ସରକାରୀ ଯୋଜନାରେ ମିଳୁନି ପକ୍କାଘର: ବ୍ଲକ କାର୍ଯ୍ୟାଳୟ ଘେରିଲେ ଲୋକେ

ସୁକିନ୍ଦା,୧୬ା୧୦(ଡି.ଏନ୍‌.ଏ)- ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା, ବାହାବଳପୁର, ବର୍ତ୍ତଣ୍ଡା ଗ୍ରାମ ସହ ୨୫ ପଞ୍ଚାୟତର ବହୁ ଲୋକ ସରକାରୀ ଯୋଜନାରେ ପକ୍କାଘର ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଘରଖଣ୍ଡେ ପାଇବା ପାଇଁ ବିଭିନ୍ନ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ମଧ୍ୟ ଘର ପାଇପାରୁ ନାହାନ୍ତି। ଏ ନେଇ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟରେ ଗ୍ରାମର ଶତାଧିକ ଲୋକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଫଳରେ ବ୍ଲକ ପରିସରରେ ଉତ୍ତେଜନା ଦେଖାଦେବା ସହ କାର୍ଯ୍ୟାଳୟ ଏକରକମ ଅଚଳ ହୋଇଥିଲା। ବିଡିଓ କାର୍ଯାଳୟରେ ଅନୁପସ୍ଥିତ ଥିବାରୁ ଅନ୍ୟାନ୍ୟ ଅଧିକାରୀମାନେ ଧାରଣାକାରୀଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ଦାବି ନ ପୂରଣ ହେବା ପର୍ଯ୍ୟନ୍ତ ବସିରହିବାକୁ କହିଥିଲେ। ବ୍ଲକ ଆକାଉଣ୍ଟାଣ୍ଟ ନିରାକାର ମହାକୁଡ ବିଡିଓଙ୍କୁ ଦାବିପତ୍ର ବାବଦରେ ଜଣାଇବା ସହ ଆସନ୍ତା ଦୁଇ ଦିନ ମଧ୍ୟରେ ସମାଧାନ କରିବାକୁ ଚେଷ୍ଚା କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହର ହୋଇଥିଲା। ପରେ ଗ୍ରାମବାସୀଙ୍କ ତରଫରୁ ପୁଷ୍ପକ ମହାପାତ୍ର, ସେକ୍‌ ମୁସଲିମ ଖାନ, ସଂଗ୍ରାମ ମହାପାତ୍ରଙ୍କ ସମେତ ଅନ୍ୟମାନେ ଆକାଉଣ୍ଟାଣ୍ଟ ନିରାକାରଙ୍କୁ ଦାବିପତ୍ର ପ୍ରଦାନରେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆବାସ ଯୋଜନାରେ ମିଳୁନି ଘର

ନୟାଗଡ଼ ଅଫିସ,୧୨ା୧୦: ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଗରିବ ପରିବାରଙ୍କୁ ମାଗଣାରେ ଘର ଯୋଗାଇ ଦେଉଛନ୍ତି। ହେଲେ ଅନେକ ଯୋଗ୍ୟ...

ନାଳରେ ବୁଢ଼ି ଛାତ୍ର ମୃତ

ଧାରକୋଟ,୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧାରକୋଟ ଥାନା ଅନ୍ତର୍ଗତ ଶରଧାପୁର ହାଇସ୍କୁଲସ୍ଥିତ କେଞ୍ଚୁଆ ନାଳଡିଆଁ ଶଙ୍ଖଠାରେ ଥିବା ନାଳରେ ଭାସିଯାଇ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ...

ଭତା ଲାଗି ଆବେଦନ କରି ବୁରୁଧ୍‌ ନିରାଶ

ଅତାବିରା, ୮।୧୧ (ଡି.ଏନ୍‌.ଏ.)-ବରଗଡ ଜିଲା ଭେଡେନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଛକ ପାସର ବିଧବା ବୁରୁଧ୍‌ ହେମ ଦନ୍ତା(୮୦)। ପରିବାର କହେଲେ ପୁଓ ଲୋକନାଥ,...

ପୋଲିସ ଧମକକୁ ମାନିଲେନି : ଖଟ ବୁଲାଇ ନିର୍ଦ୍ଦୋଷଙ୍କୁ କଲେ ଦୋଷୀ

ନୟାଗଡ଼ ଅଫିସ,୨୪ା୬: ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଶନିବାର ଖଟ ବୁଲୁଥିବା ଜଣାପଡ଼ିବା ପରେ ପୋଲିସ ଗ୍ରାମରେ ପହଞ୍ଚତ୍ ଏହାକୁ ବନ୍ଦ କରିଥିଲା।...

କନ୍ଧୁଣୀଦେବୀ ମହୋତ୍ସବ ଉଦ୍‌ଯାପିତ

ସୋରଡା,୨୧ା୯(ଡି.ଏନ୍‌.ଏ.)- ଗଞ୍ଜାମ ପ୍ରସିଦ୍ଧ ମା’ କନ୍ଧୁଣୀ ଦେବୀ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ...

ସମୂହ ପ୍ରାର୍ଥନା ନ କରିବାକୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୨୧ା୩ ରେଶମ ନଗରୀ ବ୍ରହ୍ମପୁରରେ ଶୁକ୍ରବାରଠାରୁ ଚର୍ଚ୍ଚ ଓ ମସଜିଦରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ଥିବାରୁ...

୧୮ରେ ୨ ବୁଥ୍‌ରେ ସାନି ମତଦାନ: ମାଲକାନଗିରି ଏମ୍‌.ପି.ଭି. ୬୫ର ୨୫୪ନଂ ବୁଥ୍‌ ଓ ବ୍ରହ୍ମପୁର ସିଟି ହାଇସ୍କୁଲ ୬୩ନଂ ବୁଥ୍‌ବ୍ରହ୍ମପୁର ସିଟି ହାଇସ୍କୁଲ ୬୩ନଂ ବୁଥ୍‌

ମାଲକାନଗିରି,(ସ୍ବ.ପ୍ର.)/ବ୍ରହ୍ମପୁର ଅଫିସ, ୧୬ା୪: ମାଲକାନଗିରି ଜିଲାର ମାଲକାନଗିରି ନିର୍ବାଚନ ମଣ୍ଡଳୀର ୨୫୪ନଂ ବୁଥରେ ସାନି ମତଦାନ ପାଇଁ କେନ୍ଦ୍ର ନିର୍ବାଚନ ଆୟୋଗ ଆସନ୍ତା ୧୮ ତାରିଖକୁ...

ଲୋଗୋ ଅସଲି, ଘଣ୍ଟା ନକଲି

କଟକ ଅଫିସ,୩୦।୭: ଘଣ୍ଟାରେ ଏକ ନିର୍ଦ୍ଦିଷ୍ଟ ନାମୀ କମ୍ପାନୀର ଅସଲି ଲୋଗୋ ରହିଛି। କିନ୍ତୁ ଘଣ୍ଟା ନକଲି। ଏହି ନକଲି ହାତଘଣ୍ଟା ବିକ୍ରି ଅଭିଯୋଗରେ ବାଦାମବାଡି...

Advertisement
Archives

Model This Week