ସରୋଗେସି ରାସ୍ତା ଆପଣାଇଥିଲେ ଶିଳ୍ପା

ମୁମ୍ବାଇ: ଶିଳ୍ପା ସେଟ୍ଟୀ ଗତ ଫେବୃୟାରୀରେ ଏକ କନ୍ୟାସନ୍ତାନର ମା’ ହୋଇଛନ୍ତି। ତେବେ ସରୋଗେସି ରାସ୍ତା ଆପଣାଇବା ସମ୍ପର୍କରେ ସେ କହିଛନ୍ତି ଯେ, ମୁଁ ମୋ ପୁଅ ଭିଆନଙ୍କ ପରେ ଢେରଦିନ ଧରି ଦ୍ୱିତୀୟ ସନ୍ତାନ ପାଇଁ ଚେଷ୍ଟା କରୁଥିଲି। ମାତ୍ର ଆପ୍ଲା ନାମକ ଏକ ରୋଗ ପାଇଁ ଏହା ସମ୍ଭବ ହେଉ ନ ଥିଲା। ମୁଁ ଯେତେବେଳେ ଗର୍ଭବତୀ ହେଉଥିଲି ଏହି ରୋଗଟି ସକ୍ରିୟ ହୋଇଯାଉଥିଲା। ତେଣୁ ବାଧ୍ୟ ହୋଇ ଅନେକଥର ଗର୍ଭପାତ କରାଇଥିଲି। ଆଡପ୍‌ଶନ ବିଷୟରେ ବି ବହୁତ ଭାବିଥିଲି, କିନ୍ତୁ ତାହା ମଧ୍ୟ ସମ୍ଭବ ହୋଇପାରି ନ ଥିଲା ବୋଲି ଶିଳ୍ପା କହିଛନ୍ତି। ଆମେ ଦୁହେଁ ସବୁବେଳେ ଚାହୁଁଥିଲୁ ଯେ, ଭିଆନର ଜଣେ ଭଉଣୀ ଆସୁ। ତେଣୁ ବାଧ୍ୟ ହୋଇ ସରୋଗେସି ରାସ୍ତା ବାଛିଥିଲି। ସବୁବେଳେ ଏକ ଝିଅକୁ ଜନ୍ମ ଦେବାକୁ ଭାବିଥିଲି, ସେଥିଲାଗି ୨୧ ବର୍ଷ ତଳୁ ତା’ର ନାଁ ସମୀଷା ରଖିବି ବୋଲି ଭାବିସାରିଥିଲି ବୋଲି ସେ କହିଛନ୍ତି। ସମୀଷା ଜନ୍ମ ହେବା ପରେ ମୋ ଘରକୁ ଲକ୍ଷ୍ମୀ ଆସିଛନ୍ତି। ତା’ ଜନ୍ମରେ ଆମ ପରିବାରର ସମସ୍ତ ସଦସ୍ୟ ବହୁତ ଖୁସି। ଏହାକୁ ଶବ୍ଦରେ ମଧ୍ୟ ବର୍ଣ୍ଣନା କରିବା ମୋ ପକ୍ଷେ କଷ୍ଟକର ବୋଲି ଶିଳ୍ପା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ଭିୟାନ୍‌ର ଜନ୍ମଦିନରେ ଶିଳ୍ପା କହିଲେ ‘ତୁ ମୋ’ ଗର୍ବ’

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ଆଜିକାଲି ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଅଧିକାଂଶ ସମୟରେ ସେ ନିଜ ଫଟୋ, ପରିବାର ସଦସ୍ୟଙ୍କ ଫଟୋ ଭିଡିଓ...

ରାଜନୀତିକୁ ଆସିବାକୁ ନେଇ ଏପରି କହିଲେ ସୋନୁ ସୁଦ

ମହାମାରୀ କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପରୋପକାର କରି ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ଲକ୍‌ଡାଉନ୍‌ ଆରମ୍ଭରେ ସେ...

ଡ୍ରଗ୍ସ ବିବାଦ ପରେ ମଧ୍ୟ ବଲିଉଡ୍‌ର ସବୁଠାରୁ ବିଶ୍ୱସ୍ତ ଅଭିନେତ୍ରୀ ଦୀପିକା ପାଦୁକୋନ

ବିଗତ କିଛି ଦିନ ହେବ ବଲିଉଡ୍‌ରେ ଡ୍ରଗ୍ସ କାରବାରକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଲୋକମାନେ ରାଗରେ ଅନେକ କଳାକାର ଓ ସେମାନଙ୍କ ଫିଲ୍ମ ଉପରେ...

ମାମୁଙ୍କ ବିବାହରେ ଖୁବ୍‌ ନାଚିଲେ ତୈମୁର

ମୁମ୍ବାଇ: ଷ୍ଟାର କିଡ ଭାବେ ବେଶ୍‌ ଚର୍ଚ୍ଚାରେ ରହୁଥିବା ଶୈଫିନାଙ୍କ ପୁଅ ତୈମୁର ଖାଁ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ବଲିଉଡ୍‌ ବେବୋ କରିନା...

ସଲମାନ୍‌ଙ୍କ ଭଣଜା ଅବଦୁଲ୍‌ଙ୍କ ପରଲୋକ: ସୋସିଆଲ ମିଡିଆରେ ଫଟୋ ଶେୟାର କରି ଲେଖିଲେ ‘ତୁମକୁ ସବୁବେଳେ ଭଲ ପାଇବି’

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ଭଣଜା ଅବଦୁଲ ଖାନ୍‌ଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। ସେ ମୁମ୍ବାଇର ଲିଳାବତୀ...

ଓଲିଉଡ୍‌ ଚକୋଲେଟ୍‌ ହିରୋଙ୍କ ଆଜି ‘ହାପି ବର୍ଥ ଡେ’

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତା ବାବୁସାନଙ୍କ ଆଜି ଅର୍ଥାତ ଗୁରୁବାର ହାପି ବର୍ଥ ଡେ’। ଏହି ଅବସରରେ ଅଭିନେତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।...

ଏ ମନ ଖୋଜୁଥାଏ ଯାହା..

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି ଓଡ଼ିଆ ସିନେମାର ଗ୍ଲାମର କୁଇନ୍‌ ଭାବରେ ପରିଚିତା ତମନ୍ନା କେମିତି ସଫଳତାର...

‘ଦବଙ୍ଗ ୩’ରେ ପ୍ରଶଂସକଙ୍କ ଡାଏଲଗ କହିବେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ତାଙ୍କ ପ୍ରଶଂସକଙ୍କ ଡାଏଲଗ କହିବେ ବୋଲି ଶୁଣିବାକୁ ମିଳିଛି। ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ‘ଦବଙ୍ଗ ୩’କୁ...


Coronavirus Update

Archives

Model This Week

Why Dharitri