ସରକାରୀ ଯୋଜନାରୁ ବାଦ୍‌ ପଡ଼ିଛନ୍ତି ପୂଜକ ସମାଜ, ଆନ୍ଦୋଳନ ଡାକରା

ଭାପୁର,୧୮ା୬(ଡି.ଏନ୍‌.ଏ.)-ବର୍ଷସାରା ଠାକୁର ଠାକୁରାଣୀଙ୍କ ପୂଜାନୀତି କରି ଜୀବିକା ନିର୍ବାହ କରୁଥିବା ହଜାର ହଜାର ପୂଜକ ସମାଜ ସମସ୍ତ ସରକାରୀ ଯୋଜନାରୁ ବାଦ୍‌ ପଡ଼ିଚାଲିଛନ୍ତି। ଏପରିକି ସେମାନଙ୍କ ପିଲାମାନେ ପାଠ ପଢିବା ପାଇଁ ବାସଗୃହ ପ୍ରମାଣପତ୍ର ନ ପାଇ ଅଧାରୁ ପାଠ ଛାଡୁଛନ୍ତି। ଏ ନେଇ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସେମାନେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି। ନୟାଗଡ଼ ଜିଲା ଭାପୁର ଓ ଖଣ୍ଡପଡ଼ା ବ୍ଲକର ୮୦ ଖଣ୍ଡ ଗ୍ରାମରେ ରହୁଥିବା ୧୫/୧୮ ହଜାର ପୂଜକ ଜାତିର ଲୋକ ଶିବ ଶକ୍ତି ପୂଜକ ସମାଜ ଗଠନ କରି ସୋମବାର ସଭାପତି ବିକ୍ରମ ମହାପାତ୍ରଙ୍କ ନେତୃତ୍ୱରେ ଏକ ବିରାଟ ପ୍ରସ୍ତୁତି ବୈଠକ କରିଛନ୍ତି। ଏହି ସଭାରେ ୨ ବ୍ଲକର ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ। ସଭାରେ ଜିଲା ସଭାପତି ଗୌରାଙ୍ଗ ଚରଣ ମହାପାତ୍ର, ସମ୍ପାଦକ ମହେଶ୍ୱର ରଣା, କୋଷାଧ୍ୟକ୍ଷ ହାଡ଼ିବନ୍ଧୁ ମହାପାତ୍ର ଓ ବରିଷ୍ଠ କର୍ମକର୍ତ୍ତା ସୂର୍ଯ୍ୟମଣୀ ରଣା ଯୋଗଦେଇଥିଲେ। ଏହି ବୈଠକରେ ପ୍ରତ୍ୟେକ ପରିବାରଙ୍କ ନାମରେ ୪ ଡିସିମିଲ ଘରଡ଼ିହ ଯୋଗାଇ ଦେବା, ଆବାସ ଯୋଜନାରେ ସେମାନଙ୍କୁ ସାମିଲ କରିବା, ବାସଗୃହ ପ୍ରମାଣପତ୍ର ଯୋଗାଇ ଦେବା ଓ ଭୋଗ ଦଖଲ କରୁଥିବା ଠାକୁର ଓ ଠାକୁରାଣୀଙ୍କ ନାମ ସହ ସେମାନଙ୍କ ନାମ ରଖିବା ନେଇ ଏକ ଦାବିପତ୍ର ଜିଲାପାଳ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏ ନେଇ ଭାପୁର ବ୍ଲକ ବାଇଗୁଣିଆ ପଞ୍ଚାୟତ ଧଳାବନ୍ଧ ଗ୍ରାମଠାରେ ସୋମବାର ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ମୋରମ ଚାଲାଣ:ମେଡିକାଲ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ, ତଦନ୍ତ ଦାବି

ରଣପୁର,୩୦।୮(ସ୍ବ.ପ୍ର.)-ରୟାଲ୍‌ଟି ନଁାରେ ୬ମାସ ଧରି ନୟାଗଡ଼ ଜିଲା ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ମେଡିକାଲ ପରିସରରୁ ଚାଲିଥିଲା ବେଆଇନ ମୋରମ ଚାଲାଣ । ତେବେ ଗୁରୁବାର...

ପରୀ ହତ୍ୟାକାଣ୍ଡର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ନୟାଗଡ଼ ଅଫିସ,୨୫ା୧୧: ନୟାଗଡ଼ର ବହୁଚର୍ଚ୍ଚିିତ ପରୀ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି ଶୀତକାଳୀନ ଅଧିବେଶନରେ ବୁଧବାର ଗୃହ ରାଷ୍ଟ୍ରମନ୍ତ୍ରୀ ଶକ୍ତିି ଶଙ୍କର ମିଶ୍ର ବିବୃତ୍ତି...

ଯୁବକଙ୍କ ଉନ୍ମତ୍ତକାଣ୍ଡ: ଘରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରି ନିଜ ଗଳା କାଟିଲେ

ନୟାଗଡ଼ ଅଫିସ,୩୧ା୧: ନୟାଗଡ ଜିଲା ଶରଣକୁଳ ଥାନା ଗୋଡିପଡା ହାଇସ୍କୁଲ ସାହିରେ ଜଣେ ଯୁବକ ଶନିବାର ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଘରେ ପଶି ସେ ଜଣେ ଶିକ୍ଷୟିତ୍ରୀଙ୍କୁ...

ଖଣ୍ଡପଡ଼ା ବନାଞ୍ଚଳରେ ୪ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ

ଖଣ୍ଡପଡ଼ା,୬ା୧(ସ୍ବ.ପ୍ର.): ଚଳିତବର୍ଷ ଖଣ୍ଡପଡ଼ା ବନାଞ୍ଚଳ ପକ୍ଷରୁ ପକ୍ଷୀଗଣନା ଶେଷ ହୋଇଛି। ନୟାଗଡ଼ ବନଖଣ୍ଡ ସହକାରୀ ସଂରକ୍ଷକ ଆର.ବି. ମହାନ୍ତିଙ୍କ ନେତୃତ୍ୱରେ ୪ଟି ସ୍ଥାନରେ ପକ୍ଷୀଗଣନା କରାଯାଇଥିଲା।...

ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା ଅଭିଯୋଗ

ନୟାଗଡ ଅଫିସ,୨୫ା୯: ଧାର ଟଙ୍କା ମାଗିବାରୁ ନୟାଗଡ଼ ଜିଲା ଶରଣକୁଳ ଥାନା ଅଧୀନ ଧୁଷୁମାରେ ବୁଧବାର ରାତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।...

ସାଇକେଲରେ ପରିବେଶ ସୁରକ୍ଷା ବାଣ୍ଟୁଥିବା ଅମରେଶଙ୍କୁ ସ୍ବାଗତ

ନୟାଗଡ଼ ଅଫିସ,୨୮।୧୨: ବୃକ୍ଷ ଓ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ପାରାଦୀପରୁ ସାଇକେଲରେ ବ୍ରହ୍ମପୁର ଅଭିୁମୁଖେ ବାହାରିଥିବା ପରିବେଶବିତ ଅମରେଶ ନରେଶ ସାମନ୍ତଙ୍କୁ ଶୁକ୍ରବାର ନୟାଗଡ଼...

ମହିପୁର ବନାଞ୍ଚଳରୁ ବିପୁଳ ପରିମାଣର ଶାଳକାଠ ଜବତ

ନୂଆଗାଁ, ୨୨।୧୦(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ମହିତମା ଫରେଷ୍ଟ ସେକ୍ସନ ଅଧୀନ ନୂଆଗାଁ ଭାଲିଆପଦର ଗ୍ରାମ ନିକଟରୁ ବୁଧବାର ବନ ବିଭାଗ...

ରଣପୁର ତହସିଲରେ ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ ଘଟଣା

ରଣପୁର,୭ା୯(ସ୍ବ.ପ୍ର.): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୟାଗଡ ଜିଲାର ରଣପୁର ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି । ଜାଲ ଦଲିଲରେ ପଟ୍ଟା କରିଥିବା ମୁଖ୍ୟ...

Advertisement
Archives

Model This Week