ସରକାରୀ ଜମି ଜବରଦଖଲ

ରୂପ୍‌ସା, ୨୦।୯(ଡି.ଏନ୍‌.ଏ.)- ବାଲେଶ୍ୱର ସଦର ବ୍ଲକ ଆଙ୍କୋ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୋଖରୀ ଆଡ଼ିରେ ଜବରଦଖଲ ନେଇ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକେ ଏହି ସରକାରୀ ଜମିରେ ଖୁଣ୍ଟ ପୋତି ନିଜ ଦଖଲରେ ଘର ନିର୍ମାଣ ପାଇଁ ମସୁଧା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଞ୍ଚାୟତର ଏହି ବିଶାଳ ପୋଖରୀ ହତ୍‌ପିଣ୍ଡ ସଦୃଶ। ପୋଖରୀର ଦକ୍ଷିଣପାର୍ଶ୍ୱରେ ରହିଛି ଶ୍ମଶାନ। ଉତ୍ତରପଶ୍ଚିମ ପଟେ ରହିଛି ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ପୂର୍ବପାର୍ଶ୍ୱରେ ପଦ୍ମକିଶୋର ମହାଦେବ ମନ୍ଦିର। ଏହାଛଡ଼ା ପଶ୍ଚିମ-ଉତ୍ତର କୋଣରେ ଖୋଦ୍‌ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ। ଉତ୍ତରପଟେ ଗ୍ରାମର ଯୁବକଙ୍କୁ ନେଇ ଗଢ଼ି ଉଠିଥିବା ଏକ କ୍ଲବର ଅଫିସ୍‌ ଗୃହ।
ରାବଣପୋଡ଼ି ଉତ୍ସବରେ ପୋଖରୀ ଚତୁଃପାର୍ଶ୍ୱରେ ହଜାରରୁ ଊର୍ଦ୍ଧ୍ୱ ମହିଳାପୁରୁଷ ସମବେତ ହୋଇଥାନ୍ତି। ଜବରଦଖଲ ଯୋଗୁ ପୋଖରୀର ସୌନ୍ଦର୍ଯ୍ୟ ନଷ୍ଟ ସାଙ୍ଗକୁ ଶ୍ମଶାନ ଯିବା ରାସ୍ତା ମଧ୍ୟ ଅବରୋଧ ହେଉଥିବା ଦେଖିବାକୁ ମିଳିଛି। ଶ୍ମଶାନ ଯିବା ରାସ୍ତାରେ ଜଣେ ବ୍ୟକ୍ତି ସରକାରୀ ଜାଗାରେ ଜବରଦସ୍ତ ଇଟାକାନ୍ଥ ଦେଇ ଦୋକାନଘର ନିର୍ମାଣ କରିଥିବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି। ଏବେ ପୋଖରୀର ପଶ୍ଚିମପଟରେ ଥିବା ମେଡିକାଲ ଯିବା ରାସ୍ତାପାର୍ଶ୍ୱ ବହୁ ଜାଗାରେ ଖୁଣ୍ଟ ପୋତାଯାଇ ବାଡ଼ କରାଯାଇଛି। ରାଜସ୍ବ ନିରୀକ୍ଷକଙ୍କ ଅଫିସକୁ ଲାଗି ରହିଥିବା ଗୋଚର, ରକ୍ଷିତ ଓ ଅନାବାଦୀ କିସମର ସରକାରୀ ଜାଗା ଜବରଦଖଲକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜନସାଧାରଣ ତଥା ଅଞ୍ଚଳବାସୀ ସମୂହଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଜବରଦଖଲ ଉଚ୍ଛେଦ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ନ ଗଲେ ଜୋର୍‌ଦାର ଆନ୍ଦୋଳନ ହେବ ବୋଲି ସାମାଜିକ କର୍ମୀ ଜୟକୃଷ୍ଣ ବେହେରା, ୱାର୍ଡ଼ସଭ୍ୟା ରଞ୍ଜୁଲତା ହାତୀ, ନିରୁପମା ପାଣିଗ୍ରାହୀ, ୱାର୍ଡ଼ସଭ୍ୟ ଗିରୀଶ ବେହେରାଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଆର୍‌ଆଇ ପୂର୍ଣ୍ଣଚନ୍ଦ୍ର ମଲିକଙ୍କୁ ପଚରାଯିବାରୁ ୧୮ଜଣଙ୍କ ନାମରେ ସରକାରୀ ଜମି ଅବରୋଧ ମାମଲା ରୁଜୁ ହୋଇଛି। ସେମାନଙ୍କୁ ଜାଗା ଛାଡ଼ିବା ପାଇଁ ବିଭାଗ ପକ୍ଷରୁ ନୋଟିସ ମଧ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?