ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଅନୁଷ୍କା

ମୁମ୍ବାଇ: ଫର୍ଚ୍ୟୁନ ଇଣ୍ଡିଆ ୨୦୧୯ର ଶୀର୍ଷ ୫୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସ୍ଥାନ ମିଳିଛି। ୩୯ ନମ୍ବର ସ୍ଥାନରେ ଥିବା ଅନୁଷ୍କା ଉକ୍ତ ତାଲିକାର ସର୍ବ କନିଷ୍ଠା ମହିଳା ବୋଲି ଜଣାପଡ଼ିଛି। ବିଭିନ୍ନ ବିଭାଗକୁ ଆଲୋଚନାକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥାଏ। ତେବେ ଫର୍ଚ୍ୟୁନ ଇଣ୍ଡିଆ ଅନୁଷ୍କାଙ୍କୁ ଏହି ତାଲିକାରେ ସାମିଲ କରି ତାଙ୍କୁ ଏକ ନୂଆ ପରିଚୟ ଦେଇଛି। ଏଥିସହ ସେ ନିଜର ଫ୍ୟାଶନ୍‌ ରେଞ୍ଜ ଓ ବ୍ରାଣ୍ଡର କେବଳ ନାମୀଦାମୀ ମୁହଁ ନୁହଁନ୍ତି ବରଂ ଏକ ଫିଲ୍ମ ପ୍ରାଯୋଜକ ବୋଲି ଫର୍ଚ୍ୟୁନ ଇଣ୍ଡିଆ କହିଛି। ମାତ୍ର ୨୫ବର୍ଷ ବୟସରେ ଅନୁଷ୍କା ନିଜର ପ୍ରଡକ୍ସନ ବ୍ୟାନରରେ କମ୍‌ ବଜେଟର ଫିଲ୍ମ ନିର୍ମାଣ କରିଥିଲେ। ୨୦୦୮ରେ ଫିଲ୍ମ ‘ରବ ନେ ବନା ଦି ଯୋଡି’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ଅନୁଷ୍କା ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ଚାଲିଛନ୍ତି। ଅନ୍ୟପଟେ ସୋସିଆଲ ମିଡିଆରେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା କମାଲ ଆର ଖାନ ଅନୁଷ୍କାଙ୍କ ଏହି ସଫଳତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏହାକୁ ନେଇ କେଆର୍‌କେ ତାଙ୍କୁ ଟାର୍ଗେଟ କରି ଏକ ଟୁଇଟ କରିଛନ୍ତି। ଅନୁଷ୍କା ଶର୍ମା ୨୦୧୯ର ଭାରତର ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ସାମିଲ ହୋଇଥିବା ମାତ୍ର ଜଣେ ବଲିଉଡ୍‌ ଅଭିନେତ୍ରୀ। ଯଦି ଅନୁଷ୍କା ଭାରତର ସବୁଠାରୁ ଶକ୍ତିଶାଳୀ ମହିଳା ତେବେ ମୁଁ ଆମେରିକାର ରାଷ୍ଟ୍ରପତି ବୋଲି କେଆର୍‌କେ କହିଛନ୍ତି। ତେବେ ତାଙ୍କର ବିବାଦୀୟ ଟୁଇଟ ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ବିଶ୍ୱବିଦ୍ୟାଳୟକୁ ସ୍ବାଧୀନତା

ନୂଆଦିଲ୍ଲୀ,୭ା୧: ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଏଣିକି ଭାରତରେ ନିଜସ୍ବ କ୍ୟାମ୍ପସ ପ୍ରତିଷ୍ଠା କରିବା ସହ ନାମଲେଖା ପ୍ରକ୍ରିୟା ଏବଂ ଫି’ ଧାର୍ଯ୍ୟ କ୍ଷେତ୍ରରେ ନିଷ୍ପତ୍ତି ନେଇପାରିବେ। ଏପରି...

ଝିଅ ଆରଧ୍ୟାଙ୍କ ପାଇଁ କାନ ଫୋଡ଼ାଇଥିଲେ ବାପା ଅଭିଷେକ ବଚ୍ଚନ: କାହିଁକି ଜାଣନ୍ତୁ…

ବାପା, ଝିଅ ସମ୍ପର୍କ ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପର୍କ। ସବୁଘରେ ଝିଅମାନେ ବାପାଙ୍କର ଅଳିଅଳି। ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରଧ୍ୟା ମଧ୍ୟ ବାପାଙ୍କର...

କରୋନା ପ୍ରତିଷେଧକ ଟୀକା ବାହାରିଲେ ସ୍କୁଲ ଯିବେ ପିଲା

ନୂଆଦିଲ୍ଲୀ,୬।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରି ଦିଆଯାଇଛି। ଏପରି ସ୍ଥଳେ ହୋଇଥିବା...

୧୪ ପ୍ରେମିକଙ୍କ ସହ ସ୍ତ୍ରୀ ରଖିଲେ ଅବୈଧ ସମ୍ପର୍କ, ସ୍ବାମୀ କଲେ ଏମିତି

କୋଲକତା,୨୩।୭: ପଶ୍ଚିମବଙ୍ଗରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ୧୪ ଯୁବକଙ୍କୁ ୧୦୦ କୋଟି...

୨ ଆଗ୍ନିକ ମୃତ, ବହୁ ଘର ଧ୍ୱଂସ

ଗୁଆହାଟୀ,୧୧ା୬(ଆଇଏଏନ୍‌ଏସ୍‌): ଆସାମର ତିନସୁକିଆ ଜିଲାରେ ଥିବା ଏକ ତୈଳକୂପରେ ବୁଧବାର ନିଆଁ ଲାଗିଯିବାରୁ ଅଏଲ୍‌ ଇଣ୍ଡିଆ ଲିଃ (ଓଆଇଏଲ୍‌)ର ୨ ଆଗ୍ନିକଙ୍କ ମୃତ୍ୟୁ ଘଟିଛି। ନିକଟରେ...

ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଦୌଡରେ ୫ ନାମ: ଆଗରେ ଅଛନ୍ତି ପ୍ରତିଭା ସିଂ

ଶିମଲା,୯।୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିବାକୁ ଯାଉଛି। ରାଜ୍ୟର ୬୮ ସିଟ୍‌ରୁ କଂଗ୍ରେସ ୪୦ଟି ଆସନ...

ଦର୍ଶକଙ୍କୁ ପସନ୍ଦ ଆସିଲାନି ଦିଶାଙ୍କ ନୂଆ ଲୁକ୍‌

ମୁମ୍ବାଇ: ନିଜର ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ବଲିଉଡ୍ ନାୟିକା ଦିଶା ପାଟନି । ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ...

ଓକିଲ ଭୂମିକାରେ ନଜର ଆସିବେ କାଜଲ

ମୁମ୍ବାଇ: ଏବେ ଓଟିଟିକୁ ନେଇ ଦର୍ଶକଙ୍କ ଧାରଣା ବଦଳି ଯାଇଛି । ଆଉ ଏବେ ଓଟିଟି ମନୋରଞ୍ଜନର ମୁଖ୍ୟ ମାଧ୍ୟମ ପାଲଟି ଯାଇଛି । ଦର୍ଶକେ...

Advertisement
Archives

Model This Week