ସରକାରୀ ଜମି ଜବରଦଖଲ: ଉଚ୍ଛେଦ ଲାଗି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଭବାନୀପାଟଣା,୨୫।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅର୍ତ୍ତଳ ପଞ୍ଚାୟତ କାନ୍ଦୁଲଝର ଗାଁର କିଛି ପ୍ରଭାବଶାଳୀ ବ୍ୟକ୍ତି ପ୍ରାୟ ୫ ଏକର ସରକାରୀ ଜମିକୁ ଜବରଦଖଲ କରି ଅକ୍ତିଆର କରିଛନ୍ତି। ଏ ନେଇ ଗ୍ରାମବାସୀ ବୋର୍ଡା ଫାଣ୍ଡିରେ ଅଭିଯୋଗ କରିବା ସହ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସୂଚନା ଅନୁଯାୟୀ, ପଞ୍ଚାୟତର କାନ୍ଦୁଲଝର ଗାଁରେ ସର୍ବସାଧାରଣ ଜାଗାରେ ମୌଜାର ଖାତା ନଂ.୫୭୭, ପ୍ଲଟ ନଂ.୬୩୬ରେ ପ୍ରାୟ ୫ ଏକର ସରକାରୀ ଜମି ଓ ରାସ୍ତା ରହିଛି। ଏହି ଜମିରେ ବେଆଇନ ଭାବେ ଗାଁର କେତେକ ଲୋକେ ଘର କରିବା ସହ ରାସ୍ତା ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମବାସୀ ପ୍ରତିବାଦ କରିବାରୁ ଗ୍ରାମବାସୀଙ୍କ ନାଁରେ ମିଛ କେସ ଦେଇ ଫସାଇ ଦେବା ପାଇଁ ଜବରଦଖଲକାରୀମାନେ ଧମକ ଦେଉଥିବା ଅଭିଯୋଗ ହେଉଛି। ଏପରିକି ରାସ୍ତାରେ ମାଟି, ମେଟାଲ ଓ କାଠଗଣ୍ଡି ରଖି ଦୀର୍ଘ ଦିନ ହେଲା ଅବରୋଧ କରାଯାଇ ଥିବାରୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଗ୍ରାମବାସୀ ବୋର୍ଡା ଫାଣ୍ଡିରେ ଅଭିଯୋଗ କରିବା ସହ ଜବରଦଖଲ ଉଚ୍ଛେଦ ଲାଗି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଶାସନ ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିବ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗଲାଗୁଡ଼ା ଗ୍ରାମକୁ ନାହିଁ ରାସ୍ତା: ପ୍ରତିବାଦରେ ରାସ୍ତାରେ ତଳି ରୋପଣ କଲେ ଗ୍ରାମବାସୀ, ତୁରନ୍ତ ପଦକ୍ଷେପ ନେବାକୁ ଦାବି

କୋରୁକୋଣ୍ଡା,୭।୯(ଡି.ଏନ୍‌.ଏ.): ସରକାର ପ୍ରତି ଗ୍ରାମକୁ ସଡ଼କପଥ ସହ ଯୋଡ଼ିବା ନିମନ୍ତେ ବହୁ ଯୋଜନା କରିଛନ୍ତି। ହେଲେ ଏହାର ସଫଳ ରୂପାୟନ ମାଲକାନଗିରି ଜିଲାରେ ହୋଇପାରୁନାହିଁ। ଆଜିବି...

ଆବାସ ଯୋଜନା ଅଭିଯୋଗ ପାଇଁ ହିତାଧିକାରୀଙ୍କ ଭିଡ଼

ଏରସମା,୨୫ା୧(ସ୍ବ.ପ୍ର.): ଏରସମା ବ୍ଲକ ପରିସରରେ ମଙ୍ଗଳବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବହୁ ଅଭିଯୋଗକାରୀଙ୍କ ଭିଡ଼ ଜମିଥିଲା। ଶିବିରରେ ଅଧିକାଂଶ ଅଭିଯୋଗ...

ଭିଏଲ୍‌-ଏସ୍‌ଆର୍‌ ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୫ା୬: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ରୁ ଶୁକ୍ରବାର ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ଭିଏଲ-ଏସ୍‌ଆରଏସ୍‌ଏଏମ୍‌’ର ଉତ୍‌କ୍ଷେପଣ କରାଯାଇଛି। ପ୍ରତିରକ୍ଷା ଗବେଷଣା...

କେନ୍ଦ୍ର ଶୁଣୁନି ଓଡ଼ିଶା ଏମ୍‌ପିଙ୍କ ଦାବି

ଯାଜପୁର ଅଫିସ,୧୮ା୧୨: ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟ ଅନୁସାରେ ପୂର୍ବତଟ ରେଳପଥ ଜୋନରେ ଗତ ୩ ବର୍ଷରେ ରାଜସ୍ବ ଆଦାୟ ଅନ୍ୟ...

ଶହୀଦ ଦିବସରେ ସଜେଇ ହେଉଛି ରକ୍ତତୀର୍ଥ: ଫିକା ପଡ଼ିଛି ବଳିଦାନର ସ୍ମୃତି

ଖଇରା, ୨୮।୯(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକର ରକ୍ତତୀର୍ଥ ତୁଡ଼ିଗଡ଼ିଆ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିଲେ ବି ଅବହେଳିତ ଅବସ୍ଥାରେ ରହିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା...

ପଥର ଅନ୍‌ଲୋଡ ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର, ଚାପି ହୋଇଗଲେ ଡ୍ରାଇଭର

ଅମରପାଲି,୨୨ା୧୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଠେଙ୍ଗୋ ଡ୍ୟାମ ନିକଟରେ ନିର୍ମାଣାଧୀନ ପୋଲ କାମ କରୁଥିବା ବେଳେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଲକୁ...

ପଥର ଖାଦାନ ପାଇଁ ବଳିପଡ଼ିଲା ତୈଳଭଣ୍ଡାର

ଯାଜପୁର ଅଫିସ,୫ା୮: ଯାଜପୁର ଜିଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ଦେଶର ୪ର୍ଥ ସର୍ବବୃହତ୍‌ ତୈଳଭଣ୍ଡାର ପଥର ଖାଦାନ ପାଇଁ ବଳିପଡିଛି। କ୍ୟାବିନେଟ ମଞ୍ଜୁରୀ ମିଳିବାର ଇତିମଧ୍ୟରେ ୪...

ଡାକ୍ତର ଓ ସ୍ବାସ୍ଥ୍ୟ ସେବିକାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ୩ ଘଣ୍ଟା ଧରି ରୋଗୀସେବା ବ୍ୟାହତ

ବାରିପଦା ଅଫିସ, ୩୦।୬- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍‌ପିଟାଲରେ ଚିକତ୍ସା ସେବା ନ ମିଳିବା ଘଟଣାକୁ ନେଇ ଶନିବାର...

Advertisement
Archives

Model This Week