ସରିଲା ଡଗ୍‌ ଶୋ’:‘ଜାମ୍ପି’କୁ ବେଷ୍ଟ ଇନ୍‌ ଶୋ’ ପୁରସ୍କାର

ଭୁବନେଶ୍ୱର, ୯ା୧୨(ବ୍ୟୁରୋ): କୁକୁର ହୋଇ ମଧ୍ୟ ମାଲିକ ପ୍ରତି ଥିବା ବିଶ୍ୱସନୀୟତା ପ୍ରତିପାଦିତ କରୁଥିଲେ। ମାଲିକଙ୍କ ଆଜ୍ଞାଧୀନ ହୋଇ ବିଚାରକଙ୍କ ସବୁ କଥାକୁ ମାନୁଥିଲେ ସେମାନେ। ଏଭଳି ଦେଖିବାକୁ ମିଳିଥିଲା ଡଗ୍‌ ଶୋ’ରେ। ରବିବାର ଶେଷ ହୋଇଯାଇଛି ଡଗ୍‌ ଶୋ’। ଓଡ଼ିଶା କେନେଲ କ୍ଲବ୍‌ ପକ୍ଷରୁ ଚାଲୁଥିବା ଏହି ଶୋ’ର ଉଦ୍‌ଯାପନୀ ଦିବସରେ ଥିଲା ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚମ୍ପିୟନ୍‌ଶିପ୍‌ ଡଗ୍‌ ଶୋ’। ବିଭିନ୍ନ ପ୍ରଜାତିର କୁକୁର ଭିନ୍ନ ଭିନ୍ନ ପୋଷାକରେ ସାଜସଜା ହୋଇ ପଡ଼ିଆରେ ଦର୍ଶକଙ୍କୁ ବିମୋହିତ କରିଥିଲେ। ବିଚାରକଙ୍କ କଥା ମାନି ନିଜ ପାରଦର୍ଶିତା ଦେଖାଇଥିଲେ। କୁକୁରଙ୍କ ଏଭଳି ଚମତ୍କାର ଖେଳ ଦେଖି ଉପସ୍ଥିତ ଦର୍ଶକ ଭରପୂର ମଜା ନେଇଥିଲେ। ଏଥିରେ ଜର୍ମାନ ସେଫର୍ଡ, ପଗ୍‌, ଲାବ୍ରାଡର, ଗୋଲ୍ଡେନ୍‌ ରେଟ୍ରିଭର, ବେଲଜିଆନ ମାଲିନଏସ୍‌, ବକ୍ସର, ଆମେରିକାନ କକର ସ୍ପାନିଏଲ, ଡୋବରମ୍ୟାନ, ଡାଲମାସିଆନ, ଗ୍ରେଟ୍‌ ଡେନ୍‌, ଅକିତା, କାନ୍‌ କର୍ସୋ, ବୁଲ୍‌ମାସ୍ତିଫ, ପୋମେରିଆନ୍‌, ସାଇବେରିଆନ ହସ୍କି, ସେଣ୍ଟ ବର୍ନାଡ, ଶି ଜୁ, ବିଗଲ୍‌, ହ୍ବିପେଟ୍‌, ମିନ୍‌ ପିନ୍‌, ଚିଓ୍ବାଓ୍ବା, ଚାଓ ଚାଓ, ଲାସା ଆପ୍ସୋ, ପଶ୍ମି, କାରାଭାନ୍‌ ହାଉଣ୍ଡ ସମେତ ୩୮ ପ୍ରଜାତିର ୨୮୦ କୁକୁର ଭାଗ ନେଇଥିଲେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଶୋ’ରେ ‘ସିପର୍କି’ ପ୍ରଜାତିର ଏକ କୁକୁର ଭାଗ ନେଇଥିଲା। ଏହି ପ୍ରଜାତିର କୁକୁର ପ୍ରଥମ ଥର ପାଇଁ ଏହି ଶୋ’ରେ ନୁହେଁ ବରଂ ଭାରତରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଥିଲା। କୋଲକାତା, ବାଙ୍ଗାଲୁରୁ, ଉଟି, ତାମିଲନାଡ଼ୁ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ସମେତ ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର, ସମ୍ବଲପୁରରୁ କୁକୁରମାନେ ଆସିଥିଲେ। ଭିନ୍ନ ଭିନ୍ନ ପ୍ରଜାତିର ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିଲା। ଚଳିତ ବର୍ଷ କ୍ଲବ୍‌ ତା’ର ୫୯ ଓ ୬୦ ତମ ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚମ୍ପିଆନଶିପ୍‌ ଶୋ’ କରିଥିଲା। ଏଥିରେ ସ୍ବେଡେନ୍‌ରୁ ଇଭା ଲିଲ୍‌ଜେକ୍‌ଭିସ୍ତ ଓ ଲାଟଭିଆରୁ ରିତା ଖଡିକେ ସ୍କାଡିନା ବିଚାରକ ଭାବେ କାର୍ଯ୍ୟ ତୁଲାଇଥିଲେ। ବାଙ୍ଗାଲୋରର ରିତେଶ ମିତ୍ତଲଙ୍କ ଜର୍ମାନ ସେଫର୍ଡ ‘ଜାମ୍ପି’ ଉଭୟ ୫୯ତମ ଓ ୬୦ତମ ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚାମ୍ପିୟନଶିପ୍‌ ଶୋ’ରେ ବେଷ୍ଟ ଇନ୍‌ ଶୋ’ ଭାବେ ପୁରସ୍କୃତ ହୋଇଥିଲା। କୋଲକାତାର ଦୀପଶିଖା ଆଦିତ୍ୟଙ୍କ ଡୋବରମ୍ୟାନ ‘ଜାଇଲା’ ୫୯ତମ ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚାମ୍ପିୟନଶିପ୍‌ ଶୋ’ ଏବଂ କୋଲକାତାର ସୌରଭ ଚୌଧୁରୀଙ୍କ ଲାବ୍ରାଡର ‘ଲାବ୍ରାମାରିନ’ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଶୋ’ ସମ୍ପର୍କରେ କ୍ଲବ୍‌ର ଅବୈତନିକ ସମ୍ପାଦକ ସୁବ୍ରତ ପୃଷ୍ଟି କୁହନ୍ତି, ପ୍ରତିବର୍ଷ ପରି ଏଥର ମଧ୍ୟ ଶୋ’ ଭଲରେ ସମ୍ପାଦିତ ହୋଇଛି। ଆମେ ଯାହ ଆଶା କରିଥିଲୁ ତାହା ହୋଇଛି। ଗତବର୍ଷଠାରୁ ଏଥର ଅଧିକ ପ୍ରଜାତିର ସଂଖ୍ୟକ କୁକୁର ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖାଇ ପାରିଲେନି ବାହାଘର ଭୋଜି

ସାରସକଣା,୧୫ା୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ଝାରପୋଖରିଆ ଗ୍ରାମରେ ଏକ ବିବାହ ଉତ୍ସବରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ...

ଘରେ ରହି ରଜ ପାଳନ କରନ୍ତୁ: ଏଡିଜି

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନ ଓ ଶଟ୍‌ଡାଉନ ଭଳି କଟକଣାକୁ ଦୃଢ଼ ଭାବେ ପାଳନ କରାଯାଉଥିବାରୁ କୋଭିଡ୍‌ ସଂକ୍ରମଣରେ ହ୍ରାସ ଘଟୁଛି। ଆଗକୁ ରଜ ପର୍ବ ଆସୁଛି।...

ବିଶୃଙ୍ଖଳିତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୫(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ଆଶଙ୍କା କରି କେନ୍ଦ୍ର ସରକାର ସମଗ୍ର ଦେଶକୁ ତୃତୀୟ ପର୍ଯ୍ୟାୟରେ ମେ ୧୭ ତାରିଖ ଯାଏ ଲକ୍‌ଡାଉନରେ ରହିବାକୁ ଘୋଷଣା କରିଛନ୍ତି।...

ଆହୁରି ଆକର୍ଷଣୀୟ ହେବ ହିଙ୍ଗୁଳା ଯାତ୍ରା

ତାଳଚେର,୨୧।୫(ନି.ପ୍ର) ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଚଳିତବର୍ଷର ତ୍ରୁଟିବିଚ୍ୟୁତିକୁ ସଂଶୋଧନ କରି ଆସନ୍ତା...

ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ସମସ୍ତ ୟୁଜି ଫାଇନାଲ ସେମିଷ୍ଟର ପରୀକ୍ଷା (ବ୍ୟାକ୍‌ ପେପରକୁ ଛାଡ଼ି) ଅଗଷ୍ଟ ୧୯ ସୁଦ୍ଧା ଶେଷ ହେବ। ୟୁଜିର ବ୍ୟାକ୍‌ ପେପର ସମେତ...

କେନ୍ଦ୍ରାପଡ଼ାରୁ ଆଉ ୧୩ ପଜିଟିଭ୍‌ ଚିହ୍ନଟ: ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୨ ଛୁଇଁଲା

କେନ୍ଦ୍ରାପଡ଼ା ଅଫିସ, ୧୪।୫: କେନ୍ଦ୍ରାପଡ଼ା ଜିଲାରେ ଗୁରୁବାର ଅପରାହ୍ନରେ ୧୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା। ସେମାନେ ମହାକାଳପଡ଼ା, କେନ୍ଦ୍ରାପଡ଼ା...

କ୍ୱାରସମ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବାଲେଶ୍ୱର,୪।୮: ଓଡ଼ିଶା ବାଲେଶ୍ୱରର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ କ୍ୱାରସମ୍‌ (କୁଇକ୍‌ ରିଆକସନ୍‌ ସର୍ଫେସ୍‌-ଟୁ-ଏୟାର ମିଜାଇଲ୍‌)ର ସଫଳ ପରୀକ୍ଷଣ ହୋଇଛି। ରବିବାର ପୂର୍ବାହ୍ନ ୧୧ଟା ୫ରେ ଏହି...

ସାଇକେଲ ଚୋରି କରି ଜେଲ ଗଲେ

ଦିଗପହଣ୍ଡି,୨।୨ (ଡି.ଏନ.ଏ.)- ଗଞ୍ଜାମ ଜିଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ସଞ୍ଜୀବ କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ସାଇକେଲ ଚୋରି କରିବା ମାମଲାରେ...

Advertisement
Archives

Model This Week