ସରବନ୍ତର ଶ୍ରୀପତିତପାବନ ଯାତ୍ରା

ସରବନ୍ତ ଗଁାଟି ଜଗତ୍‌ସିଂହପୁର ଜିଲାର ଏରସମା ମଣ୍ଡଳରେ ଅଛି। ଜିଲା ସଦର ମହକୁମା ଠାରୁ ବାଲିକୁଦା, ବୋରିକିନା ଓ ଗୋଡ଼ା ବଜାର ଦେଇ ସମୁଦ୍ର କୂଳକୁ ଲମ୍ବିଯାଇଛି ଏହି ପୀଠକୁ ରାସ୍ତା। ମହାପ୍ରଭୁ ବହୁ ପ୍ରାଚୀନ କାଳରୁ ଏଠାରେ ଉପାସିତ ହେଉଛନ୍ତି। ଐତିହ୍ୟ ଅଛି ନିଝାଡ଼ ବନସ୍ତରେ କନ୍ଧମାନଙ୍କର ଜନବସତି ସମୁଦ୍ର ଅଧ ମାଇଲିଏ ଦୂରରେ ଥିଲା। ଆମ୍ବଶାଳ ଜମିଦାରଙ୍କର ବିଶେଷ ପ୍ରଭାବ ନ ଥିଲା କନ୍ଧମାନଙ୍କ ଜନବସତି ଅଞ୍ଚଳରେ, ଯଦିଓ ତାଙ୍କର ଇଲାକା ଭିତରେ କନ୍ଧମାନେ ରହୁଥିଲେ ତଥାପି ତାଙ୍କର ବିଶେଷ କିଛି ଶାସନର ପ୍ରଭାବ ପଡୁ ନ ଥିଲା। ଥରେ ଜମିଦାର ଅନନ୍ତ ମଙ୍ଗରାଜ ଶିକାର କରୁ କରୁ ପଶିଯାଇଥିଲେ କନ୍ଧ ଇଲାକା ଭିତରକୁ। କନ୍ଧମାନଙ୍କର ଭେଣ୍ଡିଆଙ୍କ ଦିହରେ ଏହା ଗଲାନି। ରାଗିଗଲେ। ବିରୋଧ କଲେ। ଭେଟବରଠୁ ଆଉ ସିଆଡ଼ିିକି ଡିଅଁାଇ ଦେଲେନି। ଭେଟବର ଓ ଆଜିର ସରବନ୍ତ ଭିତରେ ସେମାନେ ଲୁଚେଇ ରଖିଥିଲେ ଅନେକ ଧନୁଶର। ଧନୁରେ ଶର ଚଢେଇ ସେମାନେ ଅନନ୍ତ ମଙ୍ଗରାଜଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ସାଙ୍ଗରେ ଯାଇଥିବା ପାର୍ଷଦମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଜନଶ୍ରୁତି ଅଛି ଏତେ ପରିମାଣରେ ଶର ସେମାନେ କାଠ ଫିରକରେ ତିଆରି କରି ଗୁପ୍ତରେ ରଖିଥିଲେ ଯେ, ତାହା ଏକ ବନ୍ତରେ ପରିଣତ ହୋଇଥିଲା। ସେଥିପାଇଁ ତା’ ନଁା ହୋଇଯାଇଥିଲା ସରବନ୍ତ। ଘମାଘୋଟ ଲଢେଇ ହେଲା, କିନ୍ତୁ କନ୍ଧ ଭେଣ୍ଡିଆମାନେ ଯୁଦ୍ଧରେ ପାରିଲେନି। ମଙ୍ଗରାଜେ ଶେଷରେ ତାଙ୍କୁ ପରାସ୍ତ କଲେ। ସେହି ଇଲାକାକୁ ନିଜ ରାଜ୍ୟରେ ମିଶାଇ ଦେଲେ। ସୁରକ୍ଷା ପାଇଁ ଗଡ଼ଟିଏ ପ୍ରତିଷ୍ଠା କଲେ, ନଁା ଦେଇଦେଲେ ଗଡ଼ହରିଶପୁର।
ସରବନ୍ତଠାରେ ଯୁଦ୍ଧ ବିଜୟ ସ୍ମୃତିରେ ପ୍ରତିଷ୍ଠା କରିଥିଲେ ମହାପ୍ରଭୁଙ୍କ ମନ୍ଦିର। ସେତେବେଳେ ଜମିଦାର ଖଞ୍ଜି ଦେଇଥିଲେ ୫୦ ଏକର ଚାଷଜମି। ଆଜି ଉପାସନା ଚାଲିଛି କିନ୍ତୁ ସେତିକି ପରିମାଣର ଚାଷଜମି ଆଉ ନାହିଁ । ମନ୍ଦିରରେ ମହାପ୍ରଭୁଙ୍କର ଏକ ବିଶାଳକାୟ ଶ୍ରୀବିଗ୍ରହଙ୍କୁ ପ୍ରତିଷ୍ଠା କରିଥିଲେ। ଏହି ବିଗ୍ରହମାନଙ୍କୁ ନେଇ ଅନେକ ବର୍ଷ ରଥଯାତ୍ରା ସମ୍ଭବ ହୋଇ ନ ଥିଲା। ତେଣୁ ପଣ୍ଡିତମାନଙ୍କୁ ଡାକି ବହୁ ବିଚାର ବିମର୍ଷ କରି ଶ୍ରୀପତିତପାବନଙ୍କୁ ମନ୍ଦିରରେ ପ୍ରତିଷ୍ଠା କରିଥିଲେ। ମନ୍ଦିରର ମୂଳ ବିଗ୍ରହଙ୍କୁ ରଥରେ ବିଜେ ନ କରାଇ ଶ୍ରୀପତିତପାବନଙ୍କୁ ଗୋଟିଏ ରଥରେ ବିଜେ କରାଇବାର ବ୍ୟବସ୍ଥା କରିଥିଲେ। ଆଜି ବି ଗୋଟିଏ ରଥରେ ଏଠାରେ ଶ୍ରୀପତିତପାବନ ରଥଯାତ୍ରାରେ ବିଜେ କରୁଛନ୍ତି। ଓଡ଼ିଶାରେ ଏହା ଏକମାତ୍ର ପୀଠ ଯେଉଁଠି ରଥଯାତ୍ରା ପ୍ରସିଦ୍ଧ ଶ୍ରୀପତିତପାବନ ଯାତ୍ରା ନାମରେ। ମହାପ୍ରଭୁ ଶ୍ରୀକ୍ଷେତ୍ରରେ ପତିତଉଦ୍ଧାର ପାଇଁ ତିନିରଥରେ ବଡ଼ଦାଣ୍ଡରେ ବିଜେ କରୁଥିଲା ବେଳେ ସରବନ୍ତରେ ଗୋଟିଏ ରଥରେ ପତିତଉଦ୍ଧାର ପାଇଁ ଶ୍ରୀପତିତପାବନ ଆଜି ବିଜେ କରୁଛନ୍ତି।
-ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଛୋଟ ମନ୍ଦିରକୁ ଅବହେଳା

ପୁରୁଣା ଭୁବନେଶ୍ୱର,୨୦ା୨(ଡି.ଏନ.ଏ.): ମହାଶିବରାତ୍ରି ଉପଲକ୍ଷେ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ପ୍ରଶାସନ ପକ୍ଷରୁ କଙ୍କ୍ରିଟ୍‌ ଟାଇଲ୍‌ ବିଛାଯାଇ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ମଣ୍ଡପ ଓ...

ଶ୍ରୀ ଲିଙ୍ଗରାଜ ମନ୍ଦିର ପୂର୍ବଦିଗ ଉଚ୍ଛେଦ ଜାରି

ପୁରୁଣା ଭୁବନେଶ୍ୱର,୨୯ା୧୨(ଡି.ଏନ.ଏ)- ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ସୁରୁଖୁରୁରେ ଜାରି ରହିଛି। ଶୁକ୍ରବାର ବ୍ୟାଖ୍ୟାନ କେନ୍ଦ୍ର ଉଚ୍ଛେଦ ଶେଷ ହୋଇଥିବାବେଳେ ଶନିବାର ମନ୍ଦିରର ପୂର୍ବଦିଗରୁ...

କରୋନା ପରିଚାଳନା ଲାଗି ୬ ଓଏଏସ୍‌ ଗଞ୍ଜାମ ପାଇଁ ନିଯୁକ୍ତ

ଭୁବନେଶ୍ୱର,୪।୭(ବ୍ୟୁରୋ): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ପରିଚାଳନା ଲାଗି ୨ ଆଇଏଏସ୍‌ଙ୍କ ସହ ୬ ଓଏଏସ୍‌ ଗଞ୍ଜାମ...

୧୧ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩।୧୦ (ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ରହିଛି।...

ବାପାଙ୍କୁ ହତ୍ୟାକଲେ ଡାକ୍ତର ପୁଅ

ଭୁବନେଶ୍ୱର,୧୯। ୭(ବ୍ୟୁରୋ): ସନ୍ଦେହରୁ ପାରିବାରିକ ଅଶାନ୍ତି। ସ୍ଥିତି ଏପରି ହେଲା ଶେଷରେ ବାପାଙ୍କୁ ବିଧାମାରି ହତ୍ୟାକଲେ ଡାକ୍ତର ପୁଅ। ଖଣ୍ଡଗିରି ଥାନା ଅନ୍ତର୍ଗତ ଜଗମୋହନ ନଗରରେ...

ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଲା : ୨ରେ ରଥକାଠ ଚିରଟ ଅନୁକୂଳ

ପୁରୀ ଅଫିସ,୩୧ା୩: ଚଳିତବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ସୋମବାର ପୁରୀରେ ତୃତୀୟ ପର୍ଯ୍ୟାୟ...

ମଦ ଦୋକାନ ବନ୍ଦ ଦାବିରେ ମହିଳାଙ୍କ ରାସ୍ତାରୋକୋ

ପୁରୁଷୋତ୍ତମପୁର(ଡି.ଏନ୍‌ଏ.)/ କବିସୂର୍ଯ୍ୟନଗର,୧୯ା୧୧- ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ ଖରିଡା ପଞ୍ଚାୟତ ବାଣନଈ ଗ୍ରାମ ନିକଟରେ ଥିବା ଦେଶୀ ମଦ ଦୋକାନକୁ ସମ୍ପୂର୍ଣ୍ଣ...

ସାର ପାଇଁ ଆଧାର: ଚାଷୀଙ୍କ ଆକାଉଣ୍ଟକୁ ଯିବ ସବ୍‌ସିଡି ଟଙ୍କା; ଆସନ୍ତାବର୍ଷରୁ କାର୍ଯ୍ୟକାରୀ ହେବ ଡିବିଟି

ଭୁବନେଶ୍ୱର,୨୨। ୯(ବ୍ୟୁରୋ): ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ନେବା ଏବଂ ଧାନ ବିକିବା ପାଇଁ ଆଧାର କାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ...

Coronavirus Update

Archives

Model This Week

Why Dharitri