ସମାଲୋଚନା ଓ ଫକୀରମୋହନ

ବିଭୁପ୍ରସାଦ ମହାପାତ୍ର

ଯୁକ୍ତରାଷ୍ଟ୍ର ଆମେରିକାର ଲେଖକ ତଥା ଦାର୍ଶନିକ ଏଲ୍‌ବର୍ଟ ଗ୍ରୀନ୍‌ ହବାର୍ଡ (୧୮୫୬-୧୯୧୫) ମାର୍କିନ ମୋଟର ନିର୍ମାତା ଓ ରାଜନେତା ଜନ୍‌ ନର୍ଥ ଓ୍ବିଲିସ୍‌ (୧୮୭୩-୧୯୩୫)ଙ୍କ ଉପରେ ଏକ ପୁସ୍ତକ ରଚନା କରିଛନ୍ତି। ଉକ୍ତ ପୁସ୍ତକର ଏକ ଉକ୍ତି ହେଲା-“Do nothing, say nothing, and be nothing, and you will never be criticized.” (ସମାଲୋଚନାରୁ ମୁକ୍ତି ଚାହୁଁଥିଲେ କିଛି କରନ୍ତୁ ନାହିଁ, କିଛି କୁହନ୍ତୁ ନାହିଁ ଏବଂ କିଛି ହୁଅନ୍ତୁ ନାହିଁ।) ଯେଉଁଠି କର୍ମ ହେଉଛି ‘ଜୀବନର ମାନଦଣ୍ଡ’, ସେଠି କିଛି ନ କରି ସମାଲୋଚନା ଭୟରେ ରହିହେବ କି?
ତେବେ ଯେକୌଣସି ଇତର କର୍ମ ହେଉ କି ସାହିତ୍ୟ ସୃଜନ ପରି ଜ୍ଞାନାଶ୍ରିତ ଉତ୍ତମ କର୍ମ, ସମାଲୋଚନା ରହିବ ହିଁ ରହିବ। ଷୋଡ଼ଶ ଶତାବ୍ଦୀରେ ଅତିବଡୀ ଜଗନ୍ନାଥ ଦାସ ମାନକ ଓଡ଼ିଆ ଭାଷାରେ ‘ଭାଗବତ’ ରଚନା କଲେ ଏବଂ ତାହା ପ୍ରାକୃତ ତଥା ଜନସାଧାରଣଙ୍କ କଥିତ ଭାଷାରେ ରଚନା ହୋଇଥିବାରୁ ସର୍ବଜନାଦୃତ ହୋଇଥିଲା। ଓଡ଼ିଆଙ୍କ ଚଳଣି ସହ ଯୋଡି ହୋଇଯାଇଥିବା ଯେଉଁ କୃତିକୁ ଲୋକେ ଗାଁ ଗାଁରେ ଭାଗବତ ଟୁଙ୍ଗି ସ୍ଥାପନ କରି ‘ଭାଗବତ ଗୋସେଇଁ’ ରୂପେ ପୂଜା କରିଆସୁଛନ୍ତି, ଦିନ ଥିଲା ସେହି ଅତୁଳନୀୟ କୃତିକୁ ସଂସ୍କୃତପ୍ରଧାନ ସମାଜ ତଥା ବ୍ରାହ୍ମଣ ଶାସନମାନଙ୍କରେ ‘ତେଲୀ ଭାଗବତ’ର ଆକ୍ଷେପ ଶୁଣିିବାକୁ ପଡ଼ିଥିଲା। ଜଣେ ସଚ୍ଚା ସମାଲୋଚକର କର୍ତ୍ତବ୍ୟ ହେଲା- ନିରପେକ୍ଷ ଭାବେ ବ୍ୟକ୍ତିଗତ ଆକ୍ଷେପ ନ କରି କୃତିଟିର ଗୁଣଦୋଷ ବାଛିବା, ସାହିତ୍ୟ ସମାଲୋଚକଟିଏ ସାହିତ୍ୟକୃତିର ବିଶ୍ଳେଷଣ ପୂର୍ବକ କେବଳ କୃତିକୁ ନୁହଁ, ସାହିତ୍ୟକୁ ସୁଧାରିଥାଏ। ସେ ଚାଟୁକାର ସ୍ତାବକ ହୋଇ ନ ପାରେ କି ଦ୍ୱେଷପ୍ରଚୋଦିତ ଦୋଷଦର୍ଶୀ ନୁହେଁ। ଅବଶ୍ୟ ନିର୍ବିକଳ୍ପ ଏବଂ ଦ୍ୱେଷରହିତ ସମାଲୋଚକ ଆଜିକା ସମୟରେ ବିରଳ କହିଲେ ଚଳେ। ତଥାପି କିଛି ସାହିତି୍ୟକ ଉଦାର ହୃଦୟରେ ସମାଲୋଚନାକୁ ଗ୍ରହଣ କରୁଥିବା ବେଳେ ଆଉ ଥୋକେ ସମାଲୋଚନାର ଶରବ୍ୟ ଓ ସମାଲୋଚକର ଉଦ୍ଦେଶ୍ୟପ୍ରଣୋଦିତ ଆକ୍ଷେପରେ କ୍ଷୁବ୍ଧ ହୋଇଥାନ୍ତି।
ଓଡ଼ିଆ ପିଲାମାନଙ୍କ ନିମନ୍ତେ ପାଠ୍ୟପୁସ୍ତକ ଅଭାବକୁ ଲକ୍ଷ୍ୟ କରି ଭାଷା ଆନ୍ଦୋଳନର ସେନାପତି ତଥା ରିଙ୍ଗ୍‌ ଲିଡର ଫକୀରମୋହନ ସେନାପତି (୧୮୪୩-୧୯୧୮) ‘ଭାରତବର୍ଷର ଇତିହାସ’ (୧ମ ଭାଗ) ରଚନା କରନ୍ତି। ଉତ୍କଳ ଦୀପିକାର ସମ୍ପାଦକ ଓଡ଼ିଆପ୍ରାଣ କର୍ମବୀର ଗୌରୀଶଙ୍କର ରାୟ (୧୮୩୮-୧୯୧୭) ପୁସ୍ତକଟିକୁ ତ୍ରୁଟିଯୁକ୍ତ ଥିବା ଦେଖି ଯାହା ଲେଖିଥିଲେ- ”ଅତଏବ ଏମନ୍ତ କାଳରେ ନୂତନ ପୁସ୍ତକମାନ ମୁଦ୍ରିତ ଓ ପ୍ରଚାର ହେବାର ଦେଖି ବଡ଼ ଆନନ୍ଦବୋଧ ହୁଅଇ କିନ୍ତୁ ପକ୍ଷାନ୍ତରେ ଏ ସମସ୍ତ ପୁସ୍ତକ ରଚନା ପାଠ କରି ଅତ୍ରତ୍ୟ ଲୋକମାନେ କ୍ରମେ ଉତ୍କଳ ଭାଷାକୁ ପାସୋରି ଏକ ବିବାଦୀୟ ବଙ୍ଗୋତ୍କଳ ମିଶ୍ରିତ ଭାଷା ଶିକ୍ଷା କରିବେ, ଏହା ମନେ ପଡିବାରୁ ଅପାର ଦୁଃଖ ଜାତ ହୁଅଇ। …ଗ୍ରନ୍ଥର ରଚନା ପ୍ରତି ଦୃଷ୍ଟି ଦେଲେ ସ୍ପଷ୍ଟ ପ୍ରତୀତ ହେଉଅଛି ଯେ ଗ୍ରନ୍ଥକର୍ତ୍ତା ବିଷମୟ ମିଷ୍ଟାନ୍ନ ପ୍ରସ୍ତୁତ କରି ଉତ୍କଳ ଭାଷାର ବିକାଶ ସାଧନ ପକ୍ଷରେ ଯେ ରୂପ ଦୃଢପ୍ରତିଜ୍ଞ ହୋଇଅଛନ୍ତି, ତହିଁରେ ତାହାଙ୍କୁ କପଟବନ୍ଧୁ ଭିନ୍ନ ଆଉ କି ଜ୍ଞାନ କରିବୁ?“
ଉତ୍କଳ ବରେଣ୍ୟ ଫକୀରମୋହନ ‘ଭାରତବର୍ଷର ଇତିହାସ’ (୨ୟ ଭାଗ) ରଚନା କରିବା କାଳରେ ସମାଲୋଚନାକୁ ସହୃଦୟତାର ସହ ଗ୍ରହଣ ପୂର୍ବକ ପୁସ୍ତକଟିକୁ ତ୍ରୁଟିରହିତ କରିବା ନିମନ୍ତେ ଯଥାସାଧ୍ୟ ଉଦ୍ୟମ କଲେ। ବାଲେଶ୍ୱରର ଉତ୍କଳ ପ୍ରେସ୍‌ରେ ମୁଦ୍ରିତ ହୋଇଥିବା ଉକ୍ତ ଗ୍ରନ୍ଥର ଏକକିତା ଉପହାର ସ୍ବରୂପ କର୍ମବୀରଙ୍କୁ ପ୍ରଦାନ କରିଥିଲେ। ମହାମନା ସେନାପତି ଉଦାର ହୃଦୟରେ ସମାଲୋଚନାକୁ ଗ୍ରହଣ କରି ପୁଣି ସ୍ବୟଂ ସମାଲୋଚକ ନିକଟକୁ କପିଟିଏ ପଠାଇଥିବାରୁ ଆନନ୍ଦିତ ହୋଇ ‘ଉତ୍କଳ ଦୀପିକା’ରେ ଯାହା ଲେଖିଥିଲେ- ”ଏମନ୍ତ କିଏ ରଚନା କରିବ କି ଯହିଁରେ ଗୋଟିଏ ହୋଇ ଭ୍ରମ ନ ଥିବ? ମାତ୍ର ସେହି ବ୍ୟକ୍ତି ପ୍ରଶଂସନୀୟ ଯେ କି ଭ୍ରମର କଥା ଶୁଣିଲାରୁ ତହିଁରେ ବିରକ୍ତ ନ ହୋଇ ଭବିଷ୍ୟତକୁ ତାହା ପକ୍ଷରେ ଯତ୍ନ କରଇ।… ନୋହିଲେ ଏମନ୍ତ ଲୋକ ନାହାନ୍ତି କି ତାହାଙ୍କର ଭ୍ରମ କେହି ଦେଖାଇଦେଲେ ଗୌରବର କ୍ଷତି ଜ୍ଞାନ କରି ରାଗାନ୍ବିତ ହୁଅନ୍ତି ଓ ଆପଣାର ଭ୍ରମ ସଂଶୋଧନ ତେଣିକି ଥାଉ, ଅପର ବ୍ୟକ୍ତିର କାର୍ଯ୍ୟରେ ଛିଦ୍ର ଅନୁସନ୍ଧାନ କରି ବୁଲୁଥାନ୍ତି।“
ଏପରି ମହାମନା ଥିଲେ ଆମ ପ୍ରିୟ ଫକୀରମୋହନ। ସେଥିପାଇଁ କୁହାଯାଏ-ସତ୍‌ପାତ୍ର ସିନା ଗୁଣଦୋଷର ମର୍ମ ଗ୍ରହଣ କରିବ ଅପାତ୍ରରେ କହି ଲାଭ କି ଅଛି?
ଭୋଗଡା, ଖୋର୍ଦ୍ଧା, ମୋ-୭୦୦୮୦୫୩୫୯୭


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri