Posted inଜାତୀୟ

ସରକାର ଗଠନ ଦାବି ଜଣାଇଲେ ଜଗନ୍‌ମୋହନ

ହାଇଦ୍ରାବାଦ,୨୬ା୫(ପି.ଟି.): ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ଶନିବାର ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହଙ୍କୁ ଭେଟି ଆନ୍ଧ୍ରରେ ସରକାର ଗଠନ ଲାଗି ଦାବି ଜଣାଇଛନ୍ତି। ଏହା ପୂର୍ବରୁ ବିଜୟଓ୍ବାଡାରେ ନବନିର୍ବାଚିତ ଓ୍ବାଇଏସ୍‌ଆର୍‌ସି (ଯୁବଜନ ଶ୍ରମିକ ରିଥୁ କଂଗ୍ରେସ) ବିଧାୟକ ଦଳର ବୈଠକ ବସି ଜଗନଙ୍କୁ ସର୍ବସମ୍ମତିକ୍ରମେ ଏହାର ନେତା ନିର୍ବାଚିତ କରାଯାଇଥିଲା। ସେଠାରୁ ସେ ବିମାନ ଯୋଗେ ହାଇଦ୍ରାବାଦ ଯାଇ ଅପରାହ୍ନ ୪ଟା ୩୦ ମିନିଟରେ ରାଜ୍ୟପାଳଙ୍କୁ ଭେଟିଥିଲେ। ଏହା ପରେ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିବା ଜଣାପଡିଛି। ୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭାରେ ଓ୍ବାଇଏସ୍‌ଆର କଂଗ୍ରେସ ୧୫୧ ଆସନରେ ବିଜୟୀ ହୋଇଥିବା ବେଳେ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଶୋଚନୀୟ ପରାଜୟବରଣ କରିଛି। ନେତା ନିର୍ବାଚିତ ହେବା ପରେ ଜଗନ୍‌ମୋହନ ବିଧାୟକମାନଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ମେ ୩୦ରେ ଇନ୍ଦିରା ଗାନ୍ଧୀ ମ୍ୟୁନିସିପାଲ ଷ୍ଟାଡିୟମରେ ଜଗନ୍‌ମୋହନଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାକ୍ସିନ ଚ୍ୟାଲେଞ୍ଜ:୧୩୦ କୋଟି ଭାରତୀୟଙ୍କୁ ଟିକା ଦେବା ପାଇଁ ସରକାର କେତେ ପ୍ରସ୍ତୁତ

ଟିକାକରଣ ଭାରତ ପାଇଁ ନୂଆ ନୁହେଁ। ତେବେ ଦେଶର ୧୩୦ କୋଟି ଲୋକଙ୍କୁ ବ୍ୟବସ୍ଥିତ ଢଙ୍ଗରେ କୋଭିଡ୍‌-୧୯ ଭାକ୍ସିନ ଦେବା ନିଶ୍ଚିତ ଭାବେ ଏକ ବଡ଼...

ବାଲାକୋଟ୍‌ ଷ୍ଟ୍ରାଇକ୍‌ ପରେ ଭାରତ ସୀମାରେ ପ୍ରବେଶ କରିନି ପାକିସ୍ତାନ ବିମାନ: ଧନୋଓ୍ବା

ନୂଆଦିଲ୍ଲୀ, ୨୪।୬: ବାଲାକୋଟ ଷ୍ଟ୍ରାଇକ୍‌ ପରେ ଫେବୃୟାରୀ ୨୭ରେ ଭାରତୀୟ ସୀମାରେ ପାକିସ୍ତାନ ଯୁଦ୍ଧ ବିମାନ ପ୍ରବେଶ କରି ନ ଥିଲା ବୋଲି ଏୟାର ଚିଫ୍‌...

ଧଳା ରଙ୍ଗର ପୋଷାକରେ ଉଭୟ ମେଲାନିଆ, ଇଭାଙ୍କା

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଟ୍ରମ୍ପଙ୍କ ସହ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ...

୨୫୧ ଟଙ୍କିଆ ଫୋନ୍‌ କମ୍ପାନୀ ମାଲିକ ଗିରଫ

ନୋଏଡା, ୧୩ା୧: ମାତ୍ର ୨୫୧ ଟଙ୍କାରେ ସ୍ମାର୍ଟଫୋନ୍‌ ବିକ୍ରି କରିବାକୁ କହି ଚର୍ଚ୍ଚାକୁ ଆସିଥିବା ମୋହିତ ଗୋଏଲଙ୍କୁ ପୋଲିସ ରବିବାର ଗିରଫ କରିଛି। ତାଙ୍କ ନାମରେ...

ଦୁଷ୍ୟନ୍ତଙ୍କ ପାଇଁ ଖୁସି ଖବର: ଅଜୟଙ୍କୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ଭାଜପାକୁ ସମର୍ଥନ ଦେବାର ୨୪ ଘଣ୍ଟା ନ ପୁରୁଣୁ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତଙ୍କ ପାଇଁ ଆସିଛି ଖୁସି ଖବର। ତିହାର...

ପ୍ରେମିକାକୁ ହତ୍ୟା କରିବା ପୂର୍ବରୁ ଇଣ୍ଟରନେଟ୍‌ରୁ ବନ୍ଧୁକ ତିଆରି କଳା ଶିଖିଥିଲେ ପ୍ରେମିକ

କୋଲକାତା, ୨୧।୬- ପ୍ରଥମେ ଇଣ୍ଟରନେଟ୍‌ରୁ ବନ୍ଧୁକ ତିଆରି କରିବା କଳା ଶିଖିଲେ। ଏହାପରେ ନିଜେ ପ୍ରସ୍ତୁତ କରିଥିବା ସେହି ହାତ ତିଆରି ବନ୍ଧୁକରେ ପୂର୍ବତନ ପ୍ରେମିକାଙ୍କୁ...

ପରଲୋକରେ ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦା

ମୁମ୍ବାଇ,୧୪।୧: ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ କର୍କଟ ରୋଗରେ...

ଶିବଙ୍କ ରାଜ୍ୟରେ ସିନ୍ଧିଆ ସରକାର: ନୂଆ ଟିମ୍‌ରେ ସିନ୍ଧିଆ ଗୋଷ୍ଠୀର ୯ ମନ୍ତ୍ରୀ

ଭୋପାଳ, ୨।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହୋଇଛି। ୨୮ ଜଣ ନୂଆମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ୭...

Advertisement
Archives

Model This Week