ସମାଜସେବାରୁ ମିଳୁଛି ଆତ୍ମତୃପ୍ତି

‘ଗୋଟିଏ ପଟେ ସମାଜସେବା ଅନ୍ୟପଟରେ ସାରସ୍ବତ ସାଧନା-ଏ ଦୁଇଟିକୁ ବେଶ୍‌ ସମାନ୍ତରାଳ ଭାବରେ ଆଗେଇନେବାରେ ସକ୍ଷମ ହୋଇଛନ୍ତି ଏହି ମହିଳା। ନିଜର କାମ ପାଇଁ ପ୍ରଶଂସା ସାଉଁଟି ଚାଲିଛନ୍ତି ଜଗତ୍‌ସିଂହପୁରରେ ଜନ୍ମିତା ସରସ୍ବତୀ ବେହେରା…

ସମାଜରେ ଘଟୁଥିବା ଅନ୍ଧବିଶ୍ୱାସ, କୁସଂସ୍କାର, ଅଶିକ୍ଷା ଓ ଅପସଂସ୍କୃତି ତାଙ୍କ ମନରେ ବିଦ୍ରୋହ ସୃଷ୍ଟି କରୁଥିଲା। ଏହି ଅନ୍ତର୍ଚେତନାକୁ କେବଳ ତାଙ୍କ କଲମ ମୁନରେ ଜୀବନ୍ତ ଭାବେ ଉପସ୍ଥାପନ କରୁ ନ ଥିଲେ ବରଂ ଅଧ୍ୟାପନାର ଅବକାଶ ସମୟରେ ଗାଁ ଗାଁ ବୁଲି ଲୋକଙ୍କ ଭଲମନ୍ଦ ବୁଝୁଥିଲେ। ରୋଗରୁ ମୁକ୍ତି, ଜମିରେ ଭଲ ଫସଲ ଅମଳ ଓ ମନସ୍କାମନା ପୂର୍ଣ୍ଣ ହେବା ନିମନ୍ତେ ପଶୁବଳି ବିରୋଧରେ ଗ୍ରାମସଭା କରି ସଚେତନ କରାଉଥିଲେ। ସ୍କୁଲକୁ ଆସୁ ନ ଥିବା ତଥା ଅଧାରୁ ପାଠ ଛାଡୁଥିବା ଗରିବ ଆଦିବାସୀ ତଥା ବସ୍ତି ଅଞ୍ଚଳର ଛାତ୍ରୀଛାତ୍ରଙ୍କୁ ଶିକ୍ଷାୟତନରେ ସାମିଲ କରିବା ପାଇଁ ତାଙ୍କର ଉଦ୍ୟମ ଏବେ ବି ଜାରି ରହିଛି। ଅନେକ ଘାତ ପ୍ରତିଘାତକୁ ସାମ୍ନା କରିବା ସତ୍ତ୍ୱେ ସାହସର ସହ ଅନ୍ୟାୟ ପାଇଁ ଲଢ଼ି ଚାଲିଛନ୍ତି। ଏହି ଅନନ୍ୟା ଆଦର୍ଶ ଲେଖିକା ତଥା ଅବସରପ୍ରାପ୍ତ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ହେଉଛନ୍ତି ସରସ୍ବତୀ ବେହେରା। ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମର ସ୍ବର୍ଗତ ଅନନ୍ତ ବେହେରା ଓ ଗୁରୁବାରୀ ବେହେରାଙ୍କ କନ୍ୟା ସେ। ୧୯୫୬ ମସିହା ନଭେମ୍ବର ୨୦ ତାରିଖରେ ତାଙ୍କର ଜନ୍ମ। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୋଖରିଆପଡ଼ାର ସାମାଜିକ କର୍ମୀ ରବୀନ୍ଦ୍ର କୁମାର ବେହେରାଙ୍କ ସହ ବିବାହ ସମ୍ପନ୍ନ ହେଲା ୧୯୭୭ରେ। ତାଙ୍କର ୨ ପୁଅ ଓ ଗୋଟିଏ ଝିଅ। ସ୍ବାମୀଙ୍କ ପ୍ରୋତ୍ସାହନ ତାଙ୍କୁ ଲେଖାଲେଖି ସହ ସମାଜସେବା କରିବାକୁ ବେଶ୍‌ ପ୍ରେରଣା ଯୋଗଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନୂଆପଡ଼ା, କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ୱର ଆଦି ସ୍ଥାନରେ ଦାୟିତ୍ୱ ତୁଲାଇବା ପରେ ପ୍ରମୋଶନ ପାଇ ବ୍ଲକ ଶିକ୍ଷା ଅଧିକାରିଣୀ ଓ ପରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କଲେ। ଅବସର ନେବା ପରେ ଏବେ ଲେଖାଲେଖି ଜାରି ରଖିଛନ୍ତି। ଛୋଟବେଳୁ ମା’ବାପାଙ୍କ ପ୍ରେରଣା ଓ ଉତ୍ସାହ ତାଙ୍କୁ ନିଜ ଗୋଡ଼ରେ ଛିଡ଼ାହେବା ପାଇଁ ଅନୁପ୍ରାଣିତ କରିଥିଲା। ହାଇସ୍କୁଲରେ ପଢ଼ିବାବେଳେ ପାଠଚକ୍ରରେ ପାଠ କରାଯାଉଥିବା ଏକ ବହି ସାର୍‌ ମୋତେ ଦେଇଥିଲେ। ଆଉ ମୁଁ ସେହି ବହିକୁ ହଜାଇ ଦେଇଥିଲି। ସାର୍‌ କାଳେ ରାଗିବେ ବୋଲି ମୁଁ ମନକୁ ମନ ଏକ ଜଣାଣ ଲେଖି ସେହି ଜଣାଣକୁ ଶ୍ରୀମା ଅରବିନ୍ଦ ପାଠଚକ୍ରରେ ଗାଇଲି। ଆଉ ଏହାକୁ ଶୁଣି ସମସ୍ତେ ମନ୍ତ୍ରମୁଗ୍ଧ ହୋଇଗଲେ। ସେହି ମୁହୂର୍ତ୍ତରୁ ଲେଖାଲେଖି ପ୍ରତି ମୁଁ ବେଶି ଉତ୍ସାହିତ ହୋଇପଡ଼ିଲି ବୋଲି କୁହନ୍ତି ସରସ୍ବତୀ। ସ୍ବାମୀ ରବୀନ୍ଦ୍ର ଥିଲେ କମ୍ୟୁନିଷ୍ଟ ପାର୍ଟିର ଜଣେ ସମର୍ଥକ। ବିିଭିନ୍ନ ଅଭାବୀ ଲୋକ ତଥା ଦିନମଜୁରିଆ ତାଙ୍କ ପାଖକୁ ଆସୁଥିଲେ ସେମାନଙ୍କ ସମସ୍ୟା ସମାଧାନର ପରାମର୍ଶ ନେବାକୁ। ଏସବୁ ସରସ୍ବତୀଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ସାହିତ୍ୟ ସୃଜନ ସହ ସମ୍ପୃକ୍ତି ଓ ସଫଳତା ତାଙ୍କୁ ଆଣିଦେଇଥିଲା ଏକାଧିକ ସମ୍ମାନ ଓ ସ୍ବୀକୃତି। ସେଗୁଡ଼ିକ ହେଲା ଗଦାଧର ସାହିତ୍ୟ ସମ୍ମାନ, କେନ୍ଦ୍ରାପଡ଼ା ଜିଲା ସାହିତ୍ୟ ସମ୍ମାନ, ଭାରତୀୟ ଦଳିତ ସାହିତ୍ୟ ସମ୍ମାନ, ମନସ୍ବିନୀ ସାହିତ୍ୟ ସମ୍ମାନ, ଅନନ୍ୟା ସମ୍ମାନ, ପୁସ୍ତକ ମେଳା ପୁରସ୍କାର, ଶ୍ରୀକ୍ଷେତ୍ର ସମ୍ମାନ, ରାଜ୍ୟ କଳା ଗବେଷଣା ପ୍ରଶିକ୍ଷଣ ସମ୍ମାନ, ବିଭାବନା ସମ୍ମାନ, ନାରୀ ସୁରକ୍ଷା ସମ୍ମାନ ଏବଂ ଓଡିଶା ଲେଖିକା ସଂସଦ ବ୍ରଜେନ୍ଦ୍ର ସାହିତ୍ୟ ସମ୍ମାନ। ତାଙ୍କ ରଚିତ ଗଳ୍ପ ସଂକଳନ କଳାପତାକା,କାଗଜଡଙ୍ଗାରେ କାରୁବାକୀ, ପ୍ରଥମ ପାପ, ମାଟିଘରେ ବର୍ଷାଋତୁ, ଫାର୍ମ ହାଉସ୍‌ରେ ଦିନେ, କବିତା ସଂକଳନ କୁଆଁରୀ ମାଟିର କାବ୍ୟ ଆଦି ବେଶ୍‌ ପାଠକାଦୃତି ଲାଭ କରିଛି।
-ଦେବସ୍ମିତା ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri