ସରକାରୀ କର୍ମଚାରୀ ମାନ୍ୟତା, ବକେୟା ପ୍ରଦାନ ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ପାଚିକା-ସହାୟିକା

ଅନୁଗୋଳ ଅଫିସ, ୩।୧୧ – ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକରୀ କରିବାକୁ ନିୟୋଜିତ ପାଚିକା-ସହାୟିକାମାନଙ୍କୁ ନିୟମିତ ସରକାରୀ କର୍ମଚାରୀର ମାନ୍ୟତା, ବକେୟା ପାରିଶ୍ରମିକ ପ୍ରଦାନ ଆଦି ଦାବିରେ ଶନିବାର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଏଆଇୟୁଟିୟୁସି ସହବନ୍ଧିତ ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ ପାଚିକା-ସହାୟିକା ଶୋଭାଯାତ୍ରାରେ ଷ୍ଟାଡିୟମରୁ ବାହାରି ବସଷ୍ଟାଣ୍ଡ ଦେଇ ବଜାର ପରିକ୍ରମା କରି ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଜିଲା ଆବାହକ ବ୍ରଜବନ୍ଧୁ ସାହୁଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ପ୍ରତିନିଧି ମଣ୍ଡଳି ଅତିରିକ୍ତ ଜିଲାପାଳଙ୍କୁ ସାକ୍ଷାତ କରି ଦାବି ସମ୍ପର୍କରେ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୬ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ସଂଘ ଜିଲା ଆବାହକ ବ୍ରଜବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଏଆଇୟୁଟିୟୁସି ରାଜ୍ୟ ଉପସଭାପତି ତଥା ପାଚିକା-ସହାୟିକା ସଂଘ ରାଜ୍ୟ ଆବାହକ ବିଷ୍ଣୁ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ୧୬ ଦଫା ଦାବି ପୂରଣ କରିବାକୁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆଇୟୁଟିୟୁସି ଜିଲା ସଭାପତି ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ ତୀର୍ଥବାସୀ ଭୋଇ, ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ଜିଲା ସଙ୍ଗଠିକା ମାନସି ସ୍ବାଇଁ, ସରୋଜିନୀ ନାୟକ, ଛାୟା ପ୍ରଧାନ, ବୁଲି ବାରିକ, ରିତା ବେହେରା, ଶକୁନ୍ତଳା ସାହୁ, ରିତା ଦାସ, ବିଜୁଳି ବେହେରା, ଗୀତା ଦାସ, ବାଇଗଣୀ ପ୍ରଧାନ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାର ବଦଳାଇଲେ ରାଶନ ନିୟମ! ଏବେ ପରିବାର ନୁହେଁ, ସଦସ୍ୟଙ୍କ ସଂଖ୍ୟା ଆଧାରରେ ମିଳିବ…

ନୂଆଦିଲ୍ଲୀ, ୨୪।୬: ଦେଶର ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (PDS) ଏବଂ ରାଶନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା…

ପୁରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ

ପୁରୀ,୨୪ା୬(ଅଜିତ କୁମାର ମହାନ୍ତି): ପୁରୀରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ହୋଟେଲ ମାଲିକଙ୍କୁ ବୀଭତ୍ସ ହତ୍ୟା…

ମେଡିସିନ୍‌ ଖାଇ ୭ କଏଦୀ ଅସୁସ୍ଥ! ଝାରପଡ଼ା ଜେଲ୍‌ରେ ଚାଲିଛି ତଦନ୍ତ

ଭୁବନେଶ୍ୱର,୨୪।୬: ରାଜଧାନୀର ଝାରପଡ଼ା ସ୍ପେଶାଲ୍‌ ଜେଲ୍‌ରେ ୭ ଜଣ କଏଦୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଅସୁସ୍ଥ କଏଦୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ…

ହ୍ରାସ ପାଉଛି ଜମିର ଉର୍ବରତା: ଜୈବିକ ପଦ୍ଧତିରେ ଚାଷ କରିବାକୁ ଆହ୍ବାନ

ଦାରିଙ୍ଗବାଡ଼ି,୨୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶେଷ ଦିବସ ଅବସରରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ଅବସରର ସପ୍ତାହେ ପୂର୍ବରୁ ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ: ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ

ରାୟଗଡା,୨୪।୬: ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ କରିଛି। ଭିଜିଲାନ୍ସ। ୨ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ପ୍ରସନ୍ନ। କାର୍ଯ୍ୟ…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା, ତେଜିଲା ଅସନ୍ତୋଷ

ବରଗଡ଼,୨୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ୧୯ରୁ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କାରଖାନା କର୍ତ୍ତୃପକ୍ଷ ଏ ନେଇ ଗତ ୧୯ ତାରିଖ ଭାରତ…

ଅର୍ଥ ବିଭାଗର ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ତାଲିକାରେ ଏବେ ୧୪

ଭୁବନେଶ୍ୱର,୨୪।୬(ରବିନାରାୟଣ ଜେନା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ କାର୍ଯ୍ୟାନ୍ବୟନ କରିବାରେ ଅବହେଳା ପ୍ରଦର୍ଶନ କରିବା ଏବେ ୮ଟି ବ୍ୟାଙ୍କକୁ ମହଙ୍ଗା ସାବ୍ୟସ୍ତ…

ସଂଶୋଧିତ ତାଲିକାରେ ବି ବଢ଼ିଲା ତ୍ରୁଟି: ଦକ୍ଷତାକୁ ନେଇ ବଡ଼ ପ୍ରଶ୍ନବାଚୀ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ବଢ଼ୁଛି ବିବାଦ। ପ୍ରତିଦିନ ପାଠ୍ୟପୁସ୍ତକରେ ତ୍ରୁଟି ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ପାଠ୍ୟପୁସ୍ତକରେ ତ୍ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri