ସମସ୍ୟା ଘେରରେ ଧାଡ଼ିଆମ୍ବ ପ୍ରାଥମିକ ବିଦ୍ୟାଳୟ: ଖବର ପ୍ରକାଶ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଚନ୍ଦ୍ରଗିରି,୨୩ା୯(ଡି.ଏନ.ଏ.)-ସରକାର ବିଦ୍ୟାଳୟ ପ୍ରତି ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟର ଭିତ୍ତିଭୂମି ସଜାଡିବା ସହ ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନଭୋଜନ ଠାରୁ ଆରମ୍ଭ କରି ବହି, ଡ୍ରେସ, ଜୋତା ଓ ସାଇକେଲ ବଣ୍ଟନ ଆଦି କେତେକଣ ଯୋଜନା କରୁଛନ୍ତି। କିନ୍ତୁ ଆଜି ବି ଏମିତି ଅନେକ ବିଦ୍ୟାଳୟ ରହିଛି ଯେଉଁଠି ମୌଳିକ ସୁବିଧା ନାହିଁ। ଏଭଳି ଏକ ବିଦ୍ୟାଳୟ ହେଉଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଧାଡିଆମ୍ବ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଧାଡିଆମ୍ବ ଗାଁରେ ରହିଛି ଏହି ୧୪୧ ବର୍ଷର ପୁରାତନ ବିଦ୍ୟାଳୟ। ବିଦ୍ୟାଳୟଟି ୧୮୭୭ରେ ସ୍ଥାପିତ ହୋଇଥିବାବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ପାଠ ପଢୁଥିଲେ। ଏବେ ଏହି ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ଯୋଗୁ ଛାତ୍ରୀଛାତ୍ର ଓ ଅଭିଭାବକ ମୁହଁ ଫେରାଇ ନେଉଛନ୍ତି। ନିକଟସ୍ଥ ଯୋଡାଆମ୍ବ, ଚନ୍ଦ୍ରଗିରି, ଚାନ୍ଦିପୁଟ ଗ୍ରାମରେଥିବା ସରକାରୀ, ବେସରକାରୀ ବିଦ୍ୟାଳୟକୁ ନେଇ ପିଲାମାନଙ୍କୁ ପଠାଇବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ଏଠାରେ ପ୍ରଧାନ ଶିକ୍ଷକ ଭାବେ ସୀମାଞ୍ଚଳ ବାଘସିଙ୍ଗ ଓ ଜଣେ ସହକାରୀ ଶିକ୍ଷକ ଏନ.ସାଇରାଜୁ ପଢାଉଥିବାବେଳେ ମାତ୍ର ୨୮ ଜଣ ଛାତ୍ରୀଛାତ୍ର ଅଛନ୍ତି। ଏଭଳି ସ୍ଥିତିରେ ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ଗୋଟିଏ ପରିତ୍ୟକ୍ତ କୋଠରିରେ ବିପଦପୂର୍ଣ୍ଣ ଭାବେ ସଭିଏଁ ମିଳିମିଶି ପଢୁଛନ୍ତି। କେଉଠିଁ ଛାତରୁ ପଲସ୍ତରା ଖସି ଲୁହାରଡ ଦିଶୁଛି ତ ଚଟାଣରୁ ମେଜିଆ ଉଠି ଖାଲ ହୋଇଗଲାଣି। ଝରକାରେ କବାଟ ନାହିଁ। ବର୍ଷା ହେଲେ ଶ୍ରେଣୀଗୃହରେ ପାଣି ପଶୁଛି। ବିଦ୍ୟାଳୟ ଚାରିପଟେ ସମ୍ପୂର୍ଣ୍ଣ ପାଚେରି ନଥିବାହେତୁ ସମସ୍ତଙ୍କ ଅବାଧ ପ୍ରବେଶ ହେଉଛି। ବିଦ୍ୟାଳୟ ପରିସରରେ ଦୁଇଟି ଜରାଜୀର୍ଣ୍ଣ କୋଠା ବିପଦସଙ୍କୁଳ ଅବସ୍ଥାରେ ରହିଛି। ଗୋଟିଏ କୋଠା କେତେବେଳେ ଭୁଶୁଡିବ କହିବା ମୁସ୍କିଲ। ଅନ୍ୟ ଗୋଟିଏ କୋଠା ଅସମ୍ପୂର୍ଣ୍ଣ ହେତୁ ତାହାକୁ ଲୋକେ ଗୁହାଳ ରୂପେ ବ୍ୟବହାର କରୁଛନ୍ତି। ପିଲାମାନେ ପରିତ୍ୟକ୍ତ ଘରେ ଭୟର ବାତାବରଣରେ ପାଠ ପଢୁଛନ୍ତି।
