ସରକାରୀ ସାହାଯ୍‌ରୁ ବଁଚିତ୍‌ ଦିବ୍ୟାଙ୍ଗ ଭାଇବହେନ୍‌

କୋକସରା, ୨୨।୬, (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଦିବ୍ୟାଙ୍ଗମାନକର ସୁବିଧା ଆର ତାହାକୁ ସମାଜର ମୁଖିଆ ଧାରରେ ସାମିଲ କରବାର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ସରକାରୀ ଅଧ୍‌କାରୀ, କରମଚାରୀକର ଅବହେଲାର ଲାଗି ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଲା ଗଁାରେ।
ସୂଚନା ଅନ୍‌ସାରେ କାଉଡ଼ୋଲା ଗଁାର ନିଳାମ୍ବର ରାଉତକଁର ପୁଓ ମକରନ୍ଦ ରାଉତ(୧୯) ଆର ଝି’ ଭୂମିସୂତା ରାଉତ(୧୭)। ଉଭଏ ଭାଇ ବହେନ୍‌ ଜନ୍‌ମୁ ଦିବ୍ୟାଙ୍ଗ। ହେଲେ ମକରନ୍ଦକୁଁ ଦିବ୍ୟାଙ୍ଗ ଭତା ମିଲୁଥିଲାବେଲେ ଭୂମିସୂତା ଭତାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ଅନେକ ଦିନୁ ଭୂମିସୂତାକଁର ଭିନ୍ନକ୍ଷମ ପରମାନପତର ଲାଗି ଆବେଦନ କରି ନିରାଶ ହେଇଛନ୍‌। ଇଆଡ଼େ ଘରର ପରିସ୍ଥିତି ଏତେ ଭଲ ନୁହେ, ଝନେ ମୁନୁଷର କମାନିରେ ପରିବାରଟା ଆଶ୍‌ରେ କରି ଚାଲୁଛେ। ସରକାରୀ ସାହାଯ୍‌ କହେଲେ ରାଶନ କାର୍ଡରେ ମିଲୁଥିବାର ଚାଉକେ ଛାଡ଼ିଦେଲେ ପରିବାରଟା ବାକି କେହେନ୍‌ସି ପରକାର ସରକାରୀ ସୁବିଧା ନାଇଁ ପାଏବାର। ମକରନ୍ଦ ଆର ଭୂମିସୂତା ଦିନୁଦିନ୍‌କେ ଯେତେ ବଡ଼ ହେଉଛନ୍‌ ତାକର ଶରୀର ଆହୁରି ଦୁରବଲ ହେତେଲ ଯାଉଛେ। ଏନ୍‌ତାଥି ପରିବାରର ଲୁକ୍‌କର ବି ଚିନ୍‌ତା ବଢ଼ି ବଢ଼ି ଯାଉଛେ। ଇଆଡ଼େ ଫିଦିନ ସଖାଲ ପାଏଲେ ବାହା ଜାଂଗଲ ମାଜଲେ ଯାଇ ଘରର ଚୁଲି ଜଲୁଥିଲାବେଲେ ଉଭଏକଁର ଚିକିସତ୍ା ଲାଗି ଟଁକା କାହିଁ ବଲି କହିଛନ୍‌ ନିଲାମ୍ବର। ଭୂମିସୂତାକୁଁ ଦିବ୍ୟାଙ୍ଗ ଭତା, ଉଭଏକଁର ଚିକିସତ୍ା ଲାଗି ସରକାରୀ ସାହାଯ୍‌ ଯୁଗେଇ ଦେବାକେ ପରିବାର ଲୋକ୍‌ ଆର ଗଁାବାସୀ ଗଣମାଧ୍ୟମ ଜରିଆରେ ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧ୍‌କାରୀ ଦୀପକ କୁମାର ବେହେରାକୁଁ ପଚରାଲାରୁ ଦିବ୍ୟାଙ୍ଗ ମକରନ୍ଦ ଭତା ପାଉଛନ୍‌ ଆର ଭୂମିସୂତା ଭିନ୍ନକ୍ଷମ ପରମାନପତର ଅଭାବୁ ଯୋଜନାରୁ ବାଦ୍‌ ପଡ଼ିଛନ୍‌। ହେଲେ ଆଏବାର ଦିନେ ତାହାକୁ ବି ଯୋଜନାରେ ସାମିଲ କରବାର ଚେଷ୍‌ଟା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri