ସମସ୍ତ ସହରାଞ୍ଚଳରେ ହେବ ଅସ୍ଥାୟୀ କ୍ୱାରାଣ୍ଟାଇନ୍‌

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ରବିବାର ବିଳମ୍ବିତ ରାତିରେ ଜଣେ ୩୩ ବର୍ଷୀୟ ଯୁବକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ତାଙ୍କ ରକ୍ତ ନମୁନା ରିପୋର୍ଟରେ କରୋନା ପଜିଟିଭ୍‌ ବାହାରିଛି। ତେଣୁ ଏହି ଭୂତାଣୁ ଯେପରି ଅନ୍ୟତ୍ର ନ ବ୍ୟାପେ, ସେଥି ପାଇଁ ସ୍ବାସ୍ଥ୍ୟ ବିଭାଗଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି କ୍ରମରେ ସୋମବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଇଛି। ଏଥିସହିତ କ’ଣ କରାଯିବା ଉଚିତ ଏବଂ କ’ଣ ନୁହେଁ, ସେ ନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‌ ଏ ନେଇ ସମସ୍ତ ପୌରପରିଷଦ, ମହାନଗର, ବିଜ୍ଞପିତ ଅଞ୍ଚଳର ମୁଖ୍ୟମାନଙ୍କୁ ଚିଠି ଲେଖିଛନ୍ତି।
ସବୁ ପ୍ରକାର ପରିସ୍ଥିତିର ମୁକାବିଲା କରିବା ନେଇ ପୌର ପ୍ରଶାସନ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଅସ୍ଥାୟୀ ଭାବେ କଲ୍ୟାଣ ମଣ୍ଡପ, ଗୋଷ୍ଠୀ କେନ୍ଦ୍ର, ବାତ୍ୟା ଆଶ୍ରୟ ସ୍ଥଳୀ, ସହରାଞ୍ଚଳ ଆଶ୍ରୟସ୍ଥଳୀ ଏବଂ ଅନ୍ୟାନ୍ୟ ଉପଯୁକ୍ତ ବିଲ୍ଡିଂ(ସରକାରୀ/ବେସରକାରୀ)କୁ କ୍ୱାରଣ୍ଟାଇନ୍‌ ସେଣ୍ଟର କରିବା ପାଇଁ ନିର୍ଦ୍ଦେଶ ରହିଛି। ଏହି ସବୁ ସ୍ଥାନକୁ ଯେପରି ଅବିରତ ବିଦ୍ୟୁତ୍‌ ଏବଂ ଆଲୋକ(ପାୱାର ବ୍ୟାକଅପ୍‌ -ଡିଜି ସେଟ୍‌)ର ବ୍ୟବସ୍ଥା ଥିବ। ସମସ୍ତ ବିଲ୍ଡିଂ ସମ୍ମୁଖ ଭାଗରେ ଲିଫ୍ଟ ବ୍ୟବସ୍ଥା ସହ ବାହାର ଏବଂ ଭିତର ପାର୍ଶ୍ୱ ଆବଶ୍ୟକ ରଙ୍ଗ କରାଯିବ। ଆବଶ୍ୟକ ହେଲେ ଏ ସମସ୍ତ ବ୍ୟବସ୍ଥା ପରିଚାଳନା କରିବା ପାଇଁ ବିଭିନ୍ନ ଏଜେନ୍ସିକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେବା ଯୋଗାଇ ଦେବାକୁ ଥିବା ଏଜେନ୍ସିକୁ ତୁରନ୍ତ ଯୋଗାଯୋଗ କରି ଅତିରିକ୍ତ ମାନବସମ୍ବଳ ଯୋଗାଇ ଦେବା ପାଇଁ ଗୁରୁତ୍ୱ ଦିଆଯାଇଛି। ସମସ୍ତ ବିଲ୍ଡିଂକୁ ସାନିଟାଇଜ୍‌ କରିବା ସହ ସ୍ବଚ୍ଛତା ଏବଂ ହାଇଜିନିକ୍‌ ଭାବେ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏହି ବିଲ୍ଡିଂର ରକ୍ଷଣାବେକ୍ଷଣ ପାଇଁ ଏକ ଉତ୍ସର୍ଗୀକୃତ ଦଳ ପ୍ରସ୍ତୁତ ରହିବ। ଏହାର ଆଖପାଖ ଅଞ୍ଚଳର ସ୍ବାସ୍ଥ୍ୟାବସ୍ଥା ଏବଂ ସାନିଟାରି ସମ୍ପର୍କିତ ତଥ୍ୟ ଅନୁସନ୍ଧାନ ପାଇଁ ଏକ ଟିମ୍‌ ପ୍ରସ୍ତୁତ ରହିବ। ପ୍ରତ୍ୟେକ ୱାର୍ଡ ଅଫିସରେ ନିଯୁକ୍ତ ହୋଇଥିବା ଅଫିସର ନିରୀକ୍ଷଣ ଅଧିକାରୀଭାବେ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ବିଭିନ୍ନ ପର୍ଯ୍ୟାୟରେ ପଦକ୍ଷେପ ନିଆଯିବାକୁ ଥିବାରୁ ୱାର୍ଡ ଅଫିସରମାନେ ନିୟମିତ ନିଜ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି।
ସହରାଞ୍ଚଳରେ ସମସ୍ତ ପ୍ରକାର ଭିଡ଼ ଏବଂ ଗହଳି ହେବା ଉପରେ ମଧ୍ୟ ରୋକ୍‌ ଲାଗିଛି। କଠିନ ବର୍ଜ୍ୟବସ୍ତୁ ପରିଚାଳନା ସହ ନିୟୋଜିତ ସ୍ବଚ୍ଛ ସାଥୀମାନେ ନିଜ ନିଜ ଅଞ୍ଚଳରେ ରହୁଥିବା ଅଥବା ଗତ ୧୫ ଦିନ ମଧ୍ୟରେ ବିଦେଶରୁ ଫେରିଥିବା ବା ଭ୍ରମଣ ପାଇଁ ଏଠାକୁ ଆସିଥିବା ବିଦେଶୀ ଏବଂ ପ୍ରବାସୀଙ୍କ ସମ୍ପର୍କରେ ସୂଚନା ଦେବେ। ଏହି ସୂଚନା ସେମାନେ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା କମିଶନରଙ୍କୁ ପ୍ରଦାନ କରିବେ। ପରିବେଶଗତ ସ୍ବଚ୍ଛତାକୁ ଯଥାସମ୍ଭବ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି। ସହରାଞ୍ଚଳରେ ଥିବା ସମସ୍ତ ଶୌଚାଳୟ ଏବଂ ଆହାର କେନ୍ଦ୍ରଗୁଡିକରେ ୨ ଦିନ ମଧ୍ୟରେ ୱାଟର ଜେଟିଙ୍ଗ୍‌ ମେଶିନ୍‌ ସୁବିଧା ଉପଲବ୍ଧ କରାଇବାକୁ କୁହାଯାଇଛି। ପୌରାଞ୍ଚଳକୁ ନିୟମିତଭାବେ ସାନିଟାଇଜ୍‌ କରିବାକୁ ଧୂଆଁ ଏବଂ ସ୍ପ୍ରେ ମେଶିନ୍‌ ଯୋଗାଇ ଦିଆଯିବ। ଆବଶ୍ୟକତାକୁ ଦେଖି ଏହା କିଣାଯିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଗୋଷ୍ଠୀ ଶୌଚାଳୟ ଏବଂ ପରିସ୍ରାଗାରକୁ ଯେପରି ଅବିରତ ପାଣି ଯୋଗାଣ କରାଯିବ, ସେଥିପ୍ରତି ଦୃଷ୍ଟି ଦିଆଯିବ। ଏଥିସହିତ ଫେସ୍‌ ଲିଫ୍ଟ ବ୍ୟବସ୍ଥା ଉପଲବ୍ଧ ହେବ, ସେ ଦିଗରେ ଯତ୍ନବାନ ହେବାକୁ କୁହାଯାଇଛି। ସହରାଞ୍ଚଳରେ ଥିବା ସମସ୍ତ ପାର୍କ ଦିନ ୨ଟାରୁ ବନ୍ଦ କରାଯିବ। ସାମାଜିକ ଗଣମାଧ୍ୟମରେ କରୋନା ସମ୍ପର୍କିତ ଅପପ୍ରଚାରକୁ ରୋକିବାକୁ ପଦକ୍ଷେପ ନିଆଯିବ। ବ୍ୟାପକଭାବେ ଆଇଇସି ଦ୍ୱାରା ପ୍ରଚାର କରାଯିବ। ଭୁଲ୍‌ ଖବର ପ୍ରଚାର ପ୍ରସାର କରୁଥିବା ସମ୍ପର୍କରେ ପ୍ରଶାସନକୁ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି। ପୌର ପ୍ରଶାସକଗୁଡିକ ଏ ସମସ୍ତ କାର୍ଯ୍ୟ ପାଇଁ ଅର୍ଥ କମିଶନ/ରାଜ୍ୟ ପାଣ୍ଠି/ନିଜସ୍ବ ସମ୍ବଳରୁ ବ୍ୟୟ କରିବେ। ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ନିୟମିତ ଭାବେ ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସହ ସମନ୍ବୟ ରକ୍ଷା କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଉଳିଆଗଞ୍ଜ ପୂଜା କମିଟି : ଦଶମୀରେ ହୁଏ ଦହି ପଖାଳ

କଟକ ଅଫିସ,୧୬ା୯ : ଷୋଡ଼ଶ ଉପଚାରରେ ହୁଏ ଜନଗହଳି। କେବଳ ଗୋଟିଏ ଦିନ ନୁହେଁ, ସମ୍ପୂର୍ଣ୍ଣ ଷୋଡ଼ଶ ଉପଚାରରେ ଏଠାରେ ଜନଗହଳି ହୁଏ। ଚଳିତଥର ଷୋଡ଼ଶ...

ତ୍ରିବେଣୀ ସଙ୍ଗମ ଗାଉଛି ଗାନ୍ଧିବାଦର ଗୀତ

ଆରଡ଼ି,୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୂରୀ ନିକଟସ୍ଥ ଶାସନଠାରେ ବୈତରଣୀର ୨ ଜଳ ଧାର ଓ କୋଚିଳା ନଦୀର ସଙ୍ଗମ ସ୍ଥଳ। ୧୯୪୮ ଫେବୃୟାରୀରେ ଜାତିର...

ଆଜିଠୁ ସମଲେଶ୍ବରୀଙ୍କ ମନ୍ଦିର ବନ୍ଦ

ସମ୍ବଲପୁର,୧୧।୧(ବ୍ୟୁରୋ): ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ମଙ୍ଗଳବାରରୁ ବନ୍ଦ ରହିବ। ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃୃଦ୍ଧି ପାଉଥିବାରୁ ଏହାକୁ...

ଦିନ ମଜୁରିଆଙ୍କ ଝିଅ ରଖିଲେ ୮୮.୫% ମାର୍କ

ଢେଙ୍କାନାଳ ଅଫିସ, ୨୩।୫: ପ୍ରତିକୂଳ ପରିସ୍ଥିତି ଆସିଲେ ଅନେକେ ଆଶା ଛାଡ଼ିଦିଅନ୍ତି। ଦାୟିତ୍ୱରୁ ମୁହଁ ଫେରାଇ ପିଠି ପଛ କରି ଫେରିଆସନ୍ତି। ସମାଜରେ ଏପରି ଉଦାହରଣର ଅଭାବନାହିଁ।...

୪ ବର୍ଷରେ ହାତୀ ଆକ୍ରମଣରେ ୩୬୯ ମୃତ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ରାଜ୍ୟରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୧୫ରୁ ୨୦୧୯ ମଧ୍ୟରେ ରାଜ୍ୟରେ ଜଙ୍ଗଲୀ ହାତୀ ଆକ୍ରମଣରେ ୩୬୯ ଜଣ...

ଘରକୁ ଫେରିବେ ଫସି ରହିଥିବା ଓଡ଼ିଆ: କର୍ଣ୍ଣାଟକ-ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା

ଭୁବନେଶ୍ୱର, ୨।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁୟୁରପ୍ପା ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗମୋହନ ରେଡ୍ଡିୀଙ୍କ ସହ...

‘ୟାସ୍‌’ ପ୍ରଭାବିତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟରେ ବାତ୍ୟା ‘ୟାସ୍‌’ ଅନେକ କ୍ଷତି ଘଟାଇଥିଲା। ଏହି ବାତ୍ୟାରେ ୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଆକଳନ କରାଯାଇଥିଲା। ତେବେ ଗୁରୁବାର...

କୋଟିଆ ପରେ ଗଞ୍ଜାମ ଉପରେ ଆନ୍ଧ୍ରର ଦୃଷ୍ଟି

ପାତ୍ରପୁର, ୧୪ା୧୧(ଡି.ଏନ୍‌.ଏ.): ଓଡ଼ିଶା ମାନଚିତ୍ରରେ ଗାଁ ରହିଛି ହେଲେ ପ୍ରଶାସନିକ ଅବହେଳାରୁ ଏହି ଗାଁଗୁଡ଼ିକୁ ବିକାଶ ପହଞ୍ଚତ୍ ପାରିନାହିଁ। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଏହାର ସୁଯୋଗ ନେଇ...

Advertisement
Archives

Model This Week