ଅମଳର ଏହି ବିଦ୍ୟାଳୟ ପ୍ରତି ସରକାର ଦୃଷ୍ଟି ଦେବା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବାକୁ ସ୍ଥାନୀୟ ସମିତିସଭ୍ୟ ରମାରମଣ କାର୍ଯୀ, ନିରଞ୍ଜନ ରଣାହାଣ୍ଡୁଳ, ନାଥ କାର୍ଯୀ, ସନ୍ତୋଷ ଦଳାଇ, ଚିତ୍ରସେନ ସାହୁ, ନିତିଆ ଦଳାଇ, ଟୁଲୁ କାର୍ଯୀ, ତାରିଣୀ ଦଳାଇ ପ୍ରମୁଖ ଗଣମାଧ୍ୟମ ଜରିଆରେ ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।
ପ୍ରାୟ ସାତମାସ ହେବ ସେଠାରେ ସହକାରୀ ଶିକ୍ଷକ ଭାବେ ନିଯୁକ୍ତ ପାଇଥିବା ଏନ. ସାଇରାଜୁ କହିଛନ୍ତି, ଏଠାରେ ଛାତ୍ରୀଛାତ୍ର ସଂଖ୍ୟା କମ୍‌ ଥିବାରୁ ଗୋଟିଏ ଗୃହରେ ପାଠ ପଢ଼ାଯାଉଛି। କିନ୍ତୁ ଆବଶ୍ୟକ ଭିତ୍ତିଭୂମି ନଥିବା ହେତୁ ବହୁ ସମସ୍ୟା ହେଉଛି। ଏମିତି କି ବିଦ୍ୟାଳୟର କାଗଜପତ୍ର ରଖିବା ପାଇଁ ଜାଗା ନାହିଁ। ବର୍ଷା ହେଲେ ପାଣି ଗଳୁଛି, ଆଲମିରା ମଧ୍ୟ ଭାଙ୍ଗି ଗଲାଣି। ବର୍ତ୍ତମାନ ପ୍ରଧାନ ଶିକ୍ଷକ ଇଏଲ୍‌ରେ ୩୦ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଛୁଟିରେ ଅଛନ୍ତି। ଏଭଳି ବିଭିନ୍ନ ସମସ୍ୟାକୁ ବିଦ୍ୟାଳୟ ପରିଦର୍ଶନରେ ଆସୁଥିବା ସିଆରସି, ବିଇଓ, ଡିଇଓ ମଧ୍ୟ ଦେଖିଛନ୍ତି। ଏନେଇ ମୋହନା ଗୋଷ୍ଠୀ ଶିକ୍ଷାଧିକାରୀ ଯୁଧିଷ୍ଠିର ବେହେରା କହିଛନ୍ତି ଯେ, ବହୁ ପୁରାତନ ଏହି ବିଦ୍ୟାଳୟରେ ଶ୍ରେଣୀ ଗୃହ, ପାଚେରୀ ସମସ୍ୟା ପଞ୍ଚାୟତ ବୁଝିବେ ଏବଂ ଶିକ୍ଷକ ଅଭାବ ନେଇ ଖୁବ୍‌ଶୀଘ୍ର ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ସେଠାରେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଯେ, ଏ ନେଇ ଗଣମାଧ୍ୟମରେ ପୂର୍ବରୁ ଖବର ପ୍ରସାରଣ ହୋଇଥିଲା। ବିଭାଗୀୟ ଅଧିକାରୀ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ମଦେଇଥିଲେ। ମାତ୍ର କାର୍ଯ୍ୟାନୁଷ୍ଠାନ ଶୂନ। ସ୍ବାଧୀନତାର ମୂକସାକ୍ଷୀ ୧୪୧ ବର୍ଷର ଏହି ବିଦ୍ୟାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସରକାର ଯଦି ଦୃଷ୍ଟି ନ ଦିଅନ୍ତି ତେବେ ଏକ ଐତିହ୍ୟ ବିଦ୍ୟାଳୟ ମାଟିରେ ମିଶିବ ଏଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri