ସମୁଦ୍ର ତଟରେ ମୁକୁଳା ପଡ଼ିଛି ୱାଚ୍‌ ଟାୱାର

ବାସୁଦେବପୁର, ୨୮।୪ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ  ବଙ୍ଗୋପସାଗର ସଂଲଗ୍ନ ଥିବା ଏକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଏହି ବ୍ଲକର ୩୬ ପଞ୍ଚାୟତ ଓ ପୌରପାଳିକାର ୨୩ ୱାର୍ଡ। ସେଥିମଧ୍ୟରୁ ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଓ ପୌରପାଳିକାର ୨ ୱାର୍ଡ ସିଧାସଳଖ ବଙ୍ଗୋପସାଗରକୁ ଛୁଇଁଛି। ଧାମରାର ବୈତରଣୀ ମୁହାଣଠାରୁ ଚୂଡ଼ାମଣି ବନ୍ଦର ମୁହାଣ ଓ କାଂଶବାଂଶ ନଦୀର ପଢୁଁଆ ଜେଟି ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳବର୍ତ୍ତୀ ପଞ୍ଚାୟତଗୁଡ଼ିକର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ଜଳପଥରେ ଆତଙ୍କବାଦୀଙ୍କ ପ୍ରବେଶ ଓ ଆକ୍ରମଣର ଭୟ ତଟବର୍ତ୍ତୀ ଲୋକଙ୍କ ମନକୁ ସବୁବେଳେ ଆନ୍ଦୋଳିତ କରୁଛି। ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଓ ଜଳପଥରେ ଆପରାଧିକ କାର୍ଯ୍ୟକଳାପକୁ ହ୍ରାସ କରିବା ଉଦ୍ଦେଶ୍ୟରେ ସମୁଦ୍ର ତଟରେ ଚୂଡ଼ାମଣି ଓ କଷିଆଠାରେ ନିର୍ମାଣ କରାଯାଇଥିବା ୱାଚ୍‌ ଟାୱାର ଦୀର୍ଘବର୍ଷ ଧରି ମୁକୁଳା ପଡ଼ିଛି। ଏହି ୱାଚ୍‌ ଟାୱାରରେ ଜଗିବା ପାଇଁ କୌଣସି ଯନ୍ତ୍ର କିମ୍ବା କର୍ମଚାରୀ ନାହାନ୍ତି। ୱାଚ୍‌ ଟାୱାରରେ ଏବେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଅସାମାଜିକ ଯୁବକମାନେ ନିରୋଳା ସ୍ଥାନ ପାଇ ଏଠାରେ ଆଡ୍ଡା ଜମାଉଛନ୍ତି। ସେମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟ ସହିତ ନିଶା ସେବନ କରୁଥିବା ଅଭିଯୋଗ ହେଉଛି। ଫଳରେ ଉପକୂଳ ଲୋକଙ୍କ ସୁରକ୍ଷା ପାଇଁ ନିର୍ମିତ ୱାଚ୍‌ ଟାୱାର ତା’ର ପ୍ରକୃତ ଲକ୍ଷ୍ୟ ଓ ଉଦ୍ଦେଶ୍ୟଠାରୁ ଦୂରେଇ ଯାଇଛି। ଉପକୂଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଢିଲା ହୋଇପଡ଼ିଛି।

ଜଳପଥରେ ଅପରାଧ ରୋକିବା ଓ ତଟବର୍ତ୍ତୀ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବାସୁଦେବପୁରରେ ଚୂଡ଼ାମଣି ଓ କଷିଆଠାରେ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଥିବା ବେଳେ ତାହା ଉପରେ ଲୋକଙ୍କର ଭରସା ରହୁନି। ଏହି ଦୁଇ ଥାନା ନାମକୁ ମାତ୍ର ଚାଲିଛି। କଷିଆ ସାମୁଦ୍ରିକ ଥାନାରେ ସ୍ଥାୟୀ ଘର ନିର୍ମାଣ ହୋଇପାରି ନାହିଁ। ଅସ୍ଥାୟୀ ଭାବେ ଗତ ୩ ବର୍ଷ ଧରି ଏକ ଅର୍ଦ୍ଧଭଗ୍ନ ରେଡକ୍ରସ ଘରେ ଏହି ସାମୁଦ୍ରିକ ଥାନା କଷିଆ ସମୁଦ୍ର ତଟରେ ଚାଲୁଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ଓ ଆନୁଷଙ୍ଗିକ ଅସ୍ତ୍ରଶସ୍ତ୍ର ମଧ୍ୟ ଏହି ଥାନାକୁ ଯୋଗାଇ ଦିଆଯାଉ ନାହିଁ। ଚୂଡ଼ାମଣି ସାମୁଦ୍ରିକ ଥାନାର ମଧ୍ୟ ଅନୁରୂପ ଅବସ୍ଥା। କର୍ମଚାରୀ ଅଭାବ ସହ ଏହି ଦୁଇ ଥାନାରେ ପାୱାରବୋଟ ନ ଥିବାରୁ ସମୁଦ୍ରରେ ପାଟ୍ରୋଲିଂ କରାଯାଇପାରୁ ନାହିଁ। ଫଳରେ ଜଳପଥରେ ଆପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ଚୂଡ଼ାମଣି ଓ କଷିଆ ସମୁଦ୍ର କୂଳରେ ୱାଚ୍‌ ଟାୱାର ମୁକୁଳା ପଡ଼ିଥିବାରୁ ତଟବର୍ତ୍ତୀ ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ବୋଲି ସାମାଜିକ କର୍ମୀ ଚିନ୍ତାମଣି ଦାସ ମତପ୍ରକାଶ କରିଛନ୍ତି। ଏଥିସହ ତୁରନ୍ତ ଏଠାରେ ୱାଚ୍‌ଟାୱାର କର୍ମଚାରୀ ନିଯୁକ୍ତି ସକାଶେ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଚୂଡ଼ାମଣି ଟ୍ରଲର ମାଲିକ ସଂଘ ସଭାପତି ଶଶିକାନ୍ତ ନାୟକ ୱାଚ୍‌ ଟାୱାରକୁ କ୍ରିୟାଶୀଳ କରିବା ସହ ସାମୁଦ୍ରିକ ଥାନା ପୋଲିସକୁ ଅଧିକ ସତର୍କ ଓ ସଜାଗ କରାଗଲେ ଉପକୂଳବର୍ତ୍ତୀ ଲୋକଙ୍କ ମନରୁ ଭୟ ଦୂର ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଉତ୍‌କ୍ଷେପଣ ହେଲା ‘ବ୍ରହ୍ମୋସ’

ବାଲେଶ୍ୱର ଅଫିସ,୧୨ା୭: ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ ଆଜି ଉତ୍‌କ୍ଷେପଣ ହୋଇଛି ସୁପରସୋନିକ୍‌ କ୍ରୁଜ ମିସାଇଲ ‘ବ୍ରହ୍ମୋସ’। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୬୫୦ରୁ ୮୦୦ କିଲୋମିଟର। ଶବ୍ଦର...

ନମ୍ବର ପ୍ଲେଟ ଖୋଲି ମୋରମ ଚୋରାଚାଲାଣ

ଜଳେଶ୍ୱର, ୨୯ା୮(ଡି.ଏନ.ଏ.): ଜଳେଶ୍ୱର ବ୍ଲକ ରାଇବଣିଆର ବିଭିନ୍ନ ଜଙ୍ଗଲ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ବ୍ୟାପକ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ମୋରମ ଖନନ ଓ ପରିବହନ...

ଦାବି ପୂରଣ ନ ହେଲେ ଆନ୍ଦୋଳନ

ବାଲେଶ୍ୱର ଅଫିସ,୧୬।୧୧: ଓଡ଼ିଶା ଅମଲା ସଂଘର ବାଲେଶ୍ୱର ଶାଖା ପକ୍ଷରୁ କନିଷ୍ଠ ସହାୟକମାନଙ୍କ ଯୋଗ୍ୟତା ଭିତ୍ତିକ ଦରମା ଓ ଗ୍ରେଡ୍‌ ପେ ବୃଦ୍ଧି କରିବା ପାଇଁ...

ଟ୍ରକ ଧକ୍କାରେ ଦୁଇ ଜଣଙ୍କ ଜୀବନ ଗଲା

ରାଇସୁଆଁ,୩ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ନିକଟରେ ସୋମବାର ସକାଳେ ଏକ ଟ୍ରକ ଧକ୍କା ଦେବାରୁ ରାଇସୁଆଁର ଜଣେ ଯୁବତୀ ଓ ଜଣେ ମହିଳାଙ୍କ ଜୀବନ...

ଛତ୍ରପତି ଶିବାଜୀଙ୍କ ଜୀବନୀ ଉପରେ ଆଲୋଚନା

ସଜନାଗଡ଼, ୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଭାଜପା ପକ୍ଷରୁ ଗୁରୁବାର ନୀଳଗିରି ଭାଜପା କାର୍ଯ୍ୟାଳୟରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ...

ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ରାଜନୈତିକ ବିବାଦକୁ ନେଇ ବିଜେଡି ଓ ଭାଜପା ସମର୍ଥକମାନେ ମୁହଁାମୁହିଁ ହେବା...

ମୟୂରଭଞ୍ଜରେ ୯ଟା ସୁଦ୍ଧା ଆରମ୍ଭ ହୋଇନି ଗଣତି : ଜଳଖିଆ ପାଇଁ ଉତ୍ତେଜନା

ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲାର ୪ଟି ଭୋଟ ଗଣତି କେନ୍ଦ୍ରରେ ସକାଳ ୯ ଟା ସୁଦ୍ଧା ଆରମ୍ଭ ହୋଇ ପାରିନି ଭୋଟ ଗଣତି । ସକାଳ...

ଜାଲ୍‌ ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକେଇ

ରୂପ୍‌ସା,୨୩|୧( ଡିଏନଏ )  ନିଜକୁ ତହସିଲ କର୍ମଚାରୀ କହି ନକଲି ଜମି ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଜଣେ ଯୁବକ। ଏମିତି ଏକ ଘଟଣା...

Advertisement
Archives

Model This Week