ସରପଗଡ ଡ୍ୟାମ୍‌ରେ ୨ଟି ଗେଟ୍‌ ଦ୍ୱାରା ଜଳ ନିଷ୍କାସିତ

ଲେଫ୍ରିପଡା,୧୨।୯(ଡି.ଏନ.ଏ) -ଲଘୁଚାପଜନିତ ବର୍ଷାରେ ଲେଫ୍ରିପଡା ବ୍ଲକ୍‌ ଅନ୍ତର୍ଗତ ସରପଗଡ ଡ୍ୟାମ୍‌ରେ ପାଣି ଭର୍ତ୍ତି ହୋଇଛି। ଫଳରେ ଗୁରୁବାର ସକାଳେ ଦୁଇଗୋଟି ଗେଟ୍‌ ଖୋଲାଯାଇ ଇଛାନଦୀ ଦ୍ୱାରା ଜଳ ନିଷ୍କାସନ କରାଯାଉଛି। ଡ୍ୟାମ୍‌ର ଜଳଧାରଣ କ୍ଷମତା ୩୦୭.୫୦ମିଟର ରହିଥିବା ବେଳେ ବର୍ତ୍ତମାନ ୩୦୭.୪୮ମିଟରରେ ଜଳ ସ୍ଥିର ରଖାଯାଇଛି। ଡ୍ୟାମ୍‌ର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଉପରମୁଣ୍ଡରୁ ଡ୍ୟାମ୍‌ ଭିତରକୁ ୭.୯୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ଡ୍ୟାମ୍‌ର ଜଳଧାରଣ କ୍ଷମତାରୁ ଅତ୍ୟଧିକ ପାଣି ହେବାରୁ ସୁରକ୍ଷାକୁ ନେଇ ନଦୀଦ୍ୱାରା ୭.୯୪ କ୍ୟୁସେକ୍‌ ଜଳ ନିଷ୍କାସିତ କରାଯାଉଛି। ଯେତିକି ପାଣି ପ୍ରବେଶ କରୁଛି, ସେତିକି ବାହାର କରାଯାଉଥିବାରୁ ଜଳଭଣ୍ଡାର ଜଳସ୍ଥିର ରହିଛି ବୋଲି ସୁନ୍ଦରଗଡ ଜଳସମ୍ପଦ ବିଭାଗର ବିଭାଗୀୟ ଯନ୍ତ୍ରୀ ଅଶ୍ୱିନୀ କୁମାର ପଟେଲ ସୂଚନା ପ୍ରଦାନ କରିଛନ୍ତି। ବିଭାଗ ପକ୍ଷରୁ ପୂର୍ବରୁ ତଳିଆ ଅଞ୍ଚଳର ଜନସାଧାରଣଙ୍କୁ ସତର୍କ, ସଚେତନ କରାଯାଇ ଗେଟ୍‌ ଖୋଲାଯାଇଥିଲା। ଡ୍ୟାମ୍‌ରୁ ଜଳ ଛଡାଯିବା ଦୃଶ୍ୟ ଦେଖିବା ପାଇଁ ଅଞ୍ଚଳର ଜନସାଧାରଣଙ୍କ ବେଶ୍‌ ଗହଳି ଲାଗି ରହିଥିଲା। ଜଳ ନିୟନ୍ତ୍ରଣ ସକାଶେ ଜଳସମ୍ପଦ ବିଭାଗର ଉପନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପ୍ରଧାନ, ସହକାରୀ ଯନ୍ତ୍ରୀ ଅଶ୍ୱିନୀ କୁମାର ପଟେଲ, କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ସା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ରୁ ୫୫ ହଜାର ଟଙ୍କା, କାର୍ଡ ଚୋରି

ଗୁଣପୁର,୧୩ା୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ସହର ବିକ୍ରମପୁର ସ୍ଥିତ ଏସ୍‌ବିଆଇର ଏକ ଏଟିଏମ୍‌ରୁ ଜଣେ ବ୍ୟକ୍ତିଙ୍କ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ସମୟର...

