Posted inଜାତୀୟ

ସରକାରୀ ବୈଠକରେ ବାରମ୍ବାର ନିଶରେ ହାତ ମାରୁଥିବା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି

ନୂଆଦିଲ୍ଲୀ,୧୪।୭: ନିଶକୁ ନେଇ ଭାରତରେ ନାନା ପ୍ରକାର ବିଶ୍ୱାସ ପ୍ରଚଳିତ। କେତେକ ନିଶ ରଖିବାକୁ ସମ୍ମାନ ବୋଲି ମନେ କରନ୍ତି। ମାତ୍ର ରାଜସ୍ଥାନ ଜୟପୁରର ଏକ ସରକାରୀ ବୈଠକରେ ବାରମ୍ବାର ନିଶରେ ହାତ ମାରୁଥିବା ଜଣେ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ସମ୍ପୃକ୍ତ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ସ୍ଥାନୀୟ ଅଜମେର ସ୍ଥିତ ଶ୍ରୀନଗର ଉପଖଣ୍ଡରେ ଜୁଲାଇ ୭ରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏକ ଭିଡ଼ିଓ କନଫରେନ୍ସି ବୈଠକ ଆୟୋଜନ ହୋଇଥିଲା। ଏଥିରେ ଉପସ୍ଥିତ ଥିବା ସାମାଜିକ ସୁରକ୍ଷା ଅଧିକାରୀ ବିଶାଲ ସୋଲାଙ୍କି ବୈଠକ ଚାଲିଥିବା ସମୟରେ ବାରମ୍ବାର ନିଜ ନିଶରେ ହାତ ମାରିଥିଲେ। ବୈଠକରେ ଉପସ୍ଥିତି ଥିବା ଅନ୍ୟ ବରିଷ୍ଠ ଅଧିକାରୀ ବିଶାଲଙ୍କୁ ଏପରି ନ କରିବାକୁ କହିଥିଲେ। ତେବେ ବିଶାଲ ଏପରି କରିଚାଲିଥିଲେ। ଏନେଇ ଅଭିଯୋଗ ହେବାପରେ ସମ୍ପୃକ୍ତ ବିଭାଗର ଉପ ନିର୍ଦ୍ଦେଶକ ଜୟ ପ୍ରକାଶ ଏବେ ବିଶାଲଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ସେ କାହିଁକି ନିଶରେ ବାରମ୍ବାର ହାତ ମାରୁଥିଲେ ବୋଲି ନୋଟିସ୍‌ରେ ପ୍ରଶ୍ନ କରାଯାଇଛି। ଏହିି ନୋଟିସ୍‌କୁ ନେଇ ଏଠାରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ମୃତ

ଶ୍ରୀନଗର,୨୫ ।୯: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହେବା ଫଳରେ ଶୁକ୍ରବାର ସକାଳେ ଲସ୍କର-ଏ-ତୋଏବାର ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି...

ଆଇଏସ୍‌ଆଇ ଏଜେଣ୍ଟ୍‌ ହନିଟ୍ରାପ୍‌ ମାୟାରେ ଭାରତୀୟ ସେନା କର୍ମଚାରୀ

ନୂଆଦିଲ୍ଲୀ,୧୩।୭: ଫେସ୍‌ବୁକ୍‌ରେ ହାଏ ହାଲୋ ପରେ ଭାରତୀୟ ସେନା କର୍ମଚାରୀଙ୍କ ସହିତ ବନ୍ଧୁତା କରି ପରେ ସେମାନଙ୍କ ମୁଭମେଣ୍ଟ୍‌ ସମ୍ପର୍କରେ ତଥ୍ୟ ଚୋରାଇ ନେଉଛି ପାକିସ୍ତାନ...

ବିହାରରେ ପୋଷ୍ଟର ଓ୍ବାର

ପାଟନା,୭।୩: ବିହାର ବିଧାନସଭା ନିର୍ବାଚନ ପାଇଁ ସମୟ ବାକିଥିବା ବେଳେ ଏବେଠାରୁ ରାଜନୀତି ହେଲାଣି ସରଗରମ। ବିଭିନ୍ନ ରାଜନୈତିକ ଦଳ ପରସ୍ପର ମଧ୍ୟରେ କଥା କଟାକଟି...

ୟୁକ୍ରେନ-ରୁଷିଆ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ରାଜନାଥ ସିଂହ

ନୂଆଦିଲ୍ଲୀ,୨୪।୨: ୟୁକ୍ରେନ-ରୁଷ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ୟୁକ୍ରେନରେ ଫସି ରହିଥିବା ଛାତ୍ରଙ୍କୁ ନେଇ ସେ ନିଜର ବୟାନ...

ମାସକର ନାତୁଣୀକୁ ୧ଲକ୍ଷ ଟଙ୍କାରେ ବିକ୍ରି କଲେ ଆଇ

ହାଇଦ୍ରାବାଦ,୨୯।୮: ଘରେ ସନ୍ତାନ ଜନ୍ମ ନେଲେ ପରିବାରର ଖୁସି କହିଲେ ନ ସରେ। ସମସ୍ତେ ଶିଶୁଟିର ଲାଳନ ପାଳନରେ ଲାଗିପଡ଼ିଥାନ୍ତି। କିନ୍ତୁ କେତେକ ଲୋକ ଅଛନ୍ତି...

ପ୍ରିନ୍ସିପାଲଙ୍କ ସମେତ ୧୨ ପ୍ରଫେସରଙ୍କୁ ମହଙ୍ଗା ପଡ଼ିଲା କଲେଜ ଫଙ୍କ୍‌ଶନରେ ନାଚିବା

ପାଟନା, ୧୫।୨ : ବିହାରର ଛାପ୍ରାସ୍ଥିତ ରାଜେନ୍ଦ୍ର କଲେଜରେ ଏକ ଗ୍ରୁପ୍‌ ଡ୍ୟାନ୍ସ କାରଣରୁ ଅଧ୍ୟକ୍ଷଙ୍କ ସମେତ ୧୨ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି। ଦେଶର ପ୍ରଥମ...

୨୭.୫ ଲକ୍ଷ ମନରେଗା ଶ୍ରମିକଙ୍କ ଖାତାରେ ୬୧୧କୋଟି ଟଙ୍କା ଜମା କଲେ ଯୋଗୀ ସରକାର

ଲକ୍ଷ୍ନୌ, ୩୦।୧: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଥିରେ ସବୁଠାରୁ ଶ୍ରମିକ ଓ ଦିନ ମଜୁରିଆ ପ୍ରଭାବିତ ହୋଇଛନ୍ତି। ଲକ୍‌ଡାଉନ୍‌...

ପରଲୋକରେ ପ୍ରଖ୍ୟାତ ଗାୟକ ବାଲାସୁବ୍ରମଣ୍ୟମ୍‌

ନୂଆଦିଲ୍ଲୀ,୨୫।୯: ପ୍ରସିଦ୍ଧ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଗତ ଅଗଷ୍ଟ ୫ରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ।...

Advertisement
Archives

Model This Week