ସରକାରୀ ଯୋଜନା ବାଟବଣା: ବିଧବା,ବୃଦ୍ଧାବୃଦ୍ଧଙ୍କୁ ମିଳୁନି ସାମାଜିକ ନିରାପତ୍ତା

ରସୁଲପୁର,୮।୩(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜନା କରିଛନ୍ତି। ଏସବୁ ଯୋଜନାରୁ ଅଧିକାଂଶ ଗରୀବ, ଖଟିଖିଆ, ଦିନମଜୁରିଆଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ହେଲେ ସେସବୁ ଯୋଜନା ବାସ୍ତବ କ୍ଷେତ୍ରରେ ରୂପାୟନ ହେବାପୂର୍ବରୁ ବାଟବଣା ହୋଇଯାଉଛି। ଏଭଳି ଚିତ୍ର ଯାଜପୁର ଜିଲାର ରସୁଲପୁର ବ୍ଲକ ଅଞ୍ଚଳରେ ବିଧବା,ବୃଦ୍ଧାବୃଦ୍ଧଙ୍କୁ ଭତ୍ତା ପ୍ରଦାନ କ୍ଷେତ୍ରରେ ଦେଖିବାକୁ ମିଳିଛି। ଭତ୍ତା ପାଇଁ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମତିତା ହେଉଥିବା ଅଭିଯୋଗ ହେଉଛି। ଏ ଦିଗରେ କାର୍ଯ୍ୟକରୁଥିବା ସରକାରୀ ବାବୁଙ୍କ ଅସାଧୁତା ପଣିଆ ଓ ରାଜନୈତିକ ବ୍ୟକ୍ତିଙ୍କ ହୀନମନ୍ୟତା ଯୋଗୁ ଏଭଳିସ୍ଥିତି ଉପୁଜୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ବ୍ଲକର ୨୮ଗୋଟି ପଞ୍ଚାୟତ ମଧ୍ୟରୁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ବନ୍ଧଡିହ ପଞ୍ଚାୟତରେ ୪୦୦ରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀ ଭତ୍ତାରୁ ବଞ୍ଚତ୍ତ ଥିବା ନେଇ ସୂଚନା ମିଳିଛି। ରାଜ୍ୟ ସରକାଙ୍କ ପକ୍ଷରୁ ଆୟୋଜିତ ପିଠା କାର୍ଯ୍ୟକ୍ରମ ଜରିଆରେ ଭତ୍ତା ପାଇବା ପାଇଁ ହୋଇଥିବା ଆବେଦନ ଫର୍ମକୁ ଅନୁଧ୍ୟାନ କଲେ ତାହା ବୁଝାପଡ଼ୁଛି। ଭତ୍ତା ପାଇବା ପାଇଁ ଅପେକ୍ଷାରତ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ଏହି ପଞ୍ଚାୟତର ୯ନମ୍ବର ୱାର୍ଡର କିଆବାରିଆ ଦଳିତ ସାହିରେ ଅଛନ୍ତି ବୋଲି କୁହାଯାଉଛି। ଏହି ସାହିରେ ୪୦ରୁ ଊର୍ଦ୍ଧ୍ୱ ଦଳିତ ପରିବାର ଅଛନ୍ତି। ପ୍ରତ୍ୟେକ ପରିବାରରେ ଜଣେ ଦୁଇଜଣ ଲେଖାଏ ବୃଦ୍ଧାବୃଦ୍ଧ, ବିଧବା ଅଛନ୍ତି। ଭତ୍ତା ପାଇବା ପାଇଁ ସମସ୍ତଙ୍କ ଯୋଗ୍ୟତା ମଧ୍ୟ ରହିଛି। ଏପରିକି ଭତ୍ତା ପାଇଁ ସେମାନେ ବାରମ୍ବାର ଆବେଦନ କରିଆସୁଛନ୍ତି। ତେବେ ସେମାନଙ୍କୁ ଭତ୍ତା ମିଳୁ ନ ଥିବାରୁ ଅନେକଙ୍କ ମନରେ କ୍ରୋଧ ଆସିଛି। ଯାହାଫଳରେ ନୂତନ ଭାବରେ ଭତ୍ତା ଆବେଦନ କରିବା ପାଇଁ ସେମାନେ ଏବେ ଅରାଜି ହେଉଛନ୍ତି। ରଙ୍ଗ ମଲିକ(୮୦ବର୍ଷ), ଜଗବନ୍ଧୁ ମଲିକ(୭୫), ରାହାସ ମଲିକ(୭୦), ମୁକୁନ୍ଦ ମଲିକ(୬୮), ନଗନ ମଲିକ(୬୬), ବିଭୂତି ମଲିକ(୭୬), ଜିରା ମଲିକ(୬୫), ଗଗନ ମଲିକ(୭୧), ଭିକାରୀ ମଲିକ(୬୩), ଜାନକୀ ଦେଇ(୬୩), ଶିବ ମଲିକ(୬୩) ପ୍ରମୁଖଙ୍କ ସମେତ ଏହି ସାହିରେ ୫୦ରୁ ଊର୍ଦ୍ଧ୍ୱ ଯୋଗ୍ୟବ୍ୟକ୍ତି ସରକାରଙ୍କ ଏହି ଯୋଜନା ସହ ସାମିଲ ହୋଇପାରି ନାହାନ୍ତି। ଏହି ସାହିର ଅଧିକାଂଶ ଲୋକ ଖଟିଖିଆ ଦିନ ମଜୁରିଆ ହୋଇଥିବାବେଳେ ସରକାରଙ୍କ ଯୋଜନା ସେମାନଙ୍କ ନିକଟରେ ଅପହଞ୍ଚ ହୋଇପଡ଼ିବା ଠାରୁ ଆଉ ଅଧିକ ବଡ଼ ବିଡ଼ମ୍ବନା କ’ଣ ହୋଇପାରେ ବୋଲି ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ବ୍ଲକର ଆଖପାଖ ପଞ୍ଚାୟତଗୁଡ଼ିକରେ ବୟସ ହୋଇ ନ ଥିବା ଲୋକଙ୍କୁ ଭତ୍ତା ମିଳୁଥିବାବେଳେ ଏଠାରେ ବୟସ ହୋଇ ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଭତ୍ତା ମିଳୁ ନାହିଁ ବୋଲି ସାମାଜିକ କର୍ମୀ ମଣ୍ଟୁ ଦାସ ଅଭିଯୋଗ କରିଛନ୍ତି। ତେବେ ସରକାରଙ୍କ ସେହି ୫-ଟି, ମୋ’ ସରକାର କାର୍ଯ୍ୟକ୍ରମ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ପିଠା କାର୍ଯ୍ୟକ୍ରମରେ ଭତ୍ତା ପାଇବା ପାଇଁ ଆସିଥିବା ଫର୍ମ ଏ’ ପର୍ଯ୍ୟନ୍ତ ମଞ୍ଜୁର ହୋଇପାରି ନାହିଁ। ତେବେ ଏହି ସାହିରେ ଅନେକ ଲୋକ ଭତ୍ତା ନ ପାଇ ରହି ଯାଇଥିବା କଥାକୁ ସ୍ବୀକାର କରିଛନ୍ତି। ରାଜନୈତିକ ବାଦବିଦାବ ଯୋଗୁ ଏହି ପଞ୍ଚାୟତରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ। ତେବେ ଏଦିଗରେ ସେ ତଦନ୍ତ କରିବା ସହ ସେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା: ନୂଆ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଇ…

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ନିମନ୍ତେ ପ୍ରବେଶ ଉତ୍ସବ ଗୁରୁବାର ଅନୁଷ୍ଠିତ…

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri