ସରକାରୀ ଯୋଜନା ବାଟବଣା: ବିଧବା,ବୃଦ୍ଧାବୃଦ୍ଧଙ୍କୁ ମିଳୁନି ସାମାଜିକ ନିରାପତ୍ତା

ରସୁଲପୁର,୮।୩(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜନା କରିଛନ୍ତି। ଏସବୁ ଯୋଜନାରୁ ଅଧିକାଂଶ ଗରୀବ, ଖଟିଖିଆ, ଦିନମଜୁରିଆଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ହେଲେ ସେସବୁ ଯୋଜନା ବାସ୍ତବ କ୍ଷେତ୍ରରେ ରୂପାୟନ ହେବାପୂର୍ବରୁ ବାଟବଣା ହୋଇଯାଉଛି। ଏଭଳି ଚିତ୍ର ଯାଜପୁର ଜିଲାର ରସୁଲପୁର ବ୍ଲକ ଅଞ୍ଚଳରେ ବିଧବା,ବୃଦ୍ଧାବୃଦ୍ଧଙ୍କୁ ଭତ୍ତା ପ୍ରଦାନ କ୍ଷେତ୍ରରେ ଦେଖିବାକୁ ମିଳିଛି। ଭତ୍ତା ପାଇଁ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମତିତା ହେଉଥିବା ଅଭିଯୋଗ ହେଉଛି। ଏ ଦିଗରେ କାର୍ଯ୍ୟକରୁଥିବା ସରକାରୀ ବାବୁଙ୍କ ଅସାଧୁତା ପଣିଆ ଓ ରାଜନୈତିକ ବ୍ୟକ୍ତିଙ୍କ ହୀନମନ୍ୟତା ଯୋଗୁ ଏଭଳିସ୍ଥିତି ଉପୁଜୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ବ୍ଲକର ୨୮ଗୋଟି ପଞ୍ଚାୟତ ମଧ୍ୟରୁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ବନ୍ଧଡିହ ପଞ୍ଚାୟତରେ ୪୦୦ରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀ ଭତ୍ତାରୁ ବଞ୍ଚତ୍ତ ଥିବା ନେଇ ସୂଚନା ମିଳିଛି। ରାଜ୍ୟ ସରକାଙ୍କ ପକ୍ଷରୁ ଆୟୋଜିତ ପିଠା କାର୍ଯ୍ୟକ୍ରମ ଜରିଆରେ ଭତ୍ତା ପାଇବା ପାଇଁ ହୋଇଥିବା ଆବେଦନ ଫର୍ମକୁ ଅନୁଧ୍ୟାନ କଲେ ତାହା ବୁଝାପଡ଼ୁଛି। ଭତ୍ତା ପାଇବା ପାଇଁ ଅପେକ୍ଷାରତ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ଏହି ପଞ୍ଚାୟତର ୯ନମ୍ବର ୱାର୍ଡର କିଆବାରିଆ ଦଳିତ ସାହିରେ ଅଛନ୍ତି ବୋଲି କୁହାଯାଉଛି। ଏହି ସାହିରେ ୪୦ରୁ ଊର୍ଦ୍ଧ୍ୱ ଦଳିତ ପରିବାର ଅଛନ୍ତି। ପ୍ରତ୍ୟେକ ପରିବାରରେ ଜଣେ ଦୁଇଜଣ ଲେଖାଏ ବୃଦ୍ଧାବୃଦ୍ଧ, ବିଧବା ଅଛନ୍ତି। ଭତ୍ତା ପାଇବା ପାଇଁ ସମସ୍ତଙ୍କ ଯୋଗ୍ୟତା ମଧ୍ୟ ରହିଛି। ଏପରିକି ଭତ୍ତା ପାଇଁ ସେମାନେ ବାରମ୍ବାର ଆବେଦନ କରିଆସୁଛନ୍ତି। ତେବେ ସେମାନଙ୍କୁ ଭତ୍ତା ମିଳୁ ନ ଥିବାରୁ ଅନେକଙ୍କ ମନରେ କ୍ରୋଧ ଆସିଛି। ଯାହାଫଳରେ ନୂତନ ଭାବରେ ଭତ୍ତା ଆବେଦନ କରିବା ପାଇଁ ସେମାନେ ଏବେ ଅରାଜି ହେଉଛନ୍ତି। ରଙ୍ଗ ମଲିକ(୮୦ବର୍ଷ), ଜଗବନ୍ଧୁ ମଲିକ(୭୫), ରାହାସ ମଲିକ(୭୦), ମୁକୁନ୍ଦ ମଲିକ(୬୮), ନଗନ ମଲିକ(୬୬), ବିଭୂତି ମଲିକ(୭୬), ଜିରା ମଲିକ(୬୫), ଗଗନ ମଲିକ(୭୧), ଭିକାରୀ ମଲିକ(୬୩), ଜାନକୀ ଦେଇ(୬୩), ଶିବ ମଲିକ(୬୩) ପ୍ରମୁଖଙ୍କ ସମେତ ଏହି ସାହିରେ ୫୦ରୁ ଊର୍ଦ୍ଧ୍ୱ ଯୋଗ୍ୟବ୍ୟକ୍ତି ସରକାରଙ୍କ ଏହି ଯୋଜନା ସହ ସାମିଲ ହୋଇପାରି ନାହାନ୍ତି। ଏହି ସାହିର ଅଧିକାଂଶ ଲୋକ ଖଟିଖିଆ ଦିନ ମଜୁରିଆ ହୋଇଥିବାବେଳେ ସରକାରଙ୍କ ଯୋଜନା ସେମାନଙ୍କ ନିକଟରେ ଅପହଞ୍ଚ ହୋଇପଡ଼ିବା ଠାରୁ ଆଉ ଅଧିକ ବଡ଼ ବିଡ଼ମ୍ବନା କ’ଣ ହୋଇପାରେ ବୋଲି ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ବ୍ଲକର ଆଖପାଖ ପଞ୍ଚାୟତଗୁଡ଼ିକରେ ବୟସ ହୋଇ ନ ଥିବା ଲୋକଙ୍କୁ ଭତ୍ତା ମିଳୁଥିବାବେଳେ ଏଠାରେ ବୟସ ହୋଇ ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଭତ୍ତା ମିଳୁ ନାହିଁ ବୋଲି ସାମାଜିକ କର୍ମୀ ମଣ୍ଟୁ ଦାସ ଅଭିଯୋଗ କରିଛନ୍ତି। ତେବେ ସରକାରଙ୍କ ସେହି ୫-ଟି, ମୋ’ ସରକାର କାର୍ଯ୍ୟକ୍ରମ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ପିଠା କାର୍ଯ୍ୟକ୍ରମରେ ଭତ୍ତା ପାଇବା ପାଇଁ ଆସିଥିବା ଫର୍ମ ଏ’ ପର୍ଯ୍ୟନ୍ତ ମଞ୍ଜୁର ହୋଇପାରି ନାହିଁ। ତେବେ ଏହି ସାହିରେ ଅନେକ ଲୋକ ଭତ୍ତା ନ ପାଇ ରହି ଯାଇଥିବା କଥାକୁ ସ୍ବୀକାର କରିଛନ୍ତି। ରାଜନୈତିକ ବାଦବିଦାବ ଯୋଗୁ ଏହି ପଞ୍ଚାୟତରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ। ତେବେ ଏଦିଗରେ ସେ ତଦନ୍ତ କରିବା ସହ ସେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ତେଲ କାରଖାନାରେ ଚଢ଼ାଉ ଘଟଣା, ମାଲିକ ଗିରଫ

ଟାଙ୍ଗୀ(କଟକ),୨୩ା୧(ଡି.ଏନ୍‌.ଏ.): ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଅଞ୍ଚଳରେ ଗତ ନଭେମ୍ବର ୨୩ ତାରିଖରେ ପୋଲିସ ପକ୍ଷରୁ ଏକ ଖାଇବା ତେଲ କାରଖାନାରେ ଚଢ଼ାଉ କରାଯାଇଥିଲା। ଖାଇବା...

ଜଙ୍ଗଲରେ ରହୁଥିବା ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କ ଉପରେ ବ୍ଲକ ପ୍ରଶାସନର ଦୃଷ୍ଟି ପଡ଼ିଲା

କୋକସରା-୫।୪ (ଡି.ଏନ.ଏ.) : କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ ଗ୍ରାମର ଦମ୍ପତ୍ତି ଘେନୁ ମାଝୀ (୬୨) ଓ ମଙ୍ଗଳ ଦେଇ (୬୦)...

୩ ସୁରକ୍ଷା କର୍ମୀ ସୁପରଭାଇଜର ବହିଷ୍କୃତ

ତରବୋଡ/ନୂଆପଡା ଅଫିସ,୩୦।୧ (ଡି.ଏନ.ଏ.): ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀ ନାନକରାମ କେଉଁଟ (୨୬)ଙ୍କ କୋଭିଡ୍‌ ଟିକା ଯୋଗୁ ମୃତ୍ୟୁ ଘଟଣାରେ ମୃତକ...

ମନମୁଖି ଭାବେ ଚାଲିଛି ଡାକଘର, ଅସୁବିଧା ଭୋଗୁଛନ୍ତି ଲୋକେ

ନାଉଗାଁ,୧୩ା୧୨(ସ୍ବ.ପ୍ର):କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଭାରତୀୟ ଡାକ। ପୂର୍ବରୁ ଡାକ ଘର ମାଧ୍ୟମରେ କେବଳ ଚିଠି ପତ୍ର ଦେବା ନେବା ,ଟଙ୍କା ଜମା...

ବେଆଇନ ଲିଚି କାରଖାନାରେ ଚଢ଼ାଉ

ଅନୁଗୋଳ ଅଫିସ,୧୬।୫: ତାଳଚେର ଥାନା ହାଟତୋଟା କାଳୀ ମନ୍ଦିର ନିକଟରେ ଥିବା ଏକ ବେଆଇନ ଲିଚି କାରଖାନାରେ ପୋଲିସ ଚଢାଉ କରି ଅପମିଶ୍ରଣ ଖାଦ୍ୟ ସାମଗ୍ରୀ...

କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ

କୋରାପୁଟ,୨୭ା୮ (ସ୍ବ.ପ୍ର.)-କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଗୁରୁବାର ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସ...

ବିଦ୍ୟୁତ୍‌ ଆଘାତରେ ବଳଦ ମୃତ୍ୟୁ ଘଟଣା: ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ

ଜୁନାଗଡ଼,୨୦।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ ଅଧୀନ ଆଟିଗାଁରେ ବିଦ୍ୟତ୍‌ ଆଘାତରେ ଗୋଟିଏ ବଳଦର ମୃତ୍ୟୁ ଓ ମାଲିକ ଆହତ ଘଟଣାରେ ଜାତୀୟ ମାନବାଧିକାର କମିଶନ...

‘ବିଶ୍ୱସ୍ତ, କ୍ରିୟାଶୀଳ ହେଉ ଶାସନତନ୍ତ୍ର’

ଭୋଗରାଇ, ୧୩।୧(ପ୍ରଦୀପ ଦାସ)-ସନାତନ ଧର୍ମ ସମସ୍ତ ଧର୍ମର ଆଧାର। ଏହାର ବିକଳ୍ପ ନାହଁି କି ଶେଷ ନାହଁି। ସମଗ୍ର ବିଶ୍ୱରେ ଅଧର୍ମୀମାନଙ୍କ ଦୌରାମତ୍‌ୟ ବଢ଼ିଚାଲିଥିବା ବେଳେ...

Advertisement
Archives

Model This Week