ଏସ୍‌ସିବିରେ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ

କଟକ ଅଫିସ,୬।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍‌ସିବି)ରେ ଚଳିତ ବର୍ଷର ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ ହୋଇଛି। ହସ୍ପିଟାଲର ସ୍ବତନ୍ତ୍ର...

ଶ୍ରୀମନ୍ଦିର ହେରିଟେଜ କରିଡ଼ର: ଦିଅଁଙ୍କ ବାହାର ବିଜେ ପାଇଁ ସ୍ବତନ୍ତ୍ର ପରିକ୍ରମା ମାର୍ଗ

ପୁରୀ ଅଫିସ,୧୧ା୧: ଶ୍ରୀମନ୍ଦିର ପରମ୍ପରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବରୁ ଯେଉଁପରି ଭାବେ ସିଂହଦ୍ୱାର ସମ୍ମୁଖରେ ତିନିରଥ ରହୁଥିଲେ ଏବଂ ମହାପ୍ରଭୁ ରଥାରୂଢ଼ ହେବା...

ଦେଢ଼ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ନୟାଗଡ଼ ଅଫିସ,୧୮।୧୨: ନୟାଗଡ଼ ଜିଲା ଅବକାରୀ ବିଭାଗ ସିନ୍ଦୁରିଆ ବ୍ୟାଙ୍କ ଛକରେ ଶୁକ୍ରବାର ଚଢ଼ାଉ କରିଛି। ଚଢ଼ାଉରେ ପୋଲିସ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିବା...

ପରିବା କିଣିବାକୁ ଆସିଥିବା ବ୍ୟକ୍ତିଙ୍କୁ ଚାପିଦେଲା ଟ୍ରକ୍‌

ଚୌଦ୍ୱାର,୧ା୧୦: ୫୫ ନଂ. ଜାତୀୟ ରାଜପଥ ମଙ୍ଗୁଳିଠାରୁ ଧୂମାବତୀ ପର୍ଯ୍ୟନ୍ତ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱ ଖୋଳାଯାଇ ଥିବାବେଳେ ଅତ୍ୟନ୍ତ...

ଗଞ୍ଜାମରେ ଘରକୁ ଘର ବୁଲି କରାଯିବ ସ୍ବାସ୍ଥ୍ୟ ଯାଞ୍ଚ: ସାରୁ ଗ୍ରାମରୁ ଆରମ୍ଭ, ଉପସ୍ଥିତ ରହିଲେ ଜିଲାପାଳ

ହିଞ୍ଜିଳିକାଟୁ, ୯ା୪(ଡି.ଏନ୍‌.ଏ) : ରାଜ୍ୟରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲାକୁ ନେଇ ଲୋକଙ୍କ ସ୍ବାସ୍ଥ୍ୟ ନିରୀକ୍ଷଣ ପ୍ରଣାଳୀକୁ ଘରକୁ ଘର...

ମୁଖ୍ୟ ଚିକିତ୍ସାଳୟରୁ ରୋଗୀ ଗାଏବ

ଅନୁଗୋଳ ଅଫିସ୍‌, ୧୫।୩ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଯକ୍ଷ୍ମା ୱାର୍ଡରୁ ଜଣେ ରୋଗୀ ଶୁକ୍ରବାର ରାତି ସାଢ଼େ ୧୦ଟାରେ କେଉଁ ଆଡ଼େ ଚାଲିଯାଇଥିବା...

କଳ୍ପନା, ବବ୍‌ଲି ହତ୍ୟାକାଣ୍ଡ: ଆଜି ପ୍ରକାଶ ପାଇବ ରାୟ

ଝାରସୁଗୁଡ଼ା ଅଫିସ,୨।୪: ବହୁଚର୍ଚ୍ଚିତ ମା’ ଝିଅ କଳ୍ପନା ଓ ବବ୍‌ଲି ହତ୍ୟାକାଣ୍ଡ ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ବିଧାୟକ ଅନୁପ ସାଏ ୨ ବର୍ଷ ହେଲା...

Advertisement
Archives

Model This Week