ସମାଜସେବାରୁ ମିଳୁଛି ଆତ୍ମତୃପ୍ତି

‘ଗୋଟିଏ ପଟେ ସମାଜସେବା ଅନ୍ୟପଟରେ ସାରସ୍ବତ ସାଧନା-ଏ ଦୁଇଟିକୁ ବେଶ୍‌ ସମାନ୍ତରାଳ ଭାବରେ ଆଗେଇନେବାରେ ସକ୍ଷମ ହୋଇଛନ୍ତି ଏହି ମହିଳା। ନିଜର କାମ ପାଇଁ ପ୍ରଶଂସା ସାଉଁଟି ଚାଲିଛନ୍ତି ଜଗତ୍‌ସିଂହପୁରରେ ଜନ୍ମିତା ସରସ୍ବତୀ ବେହେରା…

ସମାଜରେ ଘଟୁଥିବା ଅନ୍ଧବିଶ୍ୱାସ, କୁସଂସ୍କାର, ଅଶିକ୍ଷା ଓ ଅପସଂସ୍କୃତି ତାଙ୍କ ମନରେ ବିଦ୍ରୋହ ସୃଷ୍ଟି କରୁଥିଲା। ଏହି ଅନ୍ତର୍ଚେତନାକୁ କେବଳ ତାଙ୍କ କଲମ ମୁନରେ ଜୀବନ୍ତ ଭାବେ ଉପସ୍ଥାପନ କରୁ ନ ଥିଲେ ବରଂ ଅଧ୍ୟାପନାର ଅବକାଶ ସମୟରେ ଗାଁ ଗାଁ ବୁଲି ଲୋକଙ୍କ ଭଲମନ୍ଦ ବୁଝୁଥିଲେ। ରୋଗରୁ ମୁକ୍ତି, ଜମିରେ ଭଲ ଫସଲ ଅମଳ ଓ ମନସ୍କାମନା ପୂର୍ଣ୍ଣ ହେବା ନିମନ୍ତେ ପଶୁବଳି ବିରୋଧରେ ଗ୍ରାମସଭା କରି ସଚେତନ କରାଉଥିଲେ। ସ୍କୁଲକୁ ଆସୁ ନ ଥିବା ତଥା ଅଧାରୁ ପାଠ ଛାଡୁଥିବା ଗରିବ ଆଦିବାସୀ ତଥା ବସ୍ତି ଅଞ୍ଚଳର ଛାତ୍ରୀଛାତ୍ରଙ୍କୁ ଶିକ୍ଷାୟତନରେ ସାମିଲ କରିବା ପାଇଁ ତାଙ୍କର ଉଦ୍ୟମ ଏବେ ବି ଜାରି ରହିଛି। ଅନେକ ଘାତ ପ୍ରତିଘାତକୁ ସାମ୍ନା କରିବା ସତ୍ତ୍ୱେ ସାହସର ସହ ଅନ୍ୟାୟ ପାଇଁ ଲଢ଼ି ଚାଲିଛନ୍ତି। ଏହି ଅନନ୍ୟା ଆଦର୍ଶ ଲେଖିକା ତଥା ଅବସରପ୍ରାପ୍ତ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ହେଉଛନ୍ତି ସରସ୍ବତୀ ବେହେରା। ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମର ସ୍ବର୍ଗତ ଅନନ୍ତ ବେହେରା ଓ ଗୁରୁବାରୀ ବେହେରାଙ୍କ କନ୍ୟା ସେ। ୧୯୫୬ ମସିହା ନଭେମ୍ବର ୨୦ ତାରିଖରେ ତାଙ୍କର ଜନ୍ମ। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୋଖରିଆପଡ଼ାର ସାମାଜିକ କର୍ମୀ ରବୀନ୍ଦ୍ର କୁମାର ବେହେରାଙ୍କ ସହ ବିବାହ ସମ୍ପନ୍ନ ହେଲା ୧୯୭୭ରେ। ତାଙ୍କର ୨ ପୁଅ ଓ ଗୋଟିଏ ଝିଅ। ସ୍ବାମୀଙ୍କ ପ୍ରୋତ୍ସାହନ ତାଙ୍କୁ ଲେଖାଲେଖି ସହ ସମାଜସେବା କରିବାକୁ ବେଶ୍‌ ପ୍ରେରଣା ଯୋଗଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନୂଆପଡ଼ା, କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ୱର ଆଦି ସ୍ଥାନରେ ଦାୟିତ୍ୱ ତୁଲାଇବା ପରେ ପ୍ରମୋଶନ ପାଇ ବ୍ଲକ ଶିକ୍ଷା ଅଧିକାରିଣୀ ଓ ପରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କଲେ। ଅବସର ନେବା ପରେ ଏବେ ଲେଖାଲେଖି ଜାରି ରଖିଛନ୍ତି। ଛୋଟବେଳୁ ମା’ବାପାଙ୍କ ପ୍ରେରଣା ଓ ଉତ୍ସାହ ତାଙ୍କୁ ନିଜ ଗୋଡ଼ରେ ଛିଡ଼ାହେବା ପାଇଁ ଅନୁପ୍ରାଣିତ କରିଥିଲା। ହାଇସ୍କୁଲରେ ପଢ଼ିବାବେଳେ ପାଠଚକ୍ରରେ ପାଠ କରାଯାଉଥିବା ଏକ ବହି ସାର୍‌ ମୋତେ ଦେଇଥିଲେ। ଆଉ ମୁଁ ସେହି ବହିକୁ ହଜାଇ ଦେଇଥିଲି। ସାର୍‌ କାଳେ ରାଗିବେ ବୋଲି ମୁଁ ମନକୁ ମନ ଏକ ଜଣାଣ ଲେଖି ସେହି ଜଣାଣକୁ ଶ୍ରୀମା ଅରବିନ୍ଦ ପାଠଚକ୍ରରେ ଗାଇଲି। ଆଉ ଏହାକୁ ଶୁଣି ସମସ୍ତେ ମନ୍ତ୍ରମୁଗ୍ଧ ହୋଇଗଲେ। ସେହି ମୁହୂର୍ତ୍ତରୁ ଲେଖାଲେଖି ପ୍ରତି ମୁଁ ବେଶି ଉତ୍ସାହିତ ହୋଇପଡ଼ିଲି ବୋଲି କୁହନ୍ତି ସରସ୍ବତୀ। ସ୍ବାମୀ ରବୀନ୍ଦ୍ର ଥିଲେ କମ୍ୟୁନିଷ୍ଟ ପାର୍ଟିର ଜଣେ ସମର୍ଥକ। ବିିଭିନ୍ନ ଅଭାବୀ ଲୋକ ତଥା ଦିନମଜୁରିଆ ତାଙ୍କ ପାଖକୁ ଆସୁଥିଲେ ସେମାନଙ୍କ ସମସ୍ୟା ସମାଧାନର ପରାମର୍ଶ ନେବାକୁ। ଏସବୁ ସରସ୍ବତୀଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ସାହିତ୍ୟ ସୃଜନ ସହ ସମ୍ପୃକ୍ତି ଓ ସଫଳତା ତାଙ୍କୁ ଆଣିଦେଇଥିଲା ଏକାଧିକ ସମ୍ମାନ ଓ ସ୍ବୀକୃତି। ସେଗୁଡ଼ିକ ହେଲା ଗଦାଧର ସାହିତ୍ୟ ସମ୍ମାନ, କେନ୍ଦ୍ରାପଡ଼ା ଜିଲା ସାହିତ୍ୟ ସମ୍ମାନ, ଭାରତୀୟ ଦଳିତ ସାହିତ୍ୟ ସମ୍ମାନ, ମନସ୍ବିନୀ ସାହିତ୍ୟ ସମ୍ମାନ, ଅନନ୍ୟା ସମ୍ମାନ, ପୁସ୍ତକ ମେଳା ପୁରସ୍କାର, ଶ୍ରୀକ୍ଷେତ୍ର ସମ୍ମାନ, ରାଜ୍ୟ କଳା ଗବେଷଣା ପ୍ରଶିକ୍ଷଣ ସମ୍ମାନ, ବିଭାବନା ସମ୍ମାନ, ନାରୀ ସୁରକ୍ଷା ସମ୍ମାନ ଏବଂ ଓଡିଶା ଲେଖିକା ସଂସଦ ବ୍ରଜେନ୍ଦ୍ର ସାହିତ୍ୟ ସମ୍ମାନ। ତାଙ୍କ ରଚିତ ଗଳ୍ପ ସଂକଳନ କଳାପତାକା,କାଗଜଡଙ୍ଗାରେ କାରୁବାକୀ, ପ୍ରଥମ ପାପ, ମାଟିଘରେ ବର୍ଷାଋତୁ, ଫାର୍ମ ହାଉସ୍‌ରେ ଦିନେ, କବିତା ସଂକଳନ କୁଆଁରୀ ମାଟିର କାବ୍ୟ ଆଦି ବେଶ୍‌ ପାଠକାଦୃତି ଲାଭ କରିଛି।
-ଦେବସ୍ମିତା ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri