ସମୁଦ୍ର ତଟରେ ମୁକୁଳା ପଡ଼ିଛି ୱାଚ୍‌ ଟାୱାର

ବାସୁଦେବପୁର, ୨୮।୪ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ  ବଙ୍ଗୋପସାଗର ସଂଲଗ୍ନ ଥିବା ଏକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଏହି ବ୍ଲକର ୩୬ ପଞ୍ଚାୟତ ଓ ପୌରପାଳିକାର ୨୩ ୱାର୍ଡ। ସେଥିମଧ୍ୟରୁ ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଓ ପୌରପାଳିକାର ୨ ୱାର୍ଡ ସିଧାସଳଖ ବଙ୍ଗୋପସାଗରକୁ ଛୁଇଁଛି। ଧାମରାର ବୈତରଣୀ ମୁହାଣଠାରୁ ଚୂଡ଼ାମଣି ବନ୍ଦର ମୁହାଣ ଓ କାଂଶବାଂଶ ନଦୀର ପଢୁଁଆ ଜେଟି ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳବର୍ତ୍ତୀ ପଞ୍ଚାୟତଗୁଡ଼ିକର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ଜଳପଥରେ ଆତଙ୍କବାଦୀଙ୍କ ପ୍ରବେଶ ଓ ଆକ୍ରମଣର ଭୟ ତଟବର୍ତ୍ତୀ ଲୋକଙ୍କ ମନକୁ ସବୁବେଳେ ଆନ୍ଦୋଳିତ କରୁଛି। ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଓ ଜଳପଥରେ ଆପରାଧିକ କାର୍ଯ୍ୟକଳାପକୁ ହ୍ରାସ କରିବା ଉଦ୍ଦେଶ୍ୟରେ ସମୁଦ୍ର ତଟରେ ଚୂଡ଼ାମଣି ଓ କଷିଆଠାରେ ନିର୍ମାଣ କରାଯାଇଥିବା ୱାଚ୍‌ ଟାୱାର ଦୀର୍ଘବର୍ଷ ଧରି ମୁକୁଳା ପଡ଼ିଛି। ଏହି ୱାଚ୍‌ ଟାୱାରରେ ଜଗିବା ପାଇଁ କୌଣସି ଯନ୍ତ୍ର କିମ୍ବା କର୍ମଚାରୀ ନାହାନ୍ତି। ୱାଚ୍‌ ଟାୱାରରେ ଏବେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଅସାମାଜିକ ଯୁବକମାନେ ନିରୋଳା ସ୍ଥାନ ପାଇ ଏଠାରେ ଆଡ୍ଡା ଜମାଉଛନ୍ତି। ସେମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟ ସହିତ ନିଶା ସେବନ କରୁଥିବା ଅଭିଯୋଗ ହେଉଛି। ଫଳରେ ଉପକୂଳ ଲୋକଙ୍କ ସୁରକ୍ଷା ପାଇଁ ନିର୍ମିତ ୱାଚ୍‌ ଟାୱାର ତା’ର ପ୍ରକୃତ ଲକ୍ଷ୍ୟ ଓ ଉଦ୍ଦେଶ୍ୟଠାରୁ ଦୂରେଇ ଯାଇଛି। ଉପକୂଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଢିଲା ହୋଇପଡ଼ିଛି।

ଜଳପଥରେ ଅପରାଧ ରୋକିବା ଓ ତଟବର୍ତ୍ତୀ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବାସୁଦେବପୁରରେ ଚୂଡ଼ାମଣି ଓ କଷିଆଠାରେ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଥିବା ବେଳେ ତାହା ଉପରେ ଲୋକଙ୍କର ଭରସା ରହୁନି। ଏହି ଦୁଇ ଥାନା ନାମକୁ ମାତ୍ର ଚାଲିଛି। କଷିଆ ସାମୁଦ୍ରିକ ଥାନାରେ ସ୍ଥାୟୀ ଘର ନିର୍ମାଣ ହୋଇପାରି ନାହିଁ। ଅସ୍ଥାୟୀ ଭାବେ ଗତ ୩ ବର୍ଷ ଧରି ଏକ ଅର୍ଦ୍ଧଭଗ୍ନ ରେଡକ୍ରସ ଘରେ ଏହି ସାମୁଦ୍ରିକ ଥାନା କଷିଆ ସମୁଦ୍ର ତଟରେ ଚାଲୁଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ଓ ଆନୁଷଙ୍ଗିକ ଅସ୍ତ୍ରଶସ୍ତ୍ର ମଧ୍ୟ ଏହି ଥାନାକୁ ଯୋଗାଇ ଦିଆଯାଉ ନାହିଁ। ଚୂଡ଼ାମଣି ସାମୁଦ୍ରିକ ଥାନାର ମଧ୍ୟ ଅନୁରୂପ ଅବସ୍ଥା। କର୍ମଚାରୀ ଅଭାବ ସହ ଏହି ଦୁଇ ଥାନାରେ ପାୱାରବୋଟ ନ ଥିବାରୁ ସମୁଦ୍ରରେ ପାଟ୍ରୋଲିଂ କରାଯାଇପାରୁ ନାହିଁ। ଫଳରେ ଜଳପଥରେ ଆପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ଚୂଡ଼ାମଣି ଓ କଷିଆ ସମୁଦ୍ର କୂଳରେ ୱାଚ୍‌ ଟାୱାର ମୁକୁଳା ପଡ଼ିଥିବାରୁ ତଟବର୍ତ୍ତୀ ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ବୋଲି ସାମାଜିକ କର୍ମୀ ଚିନ୍ତାମଣି ଦାସ ମତପ୍ରକାଶ କରିଛନ୍ତି। ଏଥିସହ ତୁରନ୍ତ ଏଠାରେ ୱାଚ୍‌ଟାୱାର କର୍ମଚାରୀ ନିଯୁକ୍ତି ସକାଶେ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଚୂଡ଼ାମଣି ଟ୍ରଲର ମାଲିକ ସଂଘ ସଭାପତି ଶଶିକାନ୍ତ ନାୟକ ୱାଚ୍‌ ଟାୱାରକୁ କ୍ରିୟାଶୀଳ କରିବା ସହ ସାମୁଦ୍ରିକ ଥାନା ପୋଲିସକୁ ଅଧିକ ସତର୍କ ଓ ସଜାଗ କରାଗଲେ ଉପକୂଳବର୍ତ୍ତୀ ଲୋକଙ୍କ ମନରୁ ଭୟ ଦୂର ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri