Posted inଫୁରସତ

ସରନେମ୍‌ ବ୍ୟବହାର ପାଇଁ ବିବାହରେ କଏନ୍‌ ଟସ୍‌ କଲେ ଦମ୍ପତି…

ସାଧାରଣତଃ ବିବାହ ପରେ ସ୍ବାମୀଙ୍କ ସରନେମ୍‌ ସ୍ତ୍ରୀମାନେ ବ୍ୟବହାର କରିଥାନ୍ତି। ତେବେ ନିକଟରେ ଫ୍ଲୋରିଡ଼ାରେ ଏକ ରୋଚକ ଘଟଣା ଘଟିଛି। କନ୍ୟାବର ବିବାହ କରିବାକୁ ଚର୍ଚ୍ଚରେ ପହଞ୍ଚିଥିଲେ। ସେଠାରେ ବିବାହ ପରେ କିଏ କାହାର ସରନେମ୍‌ ବ୍ୟବହାର କରିବ ସେ ନେଇ କଏନ୍‌ ଟସ୍‌ କରାଯାଇଥିଲା। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବିବାହ କରିବାକୁ ଚର୍ଚ୍ଚରେ ପହଞ୍ଚିଥିବା ବର ଜେଫ୍‌ କୋନ୍‌ଲେ ଏବଂ କନ୍ୟା ଡାର୍ସୀ ଓ୍ବାର୍ଡ ଏପରି କରିଛନ୍ତି। ବିବାହ ପରେ କାହାର ସରନେମ୍‌ ବ୍ୟବହାର କରାଯିବ ସେନେଇ ଏକ କଏନ୍‌ର ଉଭୟ ପାର୍ଶ୍ୱରେ ଡାର୍ସୀ ଏବଂ ଜେଫ୍‌ ଲେଖାଯାଇ ଏହାକୁ ଟସ୍‌ କରାଯାଇଥିଲା। ଏଥିରେ ଫଳାଫଳ ଭାବେ ଡାର୍ସୀଙ୍କ ସରନେମ୍‌ ଆସିଥିଲା। ତେଣୁ ନବବିବାହିତ ଯୋଡ଼ା ସେମାନଙ୍କ ସରନେମ୍‌ରେ ଡାର୍ସୀ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଉପସ୍ଥିତ ବନ୍ଧୁବାନ୍ଧବ ଓ ପରିବାର ବର୍ଗ ସେମାନଙ୍କୁ ମିଷ୍ଟର ଓ ମିଷ୍ଟ୍ରେସ୍‌ ଡାର୍ସୀ ଭାବେ ଅଭିନନ୍ଦନ ଜଣାଇଥିଲେ। ଜେଫ୍‌ ଫ୍ଲୋରିଡ଼ା କଲେଜରେ ଅର୍ଥଶାସ୍ତ୍ର ପ୍ରଫେସର ଭାବେ କାର୍ଯ୍ୟ କରୁଥିବାବେଳେ ଡାର୍ସୀ ଜଣେ ନର୍ସ ଭାବରେ ସ୍ଥାନୀୟ ହସ୍ପିଟାଲରେ ଲୋକଙ୍କ ସେବା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ରାଷ୍ଟ୍ରପତିଙ୍କ ମାସିକ ଦରମା କେତେ ଜାଣନ୍ତି: ଅବସର ପରେ ମିଳେ ଅନେକ କିଛି ସୁବିଧା

ଭାରତର ରାଷ୍ଟ୍ରପତି ଦେଶର ମୁଖ୍ୟ ହେବା ସହିତ ପ୍ରଥମ ନାଗରିକ ମଧ୍ୟ ଅଟନ୍ତି। ରାଷ୍ଟ୍ରପତି ମଧ୍ୟ ଭାରତୀୟ ସଶସ୍ତ୍ର ବାହିନୀର ସେନାଧ୍ୟକ୍ଷ ଅଟନ୍ତି। ଭାରତରେ ରାଷ୍ଟ୍ରପତି...

ସର୍ପ ଦଂଶନ କରାଇ ପତ୍ନୀଙ୍କୁ ମାରିବା ଅଭିଯୋଗରେ ପତି ଗିରଫ

କୋଲ୍ଲମ,୨୬।୫: କେରଳର କୋଲ୍ଲମରେ ସର୍ପ ଦଂଶନ କରାଇ ପତ୍ନୀଙ୍କୁ ମାରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସର କହିବା ମୁତାବକ ଘଟଣାଟି ମେ’୬ରେ...

ଆପୋଲୋ-୧୧ ମିଶନ୍‌ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଦର୍ଶନୀ

ଓ୍ବାଶିଂଟନ୍‌: ଆପୋଲୋ-୧୧ ଚନ୍ଦ୍ରପୃଷ୍ଠକୁ ଜୁଲାଇ ୧୬,୧୯୬୯ ମସିହାରେ ତିନି ଜଣ ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ, ଏଡ୍‌ଓ୍ବିନ୍‌ ଆଲ୍‌ଡ୍ରିନ୍‌ ଓ ମାଇକେଲ୍‌ କୋଲିନ୍‌ଙ୍କୁ ନେଇ ଯାଇଥିଲା। ଏହା...

ଟ୍ରାଫିକ୍‌ ଜାମ୍‌ରେ ଫସିଯାଇଥିଲେ ଡାକ୍ତର, ରୋଗୀଙ୍କ ଜୀବନ ବଞ୍ଚାଇବାକୁ ୩ କିମି ଦୌଡିଲେ

ବେଙ୍ଗାଲୁରୁ,୧୨।୯: ବେଙ୍ଗାଲୁରୁର ଜଣେ ଡାକ୍ତର ସେବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଟ୍ରାଫିକ ଜାମ୍‌ରେ ଅଟକି ଯାଇଥିବା ଏହି ଡାକ୍ତର ଜଣଙ୍କ ରୋଗୀଙ୍କ ଜୀବନ...

କାର୍‌ ଥିମ୍‌ ହୋଟେଲ: ଭି ୮

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଥିମ୍‌ରେ ହୋଟେଲ୍‌ କରାଯାଉଛି। ଜର୍ମାନୀ, ଷ୍ଟଟଗାର୍ଟସ୍ଥ ଏକ ହୋଟେଲରେ ବି ସେମିତି କିଛି କରାଯାଇଛି। ଏଠାକାର ଭି୮ ନାମକ...

ଏଠାରେ ଟାଟୁ କଲେ ଦେବାକୁ ପଡ଼େ ଟ୍ୟାକ୍ସ

ଦୁନିଆର ପ୍ରାୟ ପ୍ରତ୍ୟେକ ଦେଶ ନିଜ ଲୋକଙ୍କଠାରୁ ଟ୍ୟାକ୍ସ ନେଇଥାଏ। ଏହି ଟ୍ୟାକ୍ସର ବ୍ୟବହାର ଦେଶର ଭବିଷ୍ୟତ ପାଇଁ ଅଧିକ ଖର୍ଚ୍ଚ ହୋଇଥାଏ। ଭାରତରେ ରାସ୍ତାର...

ମଣିଷ ମୁହଁପରି ଦେଖାଯାଉଥିବା ପର୍ସ

ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ସବୁବେଳେ ନୂଆ ଜିନିଷ ବିକଷିତ ହେଉଛି। ବଜାରକୁ ଆସୁଥିବା କିଛି ନୂଆ ଜିନିଷ ଭଲ ଆଗୁଥିବା ବେଳେ ଆଉ କିଛି ଅଜବ...

ସ୍କୁଲ ଫି’ ଭରଣା ପାଇଁ ୪ ମାସରେ ୩୧ ହଜାର କିମି ସାଇକେଲ୍‌ ଚଳାଇଲେ ଛାତ୍ର

୪ ମାସରେ ୩୧ ହଜାର କିମି ସାଇକେଲ୍‌ ଚଳାଇ କାନାଡାର ସାସ୍କାଟୁନ୍‌ ସହରର ୧୬ ବର୍ଷୀୟ ଛାତ୍ର ବ୍ୟାଉଲିଙ୍ଗ୍‌ ଟୋନି ଘରକୁ ଫେରିଛନ୍ତି। ତାଙ୍କର ଏହି...

Advertisement
Archives

Model This Week