ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ ପରିବାରର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଦାବିରେ ମଙ୍ଗଳବାର ପରିବାରବର୍ଗ ଥୁଆମୂଳ ରାମପୁର ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଥୁଆମୂଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଡ଼ିଗୁଡ଼ା ଗ୍ରାମର ଘାସିରାମ ମାଝୀ (୩୦) ଗତ ମାସ ୩୦ ତାରିଖ ଦିନ ଗାଁର ଦୁଇ ଜଣ ସାଥୀ ବୀରେନ୍ଦ୍ର ମାଝୀ ଓ ସୁରେନ୍ଦ୍ର ମାଝୀଙ୍କ ସହ କେସିଙ୍ଗା ରେଳଷ୍ଟେସନରୁ କେରଳ ଅଭିମୁଖେ ଯାଇଥିଲେ। ସେମାନେ ଏର୍ଣ୍ଣାକୁଲମ୍ ଜିଲ୍ଲା କୋଚିସ୍ଥିତ “Sasi PDM Pappadam” ନାମକ ଏକ କମ୍ପାନୀରେ କାମ କରିବାକୁ ଯାଉଥିବା ବେଳେ, କେରଳର କୋଟାୟାମ୍ ଜିଲ୍ଲା ଅଞ୍ଚଳରେ ଘାସିରାମ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ସନ୍ଦେହ କରାଯାଉଛି। ତେବେ ସାଙ୍ଗରେ ଯାଇଥିବା ଅନ୍ୟ ଦୁଇଜଣ ଶ୍ରମିକ ସୁରକ୍ଷିତ ଥିବା ଜଣାପଡ଼ିଛି।

ଘାସିରାମଙ୍କ ସ୍ତ୍ରୀ ସୁମିତ୍ରା ମାଝୀଙ୍କ ଅଭିଯୋଗ ମୁତାବକ, ଗତ ୧ ତାରିଖରେ ଘାସିରାମ କେରଳରେ ପହଞ୍ଚିଥିବା ନେଇ ଫୋନ୍‌ରେ ଜଣାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ୪ ତାରିଖରେ ସାଥୀ ଶ୍ରମିକ ସୁରେନ୍ଦ୍ର ଫୋନ୍ କରି ଘାସିରାମ ନିଖୋଜ ଥିବା ଏବଂ କେହି ଜଣେ ତାଙ୍କୁ ଅଟକ ରଖି ୨,୦୦୦ ଟଙ୍କା ଫିରୋତି ମାଗୁଥିବା ନେଇ ସୂଚନା ଦେଇଥିଲେ। ଏହି ଖବର ପାଇବା ପରଠାରୁ ଘାସିରାମଙ୍କ ସ୍ତ୍ରୀ, ଛୋଟ ପୁଅ ଓ ପରିବାର ଲୋକେ ଗଭୀର ମାନସିକ ଚିନ୍ତାରେ ଦିନ କାଟୁଛନ୍ତି।

ଗୋଟିଏ ପରେ ଗୋଟିଏ ଦାଦନ ନିଖୋଜ ମାମଲା ସାମ୍ନାକୁ ଆସୁଥିବାରୁ ଓଡ଼ିଶା ସରକାର, ରାଜ୍ୟ ପୋଲିସ ଏବଂ କଳାହାଣ୍ଡି ଜିଲା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟରେ କାମଧନ୍ଦାର ଯଥେଷ୍ଟ ସୁଯୋଗ ସୃଷ୍ଟି କରାଯାଉଥିବା ନେଇ ସରକାର ଦାବି କରୁଥିବା ବେଳେ, କଳାହାଣ୍ଡିର ଗରିବ ଶ୍ରମିକମାନେ ନିଜ ଅଞ୍ଚଳରେ ଖଣିଖାଦାନ ଥାଇ ମଧ୍ୟ କାହିଁକି ବାହାର ରାଜ୍ୟକୁ ଯାଇ ଏପରି ବିପଦର ସମ୍ମୁଖୀନ ହେଉଛନ୍ତି, ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।

ପୂର୍ବରୁ ରଥ ଗୌଡ଼ ନିଖୋଜ ମାମଲାରେ ବର୍ଷେ ବିତିବାକୁ ବସିଥିଲେ ମଧ୍ୟ ପୋଲିସ ତାଙ୍କର କୌଣସି ସନ୍ଧାନ ପାଇପାରି ନାହିଁ। ସେହିପରି ସୁଦୂର କେରଳରେ ଓଡ଼ିଶାର ଶ୍ରମିକ ନିଖୋଜ ହେବା ଏବଂ ଫିରୋତି କଲ୍ ଆସିବା ସତ୍ତ୍ୱେ ଓଡ଼ିଶା ପୋଲିସର ଆନ୍ତଃରାଜ୍ୟ ସମନ୍ୱୟ ରକ୍ଷା କରିବାରେ ବିଫଳତା ପୋଲିସର ଅପାରଗତାକୁ ପଦାରେ ପକାଇଛି। ଆଜିର ଆଧୁନିକ ଟେକ୍ନୋଲୋଜି ଓ ସାଇବର ଯୁଗରେ ମୋବାଇଲ୍ ଲୋକେସନ୍ ଟ୍ରାକ୍ କରି ଶ୍ରମିକଙ୍କୁ ଉଦ୍ଧାର କରିବାରେ ବିଫଳ ହେବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ନିଖୋଜ ଘାସିରାମ ମାଝୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପରିବାରବର୍ଗ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଦାବି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଗଞ୍ଜାମ ଜିଲାକୁ ଅରେଞ୍ଜ ଆଲର୍ଟ: ୪ ଦିନ ଅତି ପ୍ରବଳ ବର୍ଷା, ଅଶାନ୍ତ ରହିବ…

ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଆଗାମୀ ୨୧ ତାରିଖରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?