ସମସ୍ତ ଖେଳାଳିଙ୍କ କରୋନା ଟେଷ୍ଟ ହେବ

ଲଣ୍ଡନ,୧୧ା୪(ଏଏଫ୍‌ପି): କରୋନା ଭାଇରସ ପାଇଁ ସମସ୍ତ ଫୁଟ୍‌ବଲରମାନଙ୍କ ଟେଷ୍ଟ ହେବା ପରେ ଯାଇ ଇଂଲିଶ ସିଜନର ପୁନଃ ଆରମ୍ଭ ହେବ। ଲିଗ୍‌ ମ୍ୟାନେଜର୍ସ ଆସୋସିଏଶନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ରିଚାର୍ଡ ବେଭାନ ପ୍ରକାଶ କରିଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ବ୍ରିଟେନରେ ପାଖାପାଖି ୯,୦୦୦ ଲୋକ ମୃତ୍ୟୁ ବରଣ କରିସାରିଲେଣି। ଏକମାସ ହେଲା ଫୁଟ୍‌ବଲ ଖେଳ ହୋଇ ନାହିଁ। ସ୍ଥିତିର ସୁଧାର ଆସିଲେ ଯଦି ଖେଳ ପୁନଃ ଆରମ୍ଭ ହୁଏ ତେବେ ସିଜନକୁ ୫୬ ଦିନରେ ଶେଷ କରାଯାଇପାରିବ ବୋଲି ଫୁଟ୍‌ବଲ ଲିଗ୍‌ ମୁଖ୍ୟମାନେ କହୁଛନ୍ତି। ବେଭାନ କହିଛନ୍ତି, ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଲିଗ୍‌ର ପୁନଃ ଆରମ୍ଭ ନେଇ କୌଣସି ପୂର୍ବାନୁମାନ କରିବା ସମ୍ଭବପର ନୁହେଁ। ଜର୍ମାନୀ କଥା ଯଦି ଦେଖିବା ତେବେ ଏହି ଦେଶରେ ବର୍ତ୍ତମାନ ଦୈନିକ ୫୦,୦୦୦ କରୋନା ଭାଇରସ୍‌ ଟେଷ୍ଟ ହେଉଛି। ସେ ତୁଳନାରେ ଆମ ଦେଶରେ ଏହି ସଂଖ୍ୟା ଦୈନିକ ୧୦,୦୦୦ ରହିଛି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମକୁ କୋଚ୍‌ ଏବଂ ମ୍ୟାନେଜରମାନଙ୍କ ମତାମତକୁ ଧ୍ୟାଦ ଦେବାକୁ ପଡ଼ିବ। ପଡ଼ିଆକୁ ଫେରିବାକୁ ହେଲେ ଖେଳାଳିମାନଙ୍କୁ ଅତି କମ୍‌ରେ ୩ ସପ୍ତାହ ଟ୍ରେନିଂ ନେବାକୁ ପଡ଼ିବ। ସୁବଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ବାସ୍ଥ୍ୟ। ଜଣେ ଖେଳାଳି ସମ୍ପୂର୍ଣ୍ଣ ଫିଟ୍‌ ନ ହେଲେ ପଡ଼ିଆକୁ ଫେରିବା ଠିକ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରାଭିଡଙ୍କ ୧୪ ବର୍ଷୀୟ ପୁଅଙ୍କ ଦ୍ୱିଶତକ

ନୂଆଦିଲ୍ଲୀ,୨୧।୧୨- ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଦି ଓ୍ବାଲ ଭାବେ ପରିଚିତ ରାହୁଲ ଡ୍ରାଭିଡଙ୍କ ପୁଅ ସମିତ ବାପାଙ୍କ ପଥରେ ଚାଲିବା ଆରମ୍ଭ କରିଛନ୍ତି।...

ଆଜି ଲକ୍ଷ୍ନୌକୁ ଭେଟିବ ହାଇଦ୍ରାବାଦ

ଲକ୍ଷ୍ନୌ,୭।୪: ଆଇପିଏଲ ସିରିଜ ୧୬ର ଦଶମ ମ୍ୟାଚ୍‌ ବୁଧବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌(ଏଲ୍‌ଏସ୍‌ଜି) ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌)ମଧ୍ୟରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ...

ଟିକା ନେଇଥିବା ଲୋକ ମଧ୍ୟ ଏକ୍ସବିବି.୧.୫ ଭାରିଆଣ୍ଟରେ ଆକ୍ରାନ୍ତ ହେବା ଆଶଙ୍କା: ଆମେରିକା ରିପୋର୍ଟ…

ଓ୍ବାଶିଂଟନ,୭।୧ : ଆମେରିକାର ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ସଂକ୍ରାମକ। ଏହା ଏତେ ସଂକ୍ରାମକ ଯେ କରୋନାଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଥିବା...

ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩ ଛୁଇଁଲା…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୨୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ...

ବଢ଼ୁଛି ଦୈନିକ ସଂକ୍ରମଣ: ଦିନକରେ ୮୭୭୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ ୮୭୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ...

ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ରୋହିତ୍‌ଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ଦୁର୍ଦ୍ଦର୍ଷ ଓପନର୍‌ ରୋହିତ୍‌ ଶର୍ମାଙ୍କ ନାମ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’...

‘ତୁମେ ମୋର, କେବଳ ମୋର…’

ନୂଆଦିଲ୍ଲୀ,୨୦।୧୨: ଶେଷ ହୋଇଛି ଫିଫା ବିଶ୍ୱକପ୍‌ ୨୦୨୨। ୩୬ ବର୍ଷର ଅପେକ୍ଷା ପରେ ଫ୍ରାନ୍ସକୁ ହରାଇ ଆର୍ଜେଣ୍ଟିନା ବିଶ୍ୱକପ୍‌ ଟାଇଟଲ ଜିତିଛି। ଏଥିସହ ଦଳର ଅଧିନାୟକ...

ଭାରତୀୟ ମହିଳା ଫୁଟ୍‌ବଲ କୋଚ୍‌ ପଦ ଛାଡ଼ିଲେ ମେମୋଲ

ନୂଆଦିଲ୍ଲୀ, ୨୧।୭(ପି.ଟି.)- ମେମୋଲ ରକି ଭାରତୀୟ ମହିଳା ଫୁଟ୍‌ବଲ ଦଳର କୋଚ୍‌ ପଦ ଛାଡ଼ିଛନ୍ତି। ଗତ ୪ ବର୍ଷ ଧରି ଜାତୀୟ ଦଳ ଦାୟିତ୍ୱରେ ଥିବା...

Advertisement
Archives

Model This Week