫଳତା ପରେ ହରେନ୍ଦ୍ରଙ୍କୁ ପଦତ୍ୟାଗ କରିବାକୁ ପଡ଼ିଥିଲା। ଏହାପରେ ହକି ଇଣ୍ଡିଆ (ଏଚ୍‌ଆଇ) ତାଙ୍କୁ ୨୦୨୧ ଜୁନିୟର ବିଶ୍ୱକପ୍‌ ପର୍ଯ୍ୟନ୍ତ ପୁଣି ଜୁନିୟର ଦଳର କୋଚ୍‌ ପଦ ଦେବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେ ସର୍ତ୍ତ ରଖିବା  ପରେ ଜୁନିୟର ଦଳର ମୁଖ୍ୟ କୋଚ୍‌ ପଦ ଲାଗି ଏଚ୍‌ଆଇ ପକ୍ଷରୁ ଗତ ମାସ ୨୫ ତାରିଖରେ ବିଜ୍ଞାପନ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌: ୨୮ ସୁଦ୍ଧା ନିଷ୍ପତ୍ତି

ନୂଆଦିଲ୍ଲୀ, ୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟି୨୦ ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି...

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ: ଭାରତ ପ୍ରଥମେ ତାଜିକିସ୍ତାନକୁ ଭେଟିବ

ନୂଆଦିଲ୍ଲୀ, ୧୦ା୬ (ପି.ଟି.)- ଜୁଲାଇ ୭ରୁ ୧୮ ତାରିଖ ପର୍ଯ୍ୟନ୍ତ ଅହମ୍ମଦାବାଦଠାରେ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଭାରତ ଏଥିରେ ତାଜିକିସ୍ତାନ...

ଆଥ୍‌ଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ: ପି.ଟି. ଉଷା, ରାନ୍ଧଓ୍ବା ଚୟନ କମିଟି ମୁଖ୍ୟ

ନୂଆଦିଲ୍ଲୀ, ୨୫।୩(ପି.ଟି.)-  ସ୍ପ୍ରିଣ୍ଟ କୁଇନ୍‌ ପି.ଟି. ଉଷା ଏବଂ ହର୍ଡଲ୍ସ ଗ୍ରେଟ୍‌ ଗୁରବଚନ ସିଂ ରାନ୍ଧଓ୍ବା ଯଥାକ୍ରମେ ଜୁନିୟର ଏବଂ ସିନିୟର ଚୟନ କମିଟି ଅଧ୍ୟକ୍ଷ...

ର଼୍ୟାକେଟ ଉପରେ ଶୁଝାଇଲେ ସବୁ ରାଗ ବିଶ୍ୱର ନମ୍ବର ଓ୍ବାନ ଟେନିସ୍‌ ଖେଳାଳି

ମେଲବୋର୍ନ,୧୬।୨: ଚଳିତ ଅଷ୍ଟ୍ରେଲିଆ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆଲେକ୍ସଜାଣ୍ଡର ଜାଭରେଭଙ୍କ ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ବିଶ୍ୱର...

ଅଶ୍ୱିନଙ୍କ ପ୍ରତି ମୁଁ ଈର୍ଷାନ୍ବିତ ନୁହେଁ

ନୂଆଦିଲ୍ଲୀ, ୬ା୫ (ପି.ଟି.)-ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରତି ମୋର ଈର୍ଷା ରହିଛି ବୋଲି କିଛି ଲୋକଙ୍କ ମନରେ ଯେଉଁ ଧାରଣା ରହିଛି ତାହା ଠିକ୍‌ ନୁହେଁ ବୋଲି...

ଭାରତ କବ୍‌ଜାରେ ଦିବାରାତ୍ର ଟେଷ୍ଟ

ଅହମ୍ମଦାବାଦ,୨୪।୨: ବିଶ୍ୱର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ପ୍ରଥମ ଦିନ ଶେଷ ସୁଦ୍ଧା...

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ରାହାନେଙ୍କ ଅପରାଜିତ ଶତକ

ଲିନ୍‌କନ,୧୦।୨(ପି.ଟି.)- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟରେ ଅପରାଜିତ ଶତକ ହାସଲ କରିଛନ୍ତି। ୪ଦିନିଆ...

ଏହି ଖେଳାଳିଙ୍କ ଦୃଷ୍ଟିଶକ୍ତି କମ ଥିଲା, ତଥାପି ତାଙ୍କ ନାଁରେ ରହିଛି ୧୦୦ଟି ଶତକ

ଭାରତର ସ୍ବାଧୀନତାର ଠିକ୍‌ ୨୦ ଦିନ ପୂର୍ବରୁ ଅର୍ଥାତ୍‌ ୧୯୪୭ ମସିହା ଜୁଲାଇ ୨୪ ଏମିତି ଜଣେ ଖେଳାଳି ଜନ୍ମ ନେଇଥିଲେ, ଯେକି ପଡିଆକୁ ଓହ୍ଲାଇବା...

Advertisement
Archives

Model This Week