ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ ଏକ୍ସ ପକ୍ଷରୁ ଏହି ଫାଲକାନ-୯ ରକେଟ ଛଡାଯାଇଥିଲା । କିନ୍ତୁ ସେଥିରୁ ଏକ ବିରାଟ ଖଣ୍ଡ ମହାକାଶରେ ରହିଯାଇଛି। ବର୍ତ୍ତମାନ ଏହି ରକେଟ ଖଣ୍ଡ ଚନ୍ଦ୍ର ଆଡକୁ ସେକେଣ୍ଡ ପ୍ରତି ୨.୩୪ କି. ଶବ୍ଦର ବେଗ ଠାରୁ ୭ ଗୁଣ ଅଧିକ ବେଗରେ ବଢ଼ିବାରେ ଲାଗିଛି। ଏହି ରକେଟ ଚନ୍ଦ୍ରରେ ଆସନ୍ତା ୫ ତାରିଖ ସକାଳ ୬ଟା ୩୫ରେ ମାଡ଼ ହେବାର ସମ୍ଭାବନା ରହିଛି।

ଏହି ମାଡ଼ ବା ବିସ୍ପୋରଣ ଫଳରେ ଚନ୍ଦ୍ରରେ ୩୦ ମିଟରର ଏକ ବିରାଟ ଗର୍ତ୍ତ ସୃଷ୍ଟି ହେବ। ଏଥିସହ ପ୍ରଚଣ୍ଡ ଧୂଳି ଓ ଆବର୍ଜନା ଉଠିବ। ଦୁର୍ଘଟଣାବଶତଃ ଚନ୍ଦ୍ରରେ ଧକ୍କା ହେବାର ଏହା ଦ୍ବିତୀୟ ରକେଟ ହେବ। ୨୦୨୨ରେ ଚୀନର ଏକ ରକେଟର ଟୁକୁଡା ଚନ୍ଦ୍ରରେ ବିସ୍ଫୋରଣ ହେବା ଫଳରେ ଦୁଇଟି ବିରାଟ ଗାତ ସୃଷ୍ଟି କରିଥିଲା।

ଅନ୍ତରୀକ୍ଷ ଟ୍ରାକିଂ ବିଶେଷଜ୍ଞ ବିଲ୍ ଗ୍ରେଙ୍କ ଅନୁମାନ ଯେ ସ୍ପେସ ଏକ୍ସ ରକେଟର ଟୁକୁଡା ଚନ୍ଦ୍ରର ପଶ୍ଚିମ ଭାଗରେ ଧକ୍କା ହେବ। ଚନ୍ଦ୍ରରେ ରକେଟ ବିସ୍ଫୋରଣ ହେବାର ଦୃଶ୍ୟ ଆମେରିକା, କାନାଡା ଓ ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ଦେଖାଯିବ। ଧକ୍କା ଫଳରେ ୩ ଟନ ଟିଏନଟି ଭଳି ଶକ୍ତି ମଧ୍ୟ ଉତ୍ପନ ହେବ । ତେବେ କୁହାଯାଉଛି କି ପୂର୍ବ ଓ କେନ୍ଦ୍ରୀୟ ଆମେରିକାରେ ଏହି ଦୃଶ୍ୟ ଭଲ ଭାବେ ଦେଖାଯିବ। ଅନ୍ୟ ଅଞ୍ଚଳରେ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ । ସୂଚନାଯୋଗ୍ୟ ଯେ ଫାଲକାନ-୯ ରକେଟ ଦୁଇଟି ବ୍ୟବସାୟିକ ଲୁନାର ଲ୍ୟାଣ୍ଡର (ଫାୟାରଫ୍ଲାଏ ଏରୋସ୍ପେସ୍ ବ୍ଲୁ ଘୋଷ୍ଟ-୧ ଓ ଜାପାନୀ ସ୍ପେ କମ୍ପାନିର ହାକୁଟୋ ଆର ରେଜିଲିଏନ୍ସ) ଚନ୍ଦ୍ରକୁ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri