Posted inଫୁରସତ

ସରନେମ୍‌ ବ୍ୟବହାର ପାଇଁ ବିବାହରେ କଏନ୍‌ ଟସ୍‌ କଲେ ଦମ୍ପତି…

ସାଧାରଣତଃ ବିବାହ ପରେ ସ୍ବାମୀଙ୍କ ସରନେମ୍‌ ସ୍ତ୍ରୀମାନେ ବ୍ୟବହାର କରିଥାନ୍ତି। ତେବେ ନିକଟରେ ଫ୍ଲୋରିଡ଼ାରେ ଏକ ରୋଚକ ଘଟଣା ଘଟିଛି। କନ୍ୟାବର ବିବାହ କରିବାକୁ ଚର୍ଚ୍ଚରେ ପହଞ୍ଚିଥିଲେ। ସେଠାରେ ବିବାହ ପରେ କିଏ କାହାର ସରନେମ୍‌ ବ୍ୟବହାର କରିବ ସେ ନେଇ କଏନ୍‌ ଟସ୍‌ କରାଯାଇଥିଲା। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବିବାହ କରିବାକୁ ଚର୍ଚ୍ଚରେ ପହଞ୍ଚିଥିବା ବର ଜେଫ୍‌ କୋନ୍‌ଲେ ଏବଂ କନ୍ୟା ଡାର୍ସୀ ଓ୍ବାର୍ଡ ଏପରି କରିଛନ୍ତି। ବିବାହ ପରେ କାହାର ସରନେମ୍‌ ବ୍ୟବହାର କରାଯିବ ସେନେଇ ଏକ କଏନ୍‌ର ଉଭୟ ପାର୍ଶ୍ୱରେ ଡାର୍ସୀ ଏବଂ ଜେଫ୍‌ ଲେଖାଯାଇ ଏହାକୁ ଟସ୍‌ କରାଯାଇଥିଲା। ଏଥିରେ ଫଳାଫଳ ଭାବେ ଡାର୍ସୀଙ୍କ ସରନେମ୍‌ ଆସିଥିଲା। ତେଣୁ ନବବିବାହିତ ଯୋଡ଼ା ସେମାନଙ୍କ ସରନେମ୍‌ରେ ଡାର୍ସୀ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଉପସ୍ଥିତ ବନ୍ଧୁବାନ୍ଧବ ଓ ପରିବାର ବର୍ଗ ସେମାନଙ୍କୁ ମିଷ୍ଟର ଓ ମିଷ୍ଟ୍ରେସ୍‌ ଡାର୍ସୀ ଭାବେ ଅଭିନନ୍ଦନ ଜଣାଇଥିଲେ। ଜେଫ୍‌ ଫ୍ଲୋରିଡ଼ା କଲେଜରେ ଅର୍ଥଶାସ୍ତ୍ର ପ୍ରଫେସର ଭାବେ କାର୍ଯ୍ୟ କରୁଥିବାବେଳେ ଡାର୍ସୀ ଜଣେ ନର୍ସ ଭାବରେ ସ୍ଥାନୀୟ ହସ୍ପିଟାଲରେ ଲୋକଙ୍କ ସେବା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ସାତ ବର୍ଷର ନାବାଳିକାଙ୍କୁ ବଳାତ୍କାର; ଚିତ୍କାର ଶୁଣି ଭାଇ ଆସିବା ପରେ….

ଦେବଗଡ଼,୧।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ…

କେତେ ସମ୍ପତ୍ତିର ମାଲିକ ଲିଓନେଲ ମେସି? ଜାଣନ୍ତୁ ବିରାଟ-ରୋହିତଙ୍କ ତୁଳନାରେ ସେ କେତେ ଧନୀ

ନୂଆଦିଲ୍ଲୀ,୧।୯: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଗଣାଯାଉଥିବା ଆର୍ଜେଣ୍ଟିନାର ଲିଓନେଲ ମେସି ସୋମବାର (ଅଗଷ୍ଟ 31) ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ମେସି ସୋସିଆଲ…

୩ରୁ ଭୁବନେଶ୍ୱରରେ ଆରମ୍ଭ ହେବ ଭୋଟର ସର୍ଭେ

ଭୁବନେଶ୍ୱର,୧।୯(ସୁନିତ୍‌ ମିଶ୍ର): ରାଜ୍ୟରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ବଚ୍ଛ ଏବଂ ନିର୍ଭୁଲ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର…

ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଗଞ୍ଜାମ ଜିଲା କଳାକାର, ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲା ସାଂସ୍କୃତିକ କଳା

ଛତ୍ରପୁର,୧।୯(ଦିଲ୍ଲୀପ ସାମଲ) : ଜିଲା ଏବଂ ସମଗ୍ର ରାଜ୍ୟର ଗୌରବମୟ ଇତିହାସର ଆଦିବାସୀ ଏବଂ ଲୋକନୃତ୍ୟ ଉପସ୍ଥାପନାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲେ ଗଞ୍ଜାମ ଜିଲାର…

BRICSରେ ବିଶ୍ୱକୁ ଆଶ୍ଚର୍ଯ୍ୟ କରିବାକୁ ପ୍ରସ୍ତୁତ ଭାରତ- ଏହା ସଫଳ ହେବ କି? ଜାଣନ୍ତୁ…

ନୂଆଦିଲ୍ଲୀ,୧।୯: ବ୍ରିକ୍ସ ସମ୍ମିଳନୀରେ, ଭାରତ ସମସ୍ତ ପ୍ରମୁଖ ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହମତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଭାରତ ଲକ୍ଷ୍ୟ ରଖିଛି ଯେ ଶିଖର…

ବିପଦରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ପଦବୀ? BCCI ବଡ଼ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ,୧।୯: ଅଜିତ ଆଗରକର ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଭାବରେ ରହିବେ କି ନାହିଁ ସେ ବିଷୟରେ BCCI ଖୁବ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେବାକୁ…

ରାହୁଲ ହେବେ ପ୍ରଧାନମନ୍ତ୍ରୀ! ହେଲେ କିଏ ବାଛିଲା ତାଙ୍କୁ? ଜାଣନ୍ତୁ କଂଗ୍ରେସର ଏହି ଦାବି ସମ୍ପର୍କରେ

ନୂଆଦିଲ୍ଲୀ,୧।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମେଣ୍ଟର ପ୍ରାର୍ଥୀ ଘୋଷଣା କରାଯାଇଛି। ତାମିଲନାଡୁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ (ସିଏଲପି)ର ନେତା…

ଭେନେଜୁଏଲା ତୈଳ

ଭନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮ ମାସ ତଳେ ଆମେରିକା ସେନା ଉଠାଇ ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri