ସରକାରୀ ସହାୟତା ଦାବିକଲେ ଗାଡ଼ିଚାଳକ, ହେଲ୍‌ପର

ଦିଗପହଣ୍ଡି,୯ା୫(ଡି.ଏନ୍‌.ଏ.) : କରୋନା ପ୍ରତିହତ ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ସମସ୍ତେ ପ୍ରଭାବିତ ହୋଇଛନ୍ତି। ଦିଗପହଣ୍ଡି ଅଞ୍ଚଳରେ ଥିବା ଗାଡ଼ିଚାଳକ ଓ ହେଲପରମାନେ ନାନା ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି। ତେଣୁ ସେମାନଙ୍କୁ ସରକାରୀ ସହାୟତା ନିମନ୍ତେ ଶ୍ରମିକ ସଙ୍ଗଠନ ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ (ଏଆଇଟିୟୁସି) ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର ଦାବି କରିଛନ୍ତି। ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ନିକଟ ଶ୍ରମିକ ସଙ୍ଗଠନ ଏଆଇଟିୟୁସି କାର୍ଯ୍ୟାଳୟରୁ ସ୍ଥାନୀୟ ଖେମୁଣ୍ଡି ମିନିବସ୍‌ ଗାଡି ଚାଳକ ଓ ହେଲପର ସଂଘର ସମସ୍ତ କର୍ମକର୍ତ୍ତା, ସଦସ୍ୟ ନିରବ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ସାମାଜିକ ଦୂରତ୍ୱ ଅବଲମ୍ବନ ପୂର୍ବକ ସେମାନେ ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କୁ ସାକ୍ଷାତ କରି ସରକାରୀ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ପରେ ରାଜ୍ୟ ବିଧାନସଭା ବାଚସ୍ପତି, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ଗଞ୍ଜାମ ଜିଲାପାଳ,ବ୍ରହ୍ମପୁର ଉପଜିଲାପାଳ, ଦିଗପହଣ୍ଡି ବିଡିଓ, ଏନ୍‌ଏସି ନିର୍ବାହୀଅଧିକାରୀଙ୍କୁ ସ୍ମାରକପତ୍ରର ଅବିକଳ ନକଲ ଡାକ ଯୋଗେ ପ୍ରେରଣ କରାଯାଇଥିବା ନେଇ ଗାଡ଼ିଚାଳକ ଓ ହେଲପର ସଂଘର ସମ୍ପାଦକ ହରିକୃଷ୍ଣ ଗୌଡ଼, କର୍ମକର୍ତ୍ତା ଗୋବିନ୍ଦ ନନ୍ଦ, ସନ୍ତୋଷ ବେହେରା, ସୁରେନ୍ଦ୍ର ସାହୁ, ମନୋଜ ଗୌଡ଼ ପ୍ରମୁଖ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ଗସ୍ତରେ ୫ଟି ସଚିବ

କେସିଙ୍ଗା,୩୧।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଶନିବାର ସକାଳେ ଉତକେଲାଠାରେ ଅବତରଣ କରି ପ୍ରଥମେ ଏୟାରଷ୍ଟ୍ରିପର ସମୀକ୍ଷା କରିଥିଲେ। ପରେ ଭବାନୀପାଟଣା...

ଦୁର୍ଦ୍ଦଶାରେ ପଶ୍ଚିମବାର୍ଡ ପଞ୍ଚାୟତବାସୀ

ଜଳେଶ୍ୱର,୨୬ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ୨୮ ପଞ୍ଚାୟତର ୧୪୯ ଗାଁ ଜଳବନ୍ଦୀ ହୋଇଥିବା ବେଳେ ପଶ୍ଚିମବାର୍ଡ ପଞ୍ଚାୟତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ହଜାର ହଜାର...

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ବ୍ରହ୍ମପୁର ଅଫିସ,୧୨।୪: କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ ହୋଇଛି ବ୍ରହ୍ମପୁର ଟାଉନ ଥାନାରେ। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ...

କଟକରୁ ଆଜି ଆଉ ୨୨୭ ପଜିଟିଭ ଚିହ୍ନଟ

କଟକ ଅଫିସ,୩୦।୯-କଟକ ସହରରୁ ଆଜି ଆଉ ୨୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୨୯ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୯୮...

ହାତୀ ଘଉଡ଼ାଇବାକୁ ଯାଇ ହାବୁଡ଼ରେ ପଡ଼ିଗଲେ

ଭଞ୍ଜନଗର,୧୬ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ବାରଦଣ୍ଡାର ଜଣେ ଚାଷୀ ଗୁରୁବାର ରାତିରେ ହାତୀ ଘଉଡ଼ାଇବାକୁ ଯାଇ ଆହତ ହୋଇଛନ୍ତି।...

ଘାରିଛି ରେକର୍ଡ ନିଶା: ୩୦୦ ମିଟର ହାତରେ ଚାଲିଲେ ଯୁବକ

ଖୋର୍ଦ୍ଧା ଅଫିସ,୩।୧୧:ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଅସରଳା ପଞ୍ଚାୟତ ମାଗୁରା ଗଁାର ସୌଭାଗ୍ୟ ବରାଡ ରେକର୍ଡ କରିବା ପାଇଁ ୩୦୦ ମିଟର ହାତରେ ଚାଲିଛନ୍ତି। ଆଗକୁ...

ସୁନା, ରୁପା ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ଜୁନାଗଡ଼,୧୦।୩: କଳାହାଣ୍ଡି ଜିଲା ଜୁନାଗଡ଼ ସହର କଲମପୁରଛକ ନିକଟ ଏକ ଜୁଏଲର୍ସରୁ ବୁଧବାର ଦିନ ଦ୍ୱିପ୍ରହରେ ସୁନା ଓ ରୁପା ଭର୍ତ୍ତି ବ୍ୟାଗକୁ ଦୁର୍ବୃତ୍ତମାନେ ଲୁଟି...

ଚାଷୀଙ୍କୁ ସ୍ବଳ୍ପକାଳୀନ ଋଣ ଯୋଗାଣ ନେଇ ଆଲୋଚନା

ଭଦ୍ରକ ଅଫିସ,୨୨ା୪- କରୋନା ଭୂତାଣୁ ସଂକ୍ରମଣ ଜନିତ ଜିଲାର ଚାଷୀମାନଙ୍କ କ୍ଷେତ୍ରରେ ଘଟିଥିବା ଆର୍ଥକ ଦୁର୍ବଳତା ଯୋଗୁଁ ସେମାନଙ୍କୁ ସ୍ବଚ୍ଛଳ କରିବା ସହିତ ଚାଷ କାମରେ...

Advertisement
Archives

Model This Week