ସରକାରୀ ବିଭାଗର ଟୁଇଟର ହ୍ୟାଣ୍ଡେଲ : ଉପଯୁକ୍ତ ପରିଚାଳନା ହୋଇପାରୁନି

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ଜନସାଧାରଣଙ୍କ ସମସ୍ୟା ତଥା ଅଭିଯୋଗକୁ ଗ୍ରହଣ କରି ତାହାର ସମାଧାନ କରିବା ପ୍ରଶାସନର ପ୍ରାଥମିକ ଦାୟିତ୍ୱ। ହେଲେ ପ୍ରଶାସନ ନିକଟରେ ପ୍ରତ୍ୟକ୍ଷ ଭାବେ ହାଜର ନ ହୋଇ ମଧ୍ୟ ସମସ୍ୟା/ଅଭିଯୋଗ ଜଣାଇହେବ। ଏଥିପାଇଁ ବୈଷୟିକ ବିଦ୍ୟା(ଟେକ୍ନୋଲୋଜି)କୁ ଉପଯୋଗ କରାଯାଇଛି। ପ୍ରାଥମିକ ଭାବେ ମନୋରଞ୍ଜନର ମାଧ୍ୟମ ଥିବା ସାମାଜିକ ଗଣମାଧ୍ୟମ (ଟୁଇଟର, ଫେସ୍‌ବୁକ୍‌ ଆଦି) ପ୍ରଶାସନିକ କାର୍ଯ୍ୟରେ ବ୍ୟବହାର କରାଯାଇଛି। ତନ୍ମଧ୍ୟରୁ ଟୁଇଟର ବ୍ୟବହାର ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଏହାର ପରିଚାଳନା ଏବଂ ଅଭିଯୋଗ ଗ୍ରହଣୀୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟର ବିଷୟ, ବିଭାଗଗୁଡ଼ିକ ଅଭିଯୋଗ ଗ୍ରହଣ କରି ତ୍ୱରିତ ପଦକ୍ଷେପ ନେବା ତ ଦୂରର କଥା, ଅଭିଯୋଗକୁ ସ୍ବୀକାର କରି ତାହାର ଉତ୍ତର ଦେଉନାହାନ୍ତି। ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ବିଭାଗ କେବଳ ସୌଜନ୍ୟତା ଦୃଷ୍ଟିରୁ ଟୁଇଟର ହ୍ୟାଣ୍ଡେଲ୍‌ଟିଏ ଖୋଲିଥିବା ପ୍ରତୀୟମାନ ହେଉଛି। ଜଙ୍ଗଲ ଓ ପରିବେଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଟୁଇଟର ଶେଷଥର ପାଇଁ ଗତବର୍ଷ ଅର୍ଥାତ୍‌ ୨୦୧୮ ସେପ୍ଟେମ୍ବର ୧୦ରେ ଏକ ରିଟୁଇଟ୍‌ କରିଥିଲା। ଏହି ରିଟୁଇଟ୍‌କୁ ଆଉ ଦୁଇ ସପ୍ତାହ ପରେ ବର୍ଷେ ପୂରିବ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ‘୫-ଟି’ର ଟେକ୍ନୋଲୋଜିକୁ କେତେ ଗୁରୁତ୍ୱ ଦିଆଯାଉଛି, ତାହା ଜଙ୍ଗଲ ଓ ପରିବେଶ ବିଭାଗ (@ForestDeptt)ର ଟୁଇଟର ପରିଚାଳନାରୁ ସ୍ପଷ୍ଟ ଅନୁମେୟ।
ଯୋଜନା ଓ ସଂଯୋଜନା ବିଭାଗ (@PCDept_Odisha)ର ମଧ୍ୟ ଅନୁରୂପ ଅବସ୍ଥା। ବିଭିନ୍ନ ଯୋଜନାର ଖଡ଼ିଛୁଆଁ ଏହି ବିଭାଗ ଦ୍ୱାରା ହୋଇଥାଏ। ହେଲେ ବିଭାଗର ଟୁଇଟର ପରିଚାଳନା ନାହିଁ କହିଲେ ଚଳେ। ଚଳିତବର୍ଷ ଏହି ବିଭାଗ ପକ୍ଷରୁ ମାତ୍ର ଗୋଟିଏ ଟୁଇଟ୍‌ କରାଯାଇଛି। ଗତ ଏପ୍ରିଲ ୫ରେ ଏହି ଟୁଇଟ୍‌ଟି କରାଯାଇଥିଲା। ସେହିପରି ଅଣୁ, କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ(ଏମ୍‌ଏସ୍‌ଏମ୍‌ଇ) ବିଭାଗ ପକ୍ଷରୁ ଗତ ଜୁନ୍‌ ୨୭ରେ ଶେଷ ଟୁଇଟ୍‌ କରାଯାଇଥିଲା। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ (@PRDeptOdisha)ର ଟୁଇଟରର ଶେଷ ରିଟୁଇଟ୍‌ ଗତ ଜୁନ୍‌ ୫ରେ କରାଯାଇଥିଲା। ଅପରପକ୍ଷରେ ଏମିତି କିଛି ବିଭାଗ ରହିଛି, ଯେଉଁଗୁଡିକ ନିଜସ୍ବ ବିଭାଗ ସମ୍ବନ୍ଧୀୟ ବ୍ୟାପାର ଏତେଟା କରୁନାହାନ୍ତି। କେବଳ ସୌଜନ୍ୟତା ଦୃଷ୍ଟିରୁ ଆକାଉଣ୍ଟକୁ ଚଳାଇ ରଖିବା ପାଇଁ କେତେକ ସରକାରୀ ଘୋଷଣାର ରିଟୁଇଟ୍‌ କରୁଛନ୍ତି। ପୂର୍ତ୍ତ (@WorksDepartment), ଅର୍ଥ (@FdOdisha), ସଂସ୍କୃତି (@Culturedeptt) ଭଳି ପ୍ରମୁଖ ବିଭାଗର ଟୁଇଟ୍‌ର ହ୍ୟାଣ୍ଡେଲରେ ଏହା ବହୁଳଭାବେ ପ୍ରତିଫଳିତ ହେଉଛି। ୨୦୧୭ ଅଗଷ୍ଟ ୫ରୁ ଏହି ସେବା ଆରମ୍ଭ କରାଯାଇଥିଲା। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ(ଜିଏ ଆଣ୍ଡ ପିଜି) ପକ୍ଷରୁ ପିନ୍ଡ ଟୁଇଟ୍‌ କରି ଉଲ୍ଲେଖ କରାଯାଇଥିଲା ଯେ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଟୁଇଟର ହ୍ୟାଣ୍ଡେଲ ଦିଆଯାଇଛି। ଉପଯୁକ୍ତ ପ୍ରସ୍ତାବ ଏବଂ ବିଭିନ୍ନ ବିଭାଗ ସମ୍ପର୍କିତ ଅଭିଯୋଗକୁ ଟ୍ୟାଗ୍‌ କରି ଜଣାଇପାରିବେ। କେତେକ ବିଭାଗ (କୃଷି, ସ୍ବାସ୍ଥ୍ୟ, ଶିଳ୍ପ, ଗୃହ) ପୂର୍ବାପେକ୍ଷା ନିଜ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଅଧିକ ମାତ୍ରାରେ ଦେଉଛନ୍ତି। ହେଲେ ଅଭିଯୋଗ ଗ୍ରହଣ କରି ପଦକ୍ଷେପ ନେବା ଏଯାବତ୍‌ ଦେଖାଯାଇନାହଁି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (@Naveen_Odisha) ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ(ସିଏମ୍‌ଓ) (@CMO_Odisha)ର ଟୁଇଟର ହ୍ୟାଣ୍ଡେଲରୁ ନିୟମିତ ବ୍ୟବଧାନରେ ଟୁଇଟ୍‌ କରାଯାଉଥିବା ଲକ୍ଷ୍ୟ କରାଯାଉଛି।
ବିଭିନ୍ନ ବେସରକାରୀ ସଂସ୍ଥା ସହ ଚୁକ୍ତି କରି ସାମାଜିକ ଗଣମାଧ୍ୟମ ପରିଚାଳନା ଦାୟିତ୍ୱ ତୁଲାଯାଉଛି। ହେଲେ କ’ଣ ଟୁଇଟ୍‌ କରାଯିବ, ତାହା ବିଭାଗଗୁଡ଼ିକର ନିର୍ଦ୍ଦେଶକ ତଥା ଅଧିକାରୀଙ୍କ ଉପରେ ନିର୍ଭର କରିଥାଏ। ଏହିଭଳି ଏକ ସଂସ୍ଥାରେ କାର୍ଯ୍ୟରତ ଜନୈକ କର୍ମଚାରୀ କହିଛନ୍ତି ଯେ, ଅଭିଯୋଗ ଗ୍ରହଣ କରି ତା’ ଉପରେ ପ୍ରତିକ୍ରିୟା ରଖିବା ଉପରେ ଅଧିକାରୀମାନେ ଏତେଟା ଗୁରୁତ୍ୱ ଦିଅନ୍ତି ନାହିଁ। ଏହିସବୁ ଅବ୍ୟବସ୍ଥା ଉପରେ ସରକାରଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଇ ଆଣ୍ଡ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ରବିବାର ସନ୍ଧ୍ୟା ୭ଟା ୩୪ରେ ତାଙ୍କ ମୋବାଇଲ ଫୋନ(୯୭୭୬୩୩୮୬୧୫)କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri