ଫୁଲବାଣୀ ଅଫିସ/ଫିରିଙ୍ଗିଆ,୧୧ା୧୧-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ୩ ପଞ୍ଚାୟତରୁ ମାତ୍ର ପକାରୀରେ ହିଁ ଆସନ୍ତା ୨୭ରେ ଉପ ନିର୍ବାଚନ ହେବ। କ୍ରାଣ୍ଡିବାଲି ଏବଂ ସୁମରବନ୍ଧରେ ଭୋଟ ଗ୍ରହଣ ହେବନାହିଁ। କାଣ୍ଡ୍ରିବାଲିରେ ସମିତିସଭ୍ୟ ପାଇଁ ଜଣେ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି। ସୁମରବନ୍ଧରେ ୧୧ ନଂ. ୱାର୍ଡର ସଦସ୍ୟ ଭାବେ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ପକାରୀ ସରପଞ୍ଚ ପଦବୀ ପାଇଁ ଜୋରଦାର ଲଢ଼େଇ ହେବ। ଏଠାରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଟିଏ ରାଜନୈତିକ ଦଳର ସମର୍ଥିତ ପ୍ରାର୍ଥୀ। ବସୁଦେବ କହଁର ଖୋଲା ବହି ଓ ମଙ୍ଗୁଳୁ କହଁର ମାଛ ଚିହ୍ନରେ ନିର୍ବାଚନ ଲଢୁଛନ୍ତି। ପକାରୀର ପୂର୍ବତନ ସରପଞ୍ଚ ବିଧାୟକ ଅଙ୍ଗଦ କହଁର ଅଟନ୍ତି। ସେ ବିଧାୟକ ଭାବେ ନିର୍ବାଚିତ ହେବାପରେ ଏହି ପଦବୀ ପାଇଁ ଉପନିର୍ବାଚନ ହେଉଛି। ବସୁଦେବ ଓ ମଙ୍ଗୁଳୁଙ୍କ ମଧ୍ୟରେ କଡା ଟକ୍କର ହେଉଥିବାବେଳେ ଶାସକ ଦଳର ସମର୍ଥନ ଯାହା ସପକ୍ଷରେ ଯିବ, ସେ ହିଁ ଜିତିବ ବୋଲି ଆଲୋଚନା ହେଉଛି। ନିର୍ବାଚନ ଆଉ ଅଳ୍ପ ଦିନ ଥିବାରୁ ପ୍ରାର୍ଥୀମାନେ ସମର୍ଥକଙ୍କୁ ଧରି ପ୍ରଚାର ଆରମ୍ଭ କରି ଦେଲେଣି। ଏହି ପଞ୍ଚାୟତରେ ମୋଟ ୧୨ଟି ୱାର୍ଡ ରହିଛି। ମୋଟ ଭୋଟ ସଂଖ୍ୟା ୧୨୦୯। ସେମାନଙ୍କ ମଧ୍ୟରୁ ମହିଳା ଭୋଟର ୬୪୧ ଓ ପୁରୁଷ ଭୋଟରଙ୍କ ସଂଖ୍ୟା ୫୬୮।
ସୂଚନାଯୋଗ୍ୟ, ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପକାରୀ ସରପଞ୍ଚ ଭାବେ ଅଙ୍ଗଦ କହଁର ନିର୍ବାଚିତ ହୋଇଥିଲେ। ଚଳିତ ସାଧାରଣ ନିର୍ବାଚନରେ ସେ ବିଜେଡି ବିଧାୟକ ଭାବେ ନିର୍ବାଚିତ ହେବାରୁ ସେହି ପଦବୀ ଖାଲି ପଡିଥିଲା। ସେତବେଳର ନାଏବ ସରପଞ୍ଚ କିସିମତି କହଁର ସରପଞ୍ଚ ଦାୟିତ୍ୱରେ ରହିଥିଲେ। ହେଲେ ଗତ ସେପ୍ଟେମ୍ବରରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଅସ୍ଥାୟୀ ସରପଞ୍ଚ ଭାବେ ୭ ନଂ. ୱାର୍ଡ ମେମ୍ବର ଜନକ କହଁର ଦାୟିତ୍ୱ ନେଇଥିଲେ। କ୍ରାଣ୍ଡିବାଲି ସମିତିସଭ୍ୟ ସସ୍ମିତା କହଁରଙ୍କ ସରକାରୀ ଚାକିରି ହେବାରୁ ତାଙ୍କୁ ପଦବୀ ଛାଡିବାକୁ ପଡିଥିଲା। ଏବେ ଏହି ପଦବୀ ଲାଗି ଜଣେମାତ୍ର ପ୍ରାର୍ଥୀ ଯଶୋଦା କହଁର ନାମାଙ୍କନପତ୍ର ଦାଖଲ କରି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିପରି ସୁମରବନ୍ଧ ୧୧ନଂ. ୱାର୍ଡର ସଦସ୍ୟ ଦିଲୀପ କୁମାର ସାହୁଙ୍କୁ ମଧ୍ୟ ସରକାରୀ ଚାକିରି ମିଳିବାରୁ ସେ ଇସ୍ତଫା ଦେଇଥିଲେ। ମାତ୍ର ଏହି ପଦବୀ ପାଇଁ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି।
Posted inଆମ ଜିଲା ଖବର, କନ୍ଧମାଳ View All
ଜମିକୁ ପହଞ୍ଚି ପାରୁନି ଡ୍ୟାମ୍ ପାଣି: ବିଧାୟକଙ୍କୁ ଦାବିପତ୍ର ଦେଲେ ୪ ଗାଁର ଚାଷୀ
ଖଡ଼ିଆଳ,୧୮ା୫ (ସୁଜିତ କୁମାର ପ୍ରଧାନ): ଦୀପ ତଳ ଅନ୍ଧାର ଭଳି ତିଖାଲି ଡ୍ୟାମ୍ର ନାକ ତଳେ ଥିବା ଖଡ଼ିଆଳ ବ୍ଲକର ୪ ଗ୍ରାମର ଜମିକୁ ପାଣି ନ…
ପୋଲିସର ବଡ଼ଧରଣ ଚଢ଼ାଉ: ୮୦ ଲକ୍ଷ ଟଙ୍କାର ୫୪ଟି ବ୍ୟାଙ୍କ ଆକାଉଣ୍ଟ, ନଗଦ ୨୮ ଲକ୍ଷ, ଟଙ୍କା ବିପୁଳ ପରିମାଣର ଅଳଙ୍କାର ଜବତ
ହାଟଡିହୀ/ଛେନାପଦୀ, ୧୮/୫ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ବାଲି ବ୍ୟବସାୟୀ ଓ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜିଲା ଏସ୍ପି…
ନିଆରା ଢଙ୍ଗରେ କଳାକାର କଲେ ପ୍ରତିବାଦ: ମୃଦଙ୍ଗ, ଝାଞ୍ଜରେ କମ୍ପିଉଠିଲା ବ୍ଲକ ପରିସର
ହାଟଡିହୀ/ଛେନାପଦୀ, ୧୮।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲାର ହାଟଡିହୀ ବ୍ଲକ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ଦେଇଥିବା ଧାରଣା ସୋମବାର ପ୍ରତ୍ୟାହୃତ ହୋଇଛି। ଉପଯୁକ୍ତ ପଦକ୍ଷେପ…
ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…
ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…
ଭାରସାମ୍ୟ ହରାଇ ରାସ୍ତା କଡ ରେଲିଂରେ ଘୋଷାଡିହେଲା ସ୍କୁଟି , ଜୀବନ ଶଙ୍କଟରେ
ନନ୍ଦପୁର, ୧୮।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାର ସେମିଳିଗୁଡା–ହାଣ୍ଡିପୁଟ ସଂଯୋଗୀ ଏମଡିଆର–୫୫ ରାସ୍ତାର ମାରଡ଼ା ବ୍ରିଜ୍ ନିକଟରେ ଥିବା ମୋଡ଼ରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ…
ରଙ୍ଗମଞ୍ଚରେ ପପୁ ପମପମଙ୍କୁ ଦେଖିବା ପାଇଁ ଜମିବ ଭିଡ: ଆଜି ଠାକୁରାଣୀ ଯାତ୍ରାର ଶେଷ ପଟୁଆର
ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ସୋମବାର ହେଉଛି ଶେଷ ପଟୁଆର। ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରୁଛି। ତେଣୁ ବିଭାଗ ପକ୍ଷରୁ…
ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନୀତିନ ନବୀନ: ଏବେଠୁ ରଣନୀତି ପ୍ରସ୍ତୁତ, ଆଗକୁ…
ଜଟଣୀ,୧୮।୫: ଖୋର୍ଦ୍ଧା ଜିଲା ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ୫ଟି ଗୁରୁମନ୍ତ୍ର ଦେଇ ସଂଗଠନକୁ ଆହୁରି ସୁଦୃଢ କରିବାକୁ…
ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ
କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ): କଟକ ବଡମ୍ବାରେ ଯୌନାଙ୍ଗ କାଟି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ । ବଡମ୍ବା ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।…
Archives

