ସରକାରୀ ନିର୍ଦ୍ଦେଶକୁ ବେଖାାତିର: ସ୍କୁଲ ବ୍ୟାଗ୍‌ର ଓଜନ କମିଲାନି

ବଡବିଲ, ୧୧।୯(ସ୍ବ.ପ୍ର.)-ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ବ୍ୟାଗର ଓଜନ କମାଇବାକୁ ଦିଆଯାଇଥିବା ନିର୍ଦ୍ଦେଶନାମା ପାଳନ ହେଉ ନ ଥିବା ଅଭିଯୋଗ ହୋଇଛି। ଖାସକରି କେନ୍ଦୁଝର ଜିଲା ଯୋଡା-ବଡବିଲ ଅଞ୍ଚଳରେ ଥିବା ଘରୋଇ ସ୍କୁଲ ଗୁଡିକ ଏହି ନିର୍ଦ୍ଦେଶନାମା ମାନିବାକୁ ଆଗଭର ହେଉନାହାନ୍ତି। ଫଳରେ ଆବଶ୍ୟକଠାରୁ ଅଧିକ ଓଜନର ବ୍ୟାଗ ବୋହି କୋମଳମତି ଛାତ୍ରୀଛାତ୍ରମାନଙ୍କର ଅବସ୍ଥା ବେହାଲ ହୋଇପଡୁଛି।
ସୂଚନା ଯୋଗ୍ୟ ଯେ, ସ୍କୁଲ ବ୍ୟାଗ୍‌ ଓଜନ ନିୟମକୁ କଡାକଡି କରିବାକୁ ଗତ ମାର୍ଚ୍ଚ ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ ଗୁଡିକ ନିମନ୍ତେ ନିର୍ଦ୍ଦେଶନାମା ଜାରି ହୋଇଥିବା ଜଣାପଡିଛି। ପ୍ରତ୍ୟେକ ଜିଲାର ଜିଲା ଶିକ୍ଷାଧିକାରୀ ଏବଂ ଜିଲା ପ୍ରକଳ୍ପ ସଂଯୋଜକଙ୍କ ନେତୃତ୍ୱରେ ଏକ ସ୍କ୍ବାଡ ନିର୍ମାଣ କରାଯିବ ଓ ଏହି ସ୍ବାଡରେ ବ୍ଲକ ଶିକ୍ଷାଧିକାରୀ ଓ ଥାନାଧିକାରୀ ପ୍ରମୁଖ ସଦସ୍ୟ ରହି ବିଭିନ୍ନ ସରକାରୀ ଓ ଘରୋଇ ସ୍କୁଲ ଗୁଡିକୁ ଗସ୍ତ କରି ଛାତ୍ରୀଛାତ୍ରଙ୍କ ସ୍କୁଲ ବ୍ୟାଗର ଓଜନ ଯାଂଚ କରିବେ। ତେବେ ବିଭାଗ ପକ୍ଷରୁ ହୋଇଥିବା ଏଭଳି ନିର୍ଦ୍ଦେଶନାମାସତ୍ତ୍ୱେ ନିୟମ କଡାକଡିଭାବେ ଲାଗୁ ହୋଇପାରିନାହିଁ। ଏହା ୍ଯଯତୀତ ସ୍କୁଲ ଗୁଡିକରେ ଏନସିଇଆରଟି(ନ୍ୟାଶନାଲ କାଉନସିଲ ଅଫ ଏଜୁକେଶନ ରିସର୍ଚ୍ଚ ଏଣ୍ଡ ଟ୍ରେନିଂ) ଏବଂ ଏସସିଇଆରଟି(ଷ୍ଟେଟ କାଉନସିଲ ଅଫ ଏଜୁକେଶନ ରିସର୍ଚ୍ଚ ଏଣ୍ଡ ଟ୍ରେନିଂ)ର ନିର୍ଦ୍ଧାରିତ ପୁସ୍ତକାନୁଯାୟୀ ପାଠ୍ୟକ୍ରମ ରହିବାକୁ ନିର୍ଦ୍ଦେଶ ରହିଥିଲେହେଁ ତାହା କେତେଦୂର କାର୍ଯ୍ୟକାରୀ ହେଉଛି ତାହାର ତଦାରଖ କିମ୍ବା ଯାଞ୍ଚ କରାଯାଉନାହିଁ ଫଳରେ ଘରୋଇ ସ୍କୁଲ ଗୁଡିକ ସରକାରୀ ନିର୍ଦ୍ଦେଶନାମାକୁ ଖାତିର କରୁନଥିବା ଅଭିଯୋଗ ହୋଇଛି। ଏ ନେଇ ଜିଲାପାଳ ନଚେତ୍‌ ଶିକ୍ଷା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

କଳାହାଣ୍ଡିରେ ବିଦେଶୀ ଖବରଦାତା ଲୁଇସ୍ ଲାଫ୍ରାନ୍ସ

ଭବାନୀପାଟଣା, ୧୫।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ସ୍ପେନର ବରିଷ୍ଠ ଖବରଦାତା, ଗବେଷକ ତଥା ବ୍ଲଗର ଲୁଇସ୍ ଲାଫ୍ରାନ୍ସ ପରିଦର୍ଶନରେ ଆସିଛନ୍ତି। ଏହି ଗସ୍ତ ସମୟରେ…

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କଲେ ପତାକା ଉତ୍ତୋଳନ

ଭବାନୀପାଟଣା, ୧୫/୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଗରିମାର ସହ ପାଳିତ…

ସକାଳୁ ସକାଳୁ ଅଘଟଣ: ସ୍ବାଧୀନତା ଦିବସ ପାଳନ କରିବାକୁ ଆସୁଥିବାବେଳେ ଛାତ୍ରୀଛାତ୍ରଙ୍କୁ ପିଟିଲା କାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ସରସରା ନିକଟରେ ଶନିବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିଦ୍ୟାଳୟକୁ ସ୍ବାଧୀନତା ଦିବସ ପାଳନ ପାଇଁ ସାଇକେଲ ଯୋଗେ ଆସୁଥିବା…

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

ଦିଗପହଣ୍ଡିରେ ୮୦ ତମ ସ୍ବାଧିନତା ଦିବସ: ଜାଣନ୍ତୁ କିଏ କେଉଁଠି କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri