ସରପଞ୍ଚଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ : ଥାନାରେ ଏତଲା, ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୬ା୬(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ସରପଞ୍ଚ ଭୀମସେନ ସାହୁଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଅସମ୍ମାନସୂଚକ ତଥା ଅଶାଳୀନ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଫଟୋ ସହ ଅଶ୍ଳୀଳ ଭାଷାରେ ସମ୍ବୋଧନ କରି ଫେସବୁକ୍‌ରେ ପୋଷ୍ଟ କରିଥିବା କଇଠଡ଼ା ଗ୍ରାମର ଅଜୟ ରେଡ୍ଡୀଙ୍କ ବିରୋଧରେ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସରପଞ୍ଚଙ୍କ ଏତଲାକୁ ଭିତ୍ତିକରି ଦିଗପହଣ୍ଡି ଥାନା ଆଇଆଇସି ଗୌରାଙ୍ଗ ଚରଣ ସାହୁ ଅଭିଯୁକ୍ତଙ୍କ ବିରୋଧରେ କେସ ନଂ ୧୦୫/୧୯ରେ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତ ଅଜୟ ରେଡ୍ଡୀ ତାଙ୍କ ଫେସବୁକ୍‌ ଆଇଡିରେ ବିଭିନ୍ନ ଅଶାଳୀନ ମନ୍ତବ୍ୟ ଦେଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିବା ଆଇଆଇସି ସାହୁ କହିଛନ୍ତି। ଗିରଫ ଭୟରେ ଅଭିଯୁକ୍ତ ଫେରାର ଥିବାରୁ ତାଙ୍କ ମତାମତ ନିଆଯାଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀଦାନ୍ତ ବିକ୍ରି ପାଇଁ ଉଦ୍ୟମ, ୨ ତସ୍କରଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼, ୧୩।୧୨(ଡି.ଏନ୍‌.ଏ.): ହାତୀ ଦାନ୍ତ ଜବତ କରିବା ସହ ଦୁଇ ତସ୍କରଙ୍କୁ ଗିରଫ କରିଛି ରିଆମାଳ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ତିଲେଇବଣି ବ୍ଲକ...

ଫଳ କିଣାକୁ ନେଇ ୨ ଗ୍ରାହକଙ୍କୁ ହାଣିଲେ ଦୋକାନୀ

ଯାଜପୁର ଟାଉନ,୭ା୫(ଡି.ଏନ.ଏ.): ଯାଜପୁର ଥାନା ଅନ୍ତର୍ଗତ ଖଣ୍ଡରା ଛକରେ ଶନିବାର ଜଣେ ଫଳ ଦୋକାନୀଙ୍କ ଆକ୍ରମଣରେ ପୌରାଞ୍ଚଳ ଅନ୍ତର୍ଗତ ବୈଦ୍ୟରାଜପୁରର କେବୁଲ ବ୍ୟବସାୟୀ ସଞ୍ଜିତ୍‌ କୁମାର...

କାମରେ ଆସୁନି ଭ୍ରାମ୍ୟମାଣ ଶୌଚାଳୟ, ଧ୍ୟାନ ଦେଉନି ଏନ୍‌ଏସି

ବୁଗୁଡ଼ା,୩ା୧(ଡି.ଏନ.ଏ.): ବୁଗୁଡ଼ା ସହରର ଦୁଇଟି ସ୍ଥାନରେ ଏନ୍‌ଏସି ପକ୍ଷରୁ ରଖାଯାଇଥିବା ଭ୍ରାମ୍ୟମାଣ ଶୌଚାଳୟ ପ୍ରହସନ ପାଲଟିଛି। ଦେଢ ବର୍ଷରୁ ଊଦ୍ଧର୍‌ବ ହେଲା ଲୋକ ଦେଖାଣିଆ ଥୁଆ...

ନକଲି ଇଞ୍ଜିନ ଅଏଲ ଜବତ: ୫ ଅଟକ

ଗଞ୍ଜାମ,୩ା୧୧(ଡି.ଏନ୍‌.ଏ.): ସହରରେ ନକଲି ସାମଗ୍ରୀ ବିକ୍ରି ଘଟଣା ନୂଆ ନୁହେଁ। ଏହା ପୂର୍ବରୁ ନକଲି ମଦ, ଗୁଟ୍‌ଖା, ଟମାଟୋ ସସ୍‌ ଆଦି ଧରା ପଡ଼ିଥିବା ବେଳେ...

ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୯ା୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରାଠାରେ ରବିବାର ସନ୍ଧ୍ୟାରେ ବିଲରେ ହଳ କରୁଥିବାବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଉକ୍ତ...

ଗାଁରେ ନିଜର ସ୍ବାବ ଟେଷ୍ଟିଂ ପାଇଁ ନମୁନା ଦେବାକୁ ଚାଁହୁଛନ୍ତି କି..

ଛତ୍ରପୁର,୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ସବୁ ବ୍ଲକକୁ ମୋବାଇଲ ସ୍ବାବ ସଂଗ୍ରହ ବୁଥ୍‌ ପଠାଯାଉଛି। ଆବଶ୍ୟକ ଅନୁସାରେ ବିଭିନ୍ନ ବ୍ଲକ ଅଧୀନ ଗାଁଗୁଡ଼ିକୁ ଉକ୍ତ ମୋବାଇଲ ସ୍ବାବ...

ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

କପ୍ତିପଦା,୧ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ କୁଳିଅଳମ ପଞ୍ଚାୟତ ନଛିପୁର ଗ୍ରାମରେ ଜଣେ ଯୁବକ ସେହି ଗ୍ରାମର ଜଣେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା...

କୋଭିଡ୍‌ ଆମ୍ବୁଲାନ୍ସ ବିଲ୍‌ ମିଳୁନି, ଧାରଣାରେ ବସିଲେ ଚାଳକ

ପାତ୍ରପୁର,୧୧ା୬(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକରେ ଲାଗିଥିବା ୨କରୋନା ଆମ୍ବୁଲାନ୍ସର ୫ ସପ୍ତାହ ହେଲା ବିଲ୍‌ ହୋଇନାହିଁ। ଏଥିସହ ଚାଳକଙ୍କୁ ମଧ୍ୟ ଖାଇବା ଖର୍ଚ୍ଚ ଦିଆଯାନାହିଁ। ଏହାର ପ୍ରତିବାଦରେ...

Advertisement
Archives

Model This Week