ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍ ସେଟଲମେଣ୍ଟ ସିଷ୍ଟମ୍ସ ଆକ୍ଟ’ରେ ସଂଶୋଧନ ବିଧେୟକ ଉପସ୍ଥାପନ କରିଛନ୍ତି। ଏହା ଜରିଆରେ ଆଗାମୀ ସମୟରେ ବଛାବଛା ୟୁପିଆଇ ଟ୍ରାଞ୍ଜାକ୍ସନ୍ ଉପରେ ଚାର୍ଜ ଲଗାଇବାର ଆଇନଗତ ଢାଞ୍ଚା ପ୍ରସ୍ତୁତ କରାଯାଉଛି। ଯଦିଓ ସରକାରଙ୍କ ପକ୍ଷରୁ ବର୍ତ୍ତମାନ କୌଣସି ପ୍ରକାରର ଚାର୍ଜ ତୁରନ୍ତ ଲାଗୁ କରାଯାଇ ନାହିଁ ଏବଂ ନା ହିଁ ଏହା ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି।

ରିପୋର୍ଟ ଅନୁଯାୟୀ, ଏହି ଆଇନର ପ୍ରସ୍ତାବରେ ସାଧାରଣ ଗ୍ରାହକମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବିଚାରାଧୀନ ପ୍ରସ୍ତାବଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଯେ ୨,୦୦୦ ଟଙ୍କାରୁ ଅଧିକ ପରିମାଣର ୟୁପିଆଇ ଟ୍ରାଞ୍ଜାକ୍ସନ୍ ଉପରେ ୦.୩% ରୁ ୦.୫% ର ଶୁଳ୍କ ଲଗାଯାଉ। ସେହିପରି, ଏହି ଶୁଳ୍କ କେବଳ ସେହି ବଡ଼ ବ୍ୟବସାୟୀମାନଙ୍କ ଉପରେ ଲାଗୁ କରିବାର ବିଚାର କରାଯାଉଛି ଯାହାଙ୍କର ବାର୍ଷିକ ଟର୍ନ୍‌ଓଭର ୧.୫ କୋଟି ଟଙ୍କାରୁ ଅଧିକ ଅଟେ। ଛୋଟ ଦୋକାନୀ, ଷ୍ଟୋର୍ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ଏଥିରୁ ସମ୍ପୂର୍ଣ୍ଣ ଭାବେ ବାହାରେ ରହିପାରନ୍ତି।

ଯଦି ୟୁପିଆଇ ଟ୍ରାଞ୍ଜାକ୍ସନ୍ ଉପରେ ଏହି ଚାର୍ଜ ଲାଗୁ କରାଯାଏ, ତେବେ ପେଟିଏମ୍ (Paytm) ଏବଂ Pine Labs ଭଳି ଫିନଟେକ୍ କମ୍ପାନୀମାନଙ୍କ ପାଇଁ ରୋଜଗାରର ଏକ ଭଲ ସୁଯୋଗ ସୃଷ୍ଟି ହେବ। ଆକଳନ କରାଯାଉଛି ଯେ ଏହି ଚାର୍ଜ ମାଧ୍ୟମରେ ପ୍ରତିବର୍ଷ ଏହି କମ୍ପାନୀଗୁଡ଼ିକ ୫,୦୦୦ କୋଟିରୁ ୧୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ରାଜସ୍ୱ (ରେଭନ୍ୟୁ) ଜେନେରେଟ୍ କରିପାରିବେ। ରିପୋର୍ଟ ଅନୁଯାୟୀ, ଏହି ଆଇନକୁ ନେଇ ଅଧିକାରୀମାନେ ବର୍ତ୍ତମାନ ମଧ୍ୟ ଏହି ବିଷୟରେ ଆଲୋଚନା କରୁଛନ୍ତି ଯେ ଏହି ଚାର୍ଜ କିପରି ଏବଂ କେତେ ପରିମାଣରେ ଲଗାଯିବା ଉଚିତ୍।


Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ପୂରିନି ମାସେ: ଜୁଲାଇ ୧୨ରେ ବାହାଘର ଅଗଷ୍ଟ ୫ରେ ହତ୍ୟା, ବାହାଘର ନା…

ନିଶ୍ଚିନ୍ତକୋଇଲି,୭।୮(ଅଶୋକ କୁମାର ମହାପାତ୍ର): ବାହାଘରକୁ ମାତ୍ର ୨୫ ଦିନ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଛନ୍ତି। କଟକ ଜିଲା ନେମାଳ ଥାନା ଅନ୍ତର୍ଗତ…

ମହିଳା ଥାନାରୁ ଚମ୍ପଟ ମାରିଥିଲେ ବଳାତ୍କାର ଅଭିଯୁକ୍ତ: ବେଙ୍ଗାଲୁରୁରୁ ଗିରଫ

ଭୁବନେଶ୍ୱର,୭।୮: କମିଶନରେଟ ପୋଲିସ ଶୁକ୍ରବାର ଭୁବନେଶ୍ୱର ମହିଳା ଥାନାରୁ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଜଳଖିଆ ଖାଇବା ବାହାନାରେ…

ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ-କର୍ମଚାରୀଙ୍କ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

କୋରାପୁଟ,୭ା୮(ଅମିତାଭ ବେହେରା): ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର କୋରାପୁଟ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସମିତିର…

ଚାରି ବର୍ଷର ବଳାତ୍କାର ପୀଡିତାଙ୍କ ଚିକିତ୍ସା କରିବାକୁ ମନା କଲେ; ଏବେ ହସ୍ପିଟାଲ ଗଣିବ ୧୨ ଲକ୍ଷ

ଗାଜିଆବାଦ,୭।୮: ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତର ପ୍ରଦେଶ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲକୁ ଜଣେ ଚାରି ବର୍ଷୀୟ ବଳାତ୍କାର ପୀଡିତାଙ୍କ ପରିବାରକୁ ଯଥାକ୍ରମେ ୧୦ ଲକ୍ଷ ଏବଂ ୨…

ଭାଜପା ସହ ମେଣ୍ଟ କରିବ ଅକାଳୀ ଦଳ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସୁଖବୀର ବାଦଲ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୭।୮: ଶିରୋମଣି ଅକାଳୀ ଦଳ (ଏସଏଡି) ସଭାପତି ସୁଖବୀର ସିଂହ ବାଦଲ ଶୁକ୍ରବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସଂସଦର ମୌସୁମୀ ଅଧିବେଶନ ସମୟରେ…

ସାମାଜିକ ଦାୟିତ୍ୱବୋଧ, ସ୍ବଚ୍ଛତା ଆପଣାଇବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ସେବାନନ୍ଦ ସରସତୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ପକ୍ଷରୁ ଶୁକ୍ରବାର…

ଘର ଦେବେ ସଲମାନ: ଚାରିଆଡ଼ୁ ଛୁଟୁଛି ପ୍ରଶଂସା

ଆସାମରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରଭାବିତ ପରିବାରକୁ ସହାୟତା କରିବା ପାଇଁ ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଗେଇ ଆସିଛନ୍ତି। ସେ ଏହି ମହାନ କାର୍ଯ୍ୟ ପାଇଁ…

ଆକ୍ସନ ମୋଡରେ ବିଜୟ ଥଲାପଥି: ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୮: କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ ବିଲ ପୁନଃଆଗତ କରିପାରନ୍ତି ବୋଲି ଆଲୋଚନା ହୋଇଛି। ତାମିଲନାଡୁରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri