ସରିଆସୁଛି ସମୟସୀମା, ସରିନି ଚଉଠେ କାମ:୧୬୮ ଜୀବନ ନେଲାଣି ଏନ୍‌ଏଚ୍‌ ୫୫

ଅନୁଗୋଳ ଅଫିସ, ୧୭।୧୨- ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟକୁ ନେଇ ଏବେ ବଢ଼ୁଛି ଅସନ୍ତୋଷ। ଏହି କାର୍ଯ୍ୟ କରୁଥିବା ଠିକାସଂସ୍ଥା ଅତ୍ୟନ୍ତ କଛପ ଗତିରେ କାମ କରୁଥିବାରୁ ନିର୍ଦ୍ଧାରିତ ସମୟସୀମା ଶେଷ ହେବାକୁ ବସିଥିଲେ ବି ଏଯାଏ ଚଉଠେ କାର୍ଯ୍ୟ ଶେଷ ହୋଇପାରି ନ ଥିବା ଅଭିଯୋଗ ହେଉଛି। ଏହାଛଡ଼ା ଠିକା ସଂସ୍ଥା କିମ୍ବା ଜାତୀୟ ରାଜପଥ ପ୍ରାଧୀକରଣ କର୍ତ୍ତୃପକ୍ଷ (ଏନଏଚଏଆଇ) ଖାଲଖମା ମରାମତି କରୁ ନ ଥିବାରୁ ଦୁର୍ଘଟଣା ବଢ଼ିବାରେ ଲାଗିଛି। ମାତ୍ର ୧୧ ମାସ ମଧ୍ୟରେ ଏହି ରାସ୍ତାରେ ୧୬୮ ଜଣଙ୍କ ଜୀବନ ହାନି ଘଟିଥିବାରୁ ଏହା ଏକ ମରଣଯନ୍ତାରେ ପରିଣତ ହୋଇଥିବା କୁହାଯାଉଛି। ତଥାପି ଅନୁଗୋଳ ଜିଲା ପ୍ରଶାସନ ଏ ଦିଗରେ ଦୃଢ଼ ପଦକ୍ଷେପ ନ ନେଇ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ବିରୋଧରେ ମାତ୍ର ୨ଟି ମାମଲା କରି ବସିପଡ଼ିଥିବାରୁ ଏହାକୁ ସାଧାରଣରେ ନାପସନ୍ଦ କରାଯାଇଛି।
ମଙ୍ଗୁଳିରୁ ଅନୁଗୋଳ ଦେଇ ସମ୍ବଲପୁର ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଦୋହରୀକରଣ ପାଇଁ ୨୦୧୬ରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ସମ୍ବଲପୁରରୁ ଅନୁଗୋଳ ପର୍ଯ୍ୟନ୍ତ ନିର୍ମାଣ ପାଇଁ ୧୨୫୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଏହି କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ଚୁକ୍ତି ମୁତାବକ ହଜାରେ ଦିନରେ ରାସ୍ତା କାମ ଶେଷ କରିବା କଥା। କିନ୍ତୁ ଅବଧି ଶେଷ ହେବାକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ଏଯାବତ୍‌ ଚଉଠେ କାମ ବି ସରିପାରିନି। ଏହି ରାଜପଥରେ ୪ଟି ଓଭରବ୍ରିଜ୍‌, ୩ଟି ଅଣ୍ଡରପାସ୍‌, ୧୦ଟି ସର୍ଭିସ ରୋଡ୍‌, ୨ଟି ଟ୍ରକ୍‌ ପାର୍କିଂ ନିର୍ମାଣ କରାଯିବ। ୩୮ଟି ବଡ଼ ଛକ ଓ ୬୫ଟି ଛୋଟ ଛକର ଉନ୍ନତୀକରଣ ହେବାର ଯୋଜନା ମଧ୍ୟ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଅନୁଗୋଳ-କଟକ ରାସ୍ତା ପାଇଁ ୫୮୩ କୋଟି ଟଙ୍କା ସମ୍ପୃକ୍ତ ଠିକା ସଂସ୍ଥା ନେଇଛି। ହେଲେ ସମ୍ବଲପୁରରୁ ଅନୁଗୋଳ ମଧ୍ୟରେ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଏହି ରାସ୍ତାରେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ରାଜପଥରେ ହୋଇଥିବା ଖାଲଖମା ମଧ୍ୟ ମରାମତି କରାଯାଉ ନାହିଁ। ଫଳରେ ଦୈନିକ ଏହି ରାଜପଥରେ କେତେଯେ ଜୀବନ ବାଜି ଲାଗୁଛି ତାହା କହିବା ମୁସ୍କିଲ। ଅନୁଗୋଳ ପରିବହନ ବିଭାଗ ନିକଟରେ ଥିବା ତଥ୍ୟ ଅନୁଯାୟୀ, ୨୬ ନଭେମ୍ବର ସୁଦ୍ଧା ଏହି ରାସ୍ତାରେ ଦୁର୍ଘଟଣା ଯୋଗୁ ୧୬୮ ଜଣଙ୍କ ଜୀବନ ଯାଇଛି। ୧୯୮ ଜଣ ଗୁରୁତର ହୋଇଛନ୍ତି। ୧୦୭ ଜଣ ଆହତ ହୋଇଛନ୍ତି। ତେବେ ଡିସେମ୍ବର ୧୨ ତାରିଖ ସୁଦ୍ଧା ହିସାବ କଲେ ଆହୁରି ୨୦ ଦୁର୍ଘଟଣାରେ ପାଖାପାଖି ୧୦ ଜଣଙ୍କ ଜୀବନ ଯାଇଥିବା ଅନୁମାନ କରାଯାଉଛି। କିନ୍ତୁ ଅନୁଗୋଳ ପ୍ରଶାସନ କେବେ ଚେତିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ବିଶେଷକରି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଏନ୍‌ଏଚ୍‌ଏଆଇକୁ ରାସ୍ତା ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଥାଏ। କିନ୍ତୁ ଦୀର୍ଘ ଦିନ ହେବ ମରାମତି କାର୍ଯ୍ୟ ନ କରିବାରୁ ଅନୁଗୋଳ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୦୧୮ରେ ୧୩୩ ଧାରାରେ ମାମଲା ରୁଜୁ କରାଯାଇଥିଲା। ଏହାପରେ ୨୦୧୯ରେ ଆଉ ଏକ ମାମାଲା ରୁଜୁ ହୋଇଥିଲା। ଏହି ମାମଲା ରୁଜୁ ହେବା ପରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗୋଟିଏ ମାସ ମହଲତ ନେଇଥିଲେ। କିନ୍ତୁ ଏହା ମଧ୍ୟରେ ଦୁଇ ମାସ ପୂରି ଯାଇଥିଲେ ମଧ୍ୟ ସେପରି କୌଣସି ମରାମତି କାର୍ଯ୍ୟ କରାଯାଇ ନାହିଁ। ଫଳରେ ଏହି ରାଜପଥରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବା ସହ ଧନୀଜୀବନ ହାନି ହେବାରେ ଲାଗିଛି।
ଏ ନେଇ ଅନୁଗୋଳ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ କହିଛନ୍ତି, ୨୧ କିଲୋମିଟର ବାଇପାସ୍‌ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏହା ଶେଷ ହେବା ପାଇଁ ପ୍ରାୟ ୬ ମାସ ଲାଗିବ। ତେଣୁ ନୋ ଏଣ୍ଟ୍ରି ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ସେହିପରି ଦ୍ରୁତ ଗତିରେ ଯାଉଥିବା ଗାଡ଼ିଗୁଡ଼ିକ ଉପରେ ରୋକ୍‌ ଲଗାଇବା ସମ୍ଭବ ହେଉନାହିଁ। ନୂତନ ମୋଟରଯାନ ଆଇନ୍‌ କଡ଼ାକଡ଼ି ଲାଗୁ ହେବା ପରେ ଦ୍ରୁତ ଗତିରେ ଯାଉଥିବା ଗାଡ଼ି ଗୁଡ଼ିକ ଉପରେ ରୋକ୍‌ ଲାଗିପାରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାସ୍ତା ମରାମତି କରୁ ନ ଥିବାରୁ ଏନ୍‌ଏଚଏଆଇ କର୍ତ୍ତୃପକ୍ଷଙ୍କ ନାମରେ ମଧ୍ୟ ଦୁଇଟି ମାମଲା ରୁଜୁ ହୋଇଥିବା ଅତିରିକ୍ତ ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ରାଜ୍ୟରୁ ୪୮୨୯ ଆକ୍ରାନ୍ତ ଚିହ୍ନଟ, ସବୁଠୁ ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ସୋମବାର ରାଜ୍ୟରୁ ୪୮୨୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୭୫,୬୯୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଛାତ୍ର ସଂସଦ ନିର୍ବାଚନ ବାତିଲ: କଲେଜ, ବିଶ୍ୱବିଦ୍ୟାଳୟକୁ ଜଣାଇଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର,୨୨।୮(ବ୍ୟୁରୋ)-ଚଳିତ ବର୍ଷ ରାଜ୍ୟରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର...

କୋଠରୀରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ଉମରକୋଟ, ୧୬।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଭାମୀନ ପଞ୍ଚାୟତ ବାଟିବେଡା ଗ୍ରାମରେ ୨ଜଣ ପ୍ରେମୀ ଯୁଗଳଙ୍କ ମୃତଦେହ ଏକ ବନ୍ଦ କୋଠରୀରୁ ମିଳିଛି। ଝୁଲନ୍ତା...

କରୋନା ଚିକିତ୍ସା ପାଇଁ ୭ ଆୟୁଷ ଡାକ୍ତର ଚୟନ

ଅନୁଗୋଳ ଅଫିସ, ୧୪।୫- ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏକ ସାକ୍ଷାତକାର ମାଧ୍ୟମରେ ୭ ଜଣ...

ନାଇଜେରିଆନ ଗ୍ୟାଙ୍ଗ୍‌ ସଦସ୍ୟ ଗିରଫ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ସାଇବର ଠକେଇରେ ସମ୍ପୃକ୍ତ ନାଇଜେରିଆନ ଗ୍ୟାଙ୍ଗ୍‌ର ଆଉଜଣେ ସଦସ୍ୟଙ୍କୁ ଦିଲ୍ଲୀ ପୋଲିସ ବେଙ୍ଗାଲୁରୁରୁ ଗିରଫ କରିଛି। ସେ ହେଲେ ଉକୁଉଦିରି ପାଶ୍ଚାଲ (୪୦)। ଦିଲ୍ଲୀ...

ଆସନ୍ତା ୧୦ରୁ ମାଟ୍ରିକ ପରୀକ୍ଷା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ

ଭୁବନେଶ୍ୱର,୬ା୩(ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ଯାଏ ଚାଲିବ ମାଟ୍ରିକ ପରୀକ୍ଷା। ଏଥର କପି ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ...

ସୁରକ୍ଷା ଖୋଜୁଛି ବାଘମାମୁଁ: ସଂଖ୍ୟା ବୃଦ୍ଧି ଉତ୍ସାହ ଭିତରେ ନୈରାଶ୍ୟ ଆଣିଛି ମୃତ୍ୟୁ

ଭୁବନେଶ୍ୱର,୪।୧(ବ୍ୟୁରୋ): ଆଈମା’ କାହାଣୀ ଶୁଣିବାବେଳେ ପିଲେ ଦୁଷ୍ଟ ହେଲେ ବାଘମାମୁ ଆସିବ କହି ଡରାଯାଏ। ଏବେ ସମୟ ବଦଳି ଯାଇଛି। ବାଘ ଛୁଆଟି କଥା ନ...

ତୁରନ୍ତ ବୁଷ୍ଟର ଡୋଜ୍‌ ନେବାକୁ ସ୍ବାସ୍ଥ୍ୟ ବିଭାଗର ଅନୁରୋଧ

ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟର ୮୭ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍‌...

Advertisement
Archives

Model This Week