ସରକାରୀ କାର୍ଯ୍ୟାଳୟରେ ଗଡୁଛି ବିଦ୍ୟୁତ୍‌ ବିଲ୍‌: ୩୯ ବିଭାଗର ବକେୟା ପଡ଼ିଛି ୨ କୋଟି ୭୭ ଲକ୍ଷ

ନୟାଗଡ଼ ଅଫିସ,୩୦।୧୧-ଘରୋଇ ହେଉ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନରେ ଗୋଟିଏ ମାସରୁ ଅଧିକ ଦିନ ବିଲ୍‌ ପୈଠ ନ ହେଲେ ପର ଦିନ ବିଦ୍ୟୁତ୍‌ ବିଭାଗ ସଂଯୋଗ କାଟି ଦେଇଥାଏ। ଫଳରେ ବିଦ୍ୟୁତ୍‌ ଉପଭୋକ୍ତା ବିନା ବିଦ୍ୟୁତ୍‌ରେ ହନ୍ତସନ୍ତ ହୁଅନ୍ତି। ହେଲେ ଜିଲାର ବିଭିନ୍ନ ବିଭାଗରେ କୋଟି କୋଟି ଟଙ୍କାର ବିଦ୍ୟୁତ ବିଲ୍‌ ପୈଠ ନ ହୋଇ ବାକି ପଡିଥିବା ବେଳେ ସେମାନଙ୍କ ଉପରେ କିନ୍ତୁ ବିଦ୍ୟୁତ୍‌ ବିଭାଗର କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନାହିଁ। ନୟାଗଡ଼ ଜିଲା ସେସୁ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାର ୩୯ ବିଭାଗରେ ୨ କୋଟି ୭୭ ଲକ୍ଷ ୨୯ ହଜାର ୯୩୦ ଟଙ୍କା ବିଦ୍ୟୁତ ବିଲ୍‌ ବକେୟା ପଡ଼ିଛି। ଏମାନଙ୍କର କିନ୍ତୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଉ ନାହିଁ । ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୬୭ ଲକ୍ଷ ୩୦ ହଜାର ୮୪୯ ଟଙ୍କା ବିଲ୍‌ ଗଡ଼ୁଥିବା ବେଳେ ଏହା ପଛକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୪୦ ଲକ୍ଷ ୪୮ ହଜାର ୫୫୫ ଟଙ୍କା, ଜନସ୍ବାସ୍ଥ୍ୟ ବିଭାଗର ୪୦ ଲକ୍ଷ ୨୩ ହଜାର ୪୨୫ ଟଙ୍କା, ପଞ୍ଚାୟତିରାଜ ବିଭାଗର ୨୯ ଲକ୍ଷ ୯୮ ହଜାର ୩୩୮ ଟଙ୍କା, ଦେବୋତ୍ତର ବିଭାଗର ୧୮ ଲକ୍ଷ ୯୮ ହଜାର ୩୮୧ ଟଙ୍କା, ଗୃହ ବିଭାଗର ୧୪ ଲକ୍ଷ ୫୭ ହଜାର ୮ ଟଙ୍କା ଭଳି ୩୯ଟି ବିଭାଗର ୨ କୋଟି ୭୭ ଲକ୍ଷ ୨୯ ହଜାର ୯୩୦ ଟଙ୍କା ବିଦ୍ୟୁତ ବିଲ୍‌ ବକେୟା ରହିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ଏତେ ଟଙ୍କା ବିଭାଗ କିପରି ଆଦାୟ କରି ନାହିଁ। ଏ ନେଇ ସେସୁ ନିର୍ବାହୀ ଯନ୍ତ୍ରୀ ସୁଜିତ୍‌ କୁମାର ସାହୁଙ୍କୁ ପଚାରିବାରୁ କୁହନ୍ତି, ବିଭିନ୍ନ ବିଭାଗର ବଳକା ଟଙ୍କା ଥିବା ନେଇ ସେମାନଙ୍କୁ କୁହାଯାଉଛି। ଦେବୋତ୍ତର ଓ ଶିକ୍ଷାବିଭାଗ ଠିକ୍‌ ସମୟରେ ବିଲ୍‌ କ୍ଲିୟର କରୁ ନ ଥିବା ବେଳେ ଅନ୍ୟମାନେ ଠିକ୍‌ ସମୟରେ ବିଲ୍‌ ପଇଠ କରୁଥିବା ନେଇ ସେ ପ୍ରକାଶ କରିଥିଲେ। ଶିକ୍ଷା ବିଭାଗର ବିଲ୍‌ ନ ମିଳିଥିବାରୁ ଶିକ୍ଷା କାର୍ଯ୍ୟାଳୟକୁ ୭ ଦିନ ଧରି ବିଦ୍ୟୁତ୍‌ ସେବା ବନ୍ଦ କରାଯାଇଥିଲା । ତଥାପି ସେମାନେ ବଳକା ଟଙ୍କା ପଇଠ କଲେ ନାହିଁ। ପରେ ବାଧ୍ୟ ହୋଇ ବିୁଦ୍ୟତ୍‌ ବିଭାଗ ଶିକ୍ଷା କାର୍ଯ୍ୟାଳୟକୁ ଲାଇନ୍‌ ସଂଯୋଗ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ଗୌତମ ଦାସ ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୬।୯(ବ୍ୟୁରୋ) : ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଂ(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ(ମେନ୍‌)-୨୦୨୧ ଫଳ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି। ୪୪ଜଣ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲ ମାର୍କ...

ସପ୍ତାହେ ପାଇଁ ଘୁଞ୍ଚିଲା ରାଜ୍ୟ ସରକାରଙ୍କ କରୋନା ଟିକା ଟେଣ୍ଡର ପ୍ରକ୍ରିୟା

ଭୁବନେଶ୍ୱର,୨୮।୫(ବ୍ୟୁରୋ): କରୋନା ଟିକା କିଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏବେ ଏହି ପ୍ରକ୍ରିୟାକୁ ଗୋଟିଏ ସପ୍ତାହ ପାଇଁ ଅର୍ଥାତ...

ଢାବାରେ ନାବାଳକଙ୍କ ମୃତ୍ୟୁ ନେଇ ଲଙ୍କାକାଣ୍ଡ : ପୋଲିସକୁ ଗୋଡ଼େଇ ପିଟିଲେ ଲୋକେ

ବାଲିଆପାଳ,୨୬।୭(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଇଡକୋ ଛକସ୍ଥିତ ରାଜଧାନୀ ଢାବାରେ କାମ କରୁଥିବା ଜଣେ ୧୫ ବର୍ଷର ନାବାଳକଙ୍କୁ ହତ୍ୟା କରାଯିବା ଅଭିଯୋଗ ନେଇ ସାରା ଅଞ୍ଚଳ...

ଓଏଏସ୍‌ ଗ୍ରୁପ୍‌-ଏରେ ସୃଷ୍ଟି ହେଲା ୧୨୫ ପଦବୀ, ଭିଏସ୍‌ ଲାଗି କେବଳ ଲିଖିତ ପରୀକ୍ଷା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଓଏଏସ୍‌ ଗ୍ରୁପ୍‌-ଏ ଜୁନିୟର ବ୍ରାଞ୍ଚରେ ୧୨୫ଟି ନୂତନ ପଦବୀକୁ କ୍ୟାବିନେଟ...

ମିଳୁନି ସହାୟତା, ପୁନରୁଦ୍ଧାରରେ ବାଧା: ଉଜୁଡ଼ା ବେପାର ସଜାଡ଼ି ହେଉନି

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟା ‘ଫନୀ’ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି କରିଥିଲା, ଯାହାର ଏବେସୁଦ୍ଧା ଭରଣା ହୋଇପାରିନାହିଁ। ବହୁତ କଷ୍ଟରେ କେତେଜଣ ଅଣ୍ଟା ସଳଖି ଛିଡ଼ା ହୋଇଛନ୍ତି। ହେଲେ...

ଜାନୁୟାରୀ ୨୬ ପୂର୍ବରୁ ଓଡ଼ିଶାରେ ୫ଜି ସେବା: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୨୬ ପୂର୍ବରୁ ଓଡ଼ିଶାରେ ୫ଜି ସେବା ମିଳିବ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ...

ମା’ବାପାଙ୍କ ପ୍ରେରଣା ସଫଳତା ଦେଲା : ଅଂଶୁମାନ

ଭୁବନେଶ୍ୱର, ୧୨ା୧(ବ୍ୟୁରୋ): ଆଇଇଏସ୍‌ ୨୦୧୯ର ରେଜଲ୍ଟ ବାହାରିବା ପରେ ଅଂଶୁମାନ ବହୁ ଖୁସି ବ୍ୟକ୍ତ କରିବା ସହିତ ଏହାର ଶ୍ରେୟ ମା’ବାପା, ଅଜା, ଗୁରୁଜନ ଓ...

Advertisement
Archives

Model This Week