Advertisement
Posted inଜାତୀୟ

ସମ୍ପତ୍ତି ନଷ୍ଟକୁ ନିନ୍ଦା କଲେ ମୋଦି

ଲକ୍ଷ୍ନୌ/ନୂଆଦିଲ୍ଲୀ,୨୬ା୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରାଯିବା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଛନ୍ତି। ବିକ୍ଷୋଭକାରୀ ଠିକ୍‌ କରିଛନ୍ତି, ନା ଭୁଲ୍‌ ତାହାର ଆତ୍ମସମୀକ୍ଷା କରିବା ଆବଶ୍ୟକ। ସର୍ବସାଧାରଣ ସମ୍ପତ୍ତିର ଯତ୍ନ ନେବା ନାଗରିକର ଦାୟିତ୍ୱ। କର୍ତ୍ତବ୍ୟ ଓ ଅଧିକାର ପରସ୍ପରର ପରିପୂରକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିକ୍ଷୋଭକାରୀ ଆନ୍ଦୋଳନବେଳେ ଗାଡ଼ି ପୋଡ଼ିବା, ରେଳଷ୍ଟେଶନରେ ଭଙ୍ଗାରୁଜା କରିବା ଦ୍ୱାରା ସେମାନେ ଭବିଷ୍ୟତ ପିଢ଼ିଙ୍କ ପାଇଁ କ୍ଷତି କଲେ ବୋଲି ଲକ୍ଷ୍ନୌଠାରେ ଅଟଳ ବିହାରୀ ବାଜପେୟୀ ମେଡିକାଲ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି। ନିରାପଦ ପରିବେଶ ପାଇବା ଯେପରି ସମସ୍ତଙ୍କର ଅଧିକାର ସେମିତି ଆଇନ ଶୃଙ୍ଖଳାକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ। ସମସ୍ତେ କେବଳ ଅଧିକାର ଉପରେ ଜୋର୍‌ ଦେଇଆସିଛନ୍ତି। ଏବେ କର୍ତ୍ତବ୍ୟକୁ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଉତ୍ତରପ୍ରଦେଶରେ ଗତ ସପ୍ତାହରେ ସିଏଏ ବିରୋଧୀ ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା। ଏଥିରେ ୧୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକେ ଆହତ ହୋଇଥିଲେ। ଏଥିସହିତ ପାଖାପାଖି ୧୦୦ କୋଟି ଟଙ୍କାର ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହୋଇଥିଲା। ଲକ୍ଷ୍ନୌର ଲୋକ ଭବନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୨୫ ଫୁଟ୍‌ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଅନୁଚ୍ଛେଦ ୩୭୦, ରାମ ଜନ୍ମଭୂମି ବିବାଦ ଭଳି ନାଗରିକତ୍ୱ ସଂଶୋଧନ ଆଇନ ଏକ ଲିଗାସୀ ସମସ୍ୟା। ଏହାକୁ ଯେଉଁମାନେ ଚ୍ୟାଲେଞ୍ଜ କରୁଛନ୍ତି, ସେମାନଙ୍କୁ ମୁକାବିଲା କରାଯିବ ବୋଲି ମୋଦି ସୂଚନା ଦେଇଥିଲେ।
ବାଜପେୟୀଙ୍କ ୯୫ତମ ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭୂତଳ ଜଳ ସ୍ତର ବୃଦ୍ଧି ଲାଗି ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ନାଟକର ୭୮ଟି ଜିଲାର ୮୩୦୦ରୁ ଊର୍ଦ୍ଧ୍ୱ ଗ୍ରାମରେ ଭୂତଳ ଜଳସ୍ତର ବଢ଼ାଇବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କମ୍‌ ପାଣି ଦରକାର ହେଉଥିବା କୃଷି ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସରକାର ହିମାଚଳପ୍ରଦେଶର ରୋହତାଙ୍ଗ ଗିରିପଥକୁ ବାଜପେୟୀଙ୍କ ନାମରେ ନାମିତ କରିଛନ୍ତି। ଏଥିପାଇଁ ଦୀର୍ଘଦିନରୁ ଦାବି ହେଉଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ୪୦୦୦ କୋଟି ଟଙ୍କାରେ ନିର୍ମିତ ଏହି ସୁଡ଼ଙ୍ଗ କାର୍ଯ୍ୟ ୨୦୨୦ରେ ଶେଷ ହେବ। ୨୦୦୦ରେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଏହି ଗିରିପଥ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ସମୁଦ୍ରପତ୍ତନଠାରୁ ୩୦୦୦ ମିଟର ଉଚ୍ଚରେ ଏହି ୮.୮ କିମି ସୁଡଙ୍ଗ ବିଶ୍ୱର ଦୀର୍ଘତମ। ଏହା କାର୍ଯ୍ୟକାରୀ ହେଲେ ମନାଲି ଓ ଲେହ ମଧ୍ୟରେ ଦୂରତା ୪୬ କିଲୋମିଟର ହ୍ରାସ ପାଇବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଫରପୁର ହସ୍ପିଟାଲ ପଛରେ ମିଳିଲା ମାନବ କଙ୍କାଳ

ପାଟନା,୨୨।୬: ବିହାର ମୁଜାଫରପୁରରେ ଥିବା ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ମସ୍ତିଷ୍କ ଜ୍ୱରରେ ଶହ ଶହ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ଏହି...

ଗର୍ଭବତୀ ରେଞ୍ଜରଙ୍କୁ ଗୋଇଠା ମାଡ଼

ମୁମ୍ବାଇ,୨୦।୧: ଜଣେ ଗର୍ଭବତୀ ଫରେଷ୍ଟ ରେଞ୍ଜରଙ୍କୁ ବାଳରୁ ଘୋଷାଡ଼ି ଗୋଇଠା ମାଡ଼ ଦେଇଛନ୍ତି ଜଣେ ପୂର୍ବତନ ସରପଞ୍ଚ ଓ ତାଙ୍କ ପତ୍ନୀ। ଏଭଳି ଘଟଣା ଘଟିଛି...

ନାବାଳିକାଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା: ୨ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲେ ପୋକ୍ସୋ କୋର୍ଟ

ଜୟପୁର,୨୯।୪: ଗତ ବର୍ଷ ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ଏବଂ ନିର୍ମମ ଭାବେ ହତ୍ୟା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ରାଜସ୍ଥାନର...

ପାଶ୍ୱାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୯।୧୦: ମୋଦି ସରକାରରେ ମନ୍ତ୍ରୀ ଥିବା ରାମବିଳାଶ ପାଶ୍ୱାନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲାଣି...

‘ଦେଶର ପ୍ରତିଷ୍ଠା ବିପଦରେ, ଚାଇନା ଯିବେ ନିବେଶକ’

ନୂଆଦିଲ୍ଲୀ, ୧୦ା୩: ୨୦୧୮ ମସିହାର ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌(ଏନ୍‌ଏସ୍‌ଇ)ର କୋ-ଲୋକେଶନ ଘଟଣାର ତଦନ୍ତରେ ମନ୍ଥରଗତିକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଉପରେ କ୍ଷୁବ୍ଧ ହୋଇଛନ୍ତି...

ବିଶ୍ୱ ପରିବେଶ ଦିବସ ଅବସରରେ ଆର୍ଟ ଅଫ ଲିଭିଙ୍ଗର ସ୍ବତନ୍ତ୍ର କାର୍ଯ୍ୟକ୍ରମ…

ନୂଆଦିଲ୍ଲୀ, ୪।୬ : ବିଶ୍ୱ ପରିବେଶ ଦିବସ ଅବସରରେ, ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଉତ୍ସବର ଏକ ଅଂଶ ଭାବରେ...

ବୋହୂ ମାଛ ତରକାରୀ ପ୍ରସ୍ତୁତ ନ କରିପାରିବାରୁ ଶାଶୁଘର ଲୋକେ ନେଲେ ଏମିତି ନିଷ୍ପତ୍ତି

ପାଟନା,୧୮।୧୧: ବିହାରର ସୁପୌଲରେ ଏକ ଅଭାବନୀୟ ଘଟଣା ଘଟିଛି। ବୋହୂ ମାଛ ପ୍ରସ୍ତୁତ କରି ନ ପାରିବାରୁ ଶାଶୁଘର ଲୋକେ ତାଙ୍କୁ ହତ୍ୟା କରିଛନ୍ତି। ଏହି...

ଖାଲକୁ ଖସିଲା ବସ୍‌: ଚାଲିଗଲା ୫ ଜୀବନ, ୨୫ ଆହତ

ଶ୍ରୀନଗର,୧୫।୯: ୨୫ ଘଣ୍ଟା ମଧ୍ୟରେ ଜମ୍ମୁକଶ୍ମୀରରେ ଦ୍ୱିତୀୟ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାଜୋରିରେ ଏକ ବସ ଖାଲରେ ଖସିପଡିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା...

Advertisement
Archives

Model This Week