ସରିଲା ସୀମାନ୍ତ ମହୋତ୍ସବ: ‘ଯୁବପିଢି ଚାକିରି ପଛରେ ନ ଗୋଡାଇ ସ୍ବାବଲମ୍ବୀ ହୁଅ’

ରେମୁଣା, ୨୨ା୧୧(ଡି.ଏନ.ଏ.)-ବିଜୁ ପଟ୍ଟନାୟକ ସ୍ମୃତି କମିଟି, ସୀମାନ୍ତ ମହୋତ୍ସବ କମିଟି ଓ ଯାତ୍ରା କମିଟିର ମିଳିତ ଆନୁକୂଲ୍ୟରେ ବାଲେଶ୍ୱର ମୟୂରଭଞ୍ଜ ସୀମାନ୍ତ ଦୁର୍ଗାଦେବୀ ରାଉତୁରାପୁରଠାରେ ଚାଲିଥିବା ୪ଦିନିଆ ସୀମାନ୍ତ ମହୋତ୍ସବ, ବୋଇତ ବନ୍ଦାଣ ଓ ଗଜାସୁରପୋଡ଼ି ବୁଧବାର ରାତିରେ ଉଦଯାପିତ ହୋଇଯାଇଛି। ମହୋତ୍ସବ କମିଟି ସଭାପତି ପ୍ରଭାତ କୁମାର ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ମୋରଡ଼ା ବିଧାୟକ ରାଜକିଶୋର ଦାସ ଦୁଇ ଜିଲାର ସାଂସ୍କୃତିକ, ଭାଷାଗତ ଓ ଭାବଗତ ଐକ୍ୟ ବିଷୟରେ ବକ୍ତବ୍ୟ ଦେଇ ଭୌଗୋଳିକ ଦୃଷ୍ଟିରୁ ଅଲଗା ହେଲେ ମଧ୍ୟ ଦୁଇ ଜିଲାର ଲୋକଙ୍କ ଐତିହ୍ୟ ଏକ ବୋଲି କହିଥିଲେ ା ସମ୍ମାନିତ ଅତିଥି ଭାବେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୁବପିଢ଼ି ଚାକିରି ପଛରେ ନ ଗୋଡ଼ାଇ ସ୍ବାବଲମ୍ବୀ ହେବାକୁ ଆହ୍ବାନ ଦେଇଥିଲେ ା ଅନ୍ୟତମ ସମ୍ମାନିତ ଅତିଥିଙ୍କ ମଧ୍ୟରେ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରି ଖ୍ୟାତିଲାଭ କରିଥିବା ଭୁବନେଶ୍ୱର ପ୍ରଧାନ ତାଙ୍କ ଚିରାଚରିତ ଡାଇଲଗରେ ଉପସ୍ଥିତ ଲୋକଙ୍କୁ ନିମଜ୍ଜିତ କରିଥିଲେ ା ଆଲବମ୍‌ ତାରକା ରାନୀ ପ୍ରିୟଦର୍ଶିନୀ ସାହୁ, ସୋମନାଥପୁର ଶାନ୍ତି କମିଟି ସଭାପତି ଧୀରେନ୍ଦ୍ର କୁମାର ମହାପାତ୍ର, ଅର୍ଜୁନ ଦଳେଇ ଓ ନଳିନୀ ପଣ୍ଡା ପ୍ରମୁଖ ବକ୍ତବ୍ୟ ଦେଇଥିଲେ ା ଏହି ଅବସରରେ ଜ୍ଞାନରଞ୍ଜନ ଦାସଙ୍କୁ ଶିଳ୍ପଦ୍ୟୋଗୀ ସମ୍ମାନ, କଂସ ମହାରାଜ ପ୍ରଧାନଙ୍କୁ କଳା ଗୌରବ ସମ୍ମାନ, ରବି ରାଉତଙ୍କୁ ସାମ୍ବାଦିକ ଗୌରବ ସମ୍ମାନ, ଆଲବମ ତାରକା ସୁଶ୍ରୀ ସାହୁଙ୍କୁ ଅଭିନୟ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା ା ପରେ ବିରାଟକାୟ ଗଜାସୁର ଦେହରେ ମୁଖ୍ୟଅତିଥି ଅଗ୍ନି ସଂଯୋଗ କରିଥିଲେ। ଏହାପରେ ଆକର୍ଷଣୀୟ ଆତସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ଓ ଶେଷରେ ସଂସ୍କୃତି ବିଭାଗ ତରଫରୁ ସମ୍ବଲପୁରୀ ନୃତ୍ୟ ସଙ୍ଗୀତ ପରିବେଷିତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri